Anti Ragging: ବିଶ୍ବ ବିଦ୍ୟାଳୟ ଓ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଉଚ୍ଚ ଶିକ୍ଷା ସଚିବଙ୍କ ଚିଠି

author img

By

Published : Aug 4, 2022, 8:53 PM IST

ବିଶ୍ବ ବିଦ୍ୟାଳୟ ଓ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଉଚ୍ଚ ଶିକ୍ଷା ସଚିବଙ୍କ ଚିଠି
ବିଶ୍ବ ବିଦ୍ୟାଳୟ ଓ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଉଚ୍ଚ ଶିକ୍ଷା ସଚିବଙ୍କ ଚିଠି ()

ଶିକ୍ଷାନୁଷ୍ଠାନ ଗୁଡ଼ିକରେ ରାଗିଂ ଉପରେ ରୋକ ଲଗାଇବା ପାଇଁ ତତ୍ପରତା ଦେଖାଇଛି ଉଚ୍ଚଶିକ୍ଷା ବିଭାଗ । ଏନେଇ ସମସ୍ତ ବିଶ୍ବ ବିଦ୍ୟାଳୟ ଓ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଉଚ୍ଚ ଶିକ୍ଷା ସଚିବଙ୍କ ଚିଠି ଲେଖି ଏସମ୍ପର୍କରେ ଅବଗତ କରାଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ରାଗିଂ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ ଅନେକ ଛାତ୍ରଛାତ୍ରୀ ଆକ୍ରମଣର ଶିକାର ହେଉଥିବା ବେଳେ ଅନେକ ପ୍ରାଣ ହାରୁଛନ୍ତି । ତେବେ ଏହାକୁ ରୋକିବା ପାଇଁ ତତ୍ପରତା ଦେଖାଇଛି ଉଚ୍ଚଶିକ୍ଷା ବିଭାଗ ।ଏନେଇ ସମସ୍ତ ବିଶ୍ବ ବିଦ୍ୟାଳୟ ଓ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଉଚ୍ଚ ଶିକ୍ଷା ସଚିବଙ୍କ ଚିଠି ଲେଖି ଏସମ୍ପର୍କରେ ଅବଗତ କରାଇଛନ୍ତି ।

ବିଶ୍ବ ବିଦ୍ୟାଳୟ ଓ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଉଚ୍ଚ ଶିକ୍ଷା ସଚିବଙ୍କ ଚିଠି

ବିବୃତ୍ତି ଅନୁସାରେ," ଆଡମିଶନ୍ କରୁଥିବା ପିଲାଙ୍କୁ ଆଣ୍ଟି ରାଗିଂ ବିଷୟରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ର, ଅଭିଭାବକଙ୍କ ଅଣ୍ଡରଟେକିଂ ବାଧ୍ୟତାମୂଳକ କରାଯାଇଛି । ଲିଫଲେଟରେ କିମ୍ବା କଲେଜ କାନ୍ଥରେ ହେଲ୍ପଲାଇନ ନମ୍ବର ଲେଖିବା ସହ ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ କରାଇ ପିଲାଙ୍କୁ ସତର୍କ କରାଇବେ ଶିକ୍ଷାନୁଷ୍ଠାନ । ଆଣ୍ଟି ରାଗିଂ ସ୍କ୍ବାଡ ହଷ୍ଟେଲ ଓ କ୍ଲାସ ରୁମ୍ ବୁଲି ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ରାଗିଂ ପ୍ରମାଣିତ ହେଲେ କିମ୍ବା ପ୍ରବର୍ତ୍ତାଉ ଥିଲେ ଏନେଇ ଏତଲା ଦେବା ପାଇଁ ପରାମର୍ଶ ଦିଆଯାଇଛି ।"

ତେବେ ଏହାକୁ ବିଭିନ୍ନ ମହଲରେ ଭିନ୍ନଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଶିକ୍ଷାବିତ କମଳ ପ୍ରସାଦ ମହାପାତ୍ର କହିଛନ୍ତି ଯେ, "ଶିକ୍ଷାନୁଷ୍ଠାନରେ ରାଗିଂ ରୋକିବାକୁ ତତ୍ପରତା, ଏହାକୁ କାଗଜ କଲମରେ ନ ରଖି ଏହା ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ । ଏହା ସହ ଆଣ୍ଟି ରାଗିଂ ସ୍କ୍ବାର୍ଡ ଗଠନ କରିବା ସହ ଏକ କମିଟି ଗଠନ କରାଯାଇ କଲେଜରେ ବିରତି ସମୟରେ ପିଲାଙ୍କୁ ସମୀକ୍ଷା କରନ୍ତୁ । ଏଭଳି କିଛି କରିଲେ ରାଗିଂ ଉପରେ କିଛି ମାତ୍ରାରେ ପ୍ରଭାବ ପକାଇବ । ଆଣ୍ଟି ରାଗିଂ ଆକ୍ଟ ଦେଶରେ ଅନେକ ରାଜ୍ୟରେ ରହିଛି । କେବଳ ଓଡ଼ିଶାରେ ନାହିଁ । କଲେଜରେ ଅଣ୍ଡରଟେକିଂ କରିଦେଲେ କିଛି ହେବନାହିଁ ।"

ଅନ୍ୟପଟେ ଅଭିଭାବକ ମହାସଂଘର ସହ ଅଧ୍ୟକ୍ଷ ପ୍ରସନ୍ନ ବିଶୋଇ କହିଛନ୍ତି ଯେ,"ପ୍ରଥମ ଆଣ୍ଟି ରାଗିଂ ଆକ୍ଟ ଅଣାଯାଉ। ଏହା ସହ କେବଳ ଉଚ୍ଚ ଶିକ୍ଷାନୁଷ୍ଠାନ ବିଭାଗରେ ଏଭଳି ନିର୍ଦ୍ଦେଶ ନୁହେଁ ଏପରିକି ସମସ୍ତ ଶିକ୍ଷାନୁଷ୍ଠାନରେ ଏଭଳି ନିର୍ଦ୍ଦେଶ ଦିଆଯାଉ । ସମସ୍ତ ନିର୍ଦ୍ଦେଶ କାଗଜ କଲମରେ ନରଖି କଡାକଡି ଭାବରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ।"

ଏହା ମଧ୍ୟ ପଢନ୍ତୁ: ରାଗିଂ ନେଉଛି ଜୀବନ, ଚୁପ ନରହି ଅଭିଭାବକ ଓ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ପରାମର୍ଶ

ଅନ୍ୟପଟେ ବିଜେବି ସ୍ଵୟଂଶାସିତ କଲେଜର ଅଧ୍ୟକ୍ଷ ନିରଞ୍ଜନ ମିଶ୍ର କହିଛନ୍ତି ଯେ, "ବର୍ତ୍ତମାନ ପିଲାମାନେ ଆଡ଼ମିଶନ ପାଇଁ ଆବେଦନ କରିବେ ସେହି ସମୟରେ ଏକ ଅଣ୍ଡରଟେକିଂ ଦେବେ । ଯେଉଁମାନେ ଆଡ଼ମିଶନ ଆବେଦନ ସମୟରେ ରାଗିଂକୁ ନେଇ ଅଣ୍ଡରଟେକିଂ ନଦେଇପାରିବେ ସେମାନେ ଆଡ଼ମିଶନ ସମୟରେ ଦୁଇଟି ଅଣ୍ଡରଟେକିଂ ଦେବେ ଉଭୟ ପିଲା ଏବଂ ଅଭିଭାବକ । କଲେଜରେ ଆଣ୍ଟି ରାଗିଂକୁ ନେଇ କଲେଜରେ ପୋଷ୍ଟର ଏବଂ ନମ୍ବର ଲେଖାଯିବ । ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.