ETV Bharat / city

ରାଗିଂ ନେଉଛି ଜୀବନ, ଚୁପ ନରହି ଅଭିଭାବକ ଓ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ପରାମର୍ଶ

author img

By

Published : Jul 6, 2022, 12:23 PM IST

Updated : Jul 6, 2022, 12:32 PM IST

ରାଗିଂ ନେଉଛି ଜୀବନ, ଚୁପ ନରହି ଅଭିଭାବକ ଓ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ପରାମର୍ଶ
ରାଗିଂ ନେଉଛି ଜୀବନ, ଚୁପ ନରହି ଅଭିଭାବକ ଓ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ପରାମର୍ଶ

ରାଜ୍ୟରେ ରାଗିଂ ଏକ ଉତ୍କଟ ସମସ୍ୟା ଭାବେ ଉଭା ହୋଇଛି । ରାଗିଂର ଶିକାର ହୋଇ ଅନେକ ବିଦ୍ୟାର୍ଥୀ ଜୀବନ ହାରୁଛନ୍ତି । ରାଗିଂ ଭଳି ପରିସ୍ଥିତିର ସାମ୍ନା କରନ୍ତୁ, ଚୁପ ନରହି ଅଭିଭାବକ ଓ କର୍ତ୍ତୃପକ୍ଷଙ୍କୁ ଜଣାନ୍ତୁ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ରାଗିଂ ଏକ ଉତ୍କଟ ସମସ୍ୟା ଭାବେ ଉଭା ହୋଇଛି । ରାଗିଂର ଶିକାର ହୋଇ ଅନେକ ବିଦ୍ୟାର୍ଥୀ ଜୀବନ ହାରୁଛନ୍ତି । ରାଗିଂ ଭଳି ପରିସ୍ଥିତର ସାମ୍ନା କରୁନ୍ତି ଚୁପ ନରହି ଅଭିଭାବକ ଓ କର୍ତ୍ତୃପକ୍ଷଙ୍କୁ ଜଣାନ୍ତୁ । ରାଗିଂ ନେଇ କଲେଜ କର୍ତ୍ତୃପକ୍ଷ କିମ୍ବା ବାପାମାଆଙ୍କୁ ଜଣାଇଲେ ସେ ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ସେପଟେ ଅନ୍ୟ ରାଜ୍ୟ ଭଳି ଓଡିଶାରେ ଆଣ୍ଟି ରାଗିଂ ଆଇନ ଆଣିବାକୁ ଦାବି କରିଛି ଅଭିଭବାକ ମହାସଂଘ।

ରାଗିଂ ନେଉଛି ଜୀବନ, ଚୁପ ନରହି ଅଭିଭାବକ ଓ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ପରାମର୍ଶ

ସିନିୟରଙ୍କ ରାଗିଂ ସହିନ ପାରି ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିଛନ୍ତି। ବର୍ତ୍ତମାନ ଏହି ଘଟଣା ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ପୂର୍ବରୁ ରାଗିଂ ଯୋଗୁଁ ମଇ ମାସରେ ବାଲେଶ୍ବରର ଏକ ଘରୋଇ କଲେଜ ଛାତରୁ ଡେଇଁ ଛାତ୍ରୀ ଓ ଏପ୍ରିଲ ମାସରେ ବଲାଙ୍ଗୀରରେ ଜଣେ ମେଡିକାଲ ଛାତ୍ର ହଷ୍ଟେଲ ଛାତରୁ ଡେଇଁ ଜୀବନ ହାରିଥିଲେ । ତେବେ ରାଗିଂ ରୋକିବାକୁ ୟୁଜିସିର କଡ଼ା ନିର୍ଦ୍ଦେଶନାମା ରହିଛି । ପ୍ରତି ଶିକ୍ଷାନୁଷ୍ଠାନରେ ଆଣ୍ଟି ରାଗିଂ କମିଟି ଗଠନ ସହ ମନିଟରିଂ ସେଲ, ଆଣ୍ଟି ରାଗିଂ କର୍ମଶାଳା ଆୟୋଜନ ଲାଗି କୁହାଯାଇଛି । ଏମିତିକି ରାଗିଂ ରୋକିବାକୁ ଶିକ୍ଷାନୁଷ୍ଠାନରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ବି ରହିଛି । ଏତେସବୁ ବ୍ୟବସ୍ଥା ସତ୍ତ୍ବେ ବି ଛାତ୍ରଛାତ୍ରୀଙ୍କୁ ରାଗିଂ କରାଯାଉଛି ।

ଏନେଇ କଲେଜର ଅଧ୍ୟକ୍ଷ କହିଛନ୍ତି ଯେ, ଯେଉଁଠି ଏଭଳି ହେଉଛି ସେଠାରେ ଅଭିଭାବକଙ୍କୁ ଛାତ୍ରଛାତ୍ରୀ ଜଣାଇବା ଆବଶ୍ୟକ। ଚୁପ ନରହି ସାମ୍ନା କରିବାକୁ ହେବ । ଏହା ସହ କଲେଜ କତ୍ତୃପକ୍ଷଙ୍କୁ ମଧ୍ୟ ଜଣାଇବା ଆବଶ୍ୟକ ବୋଲି କହିଛନ୍ତି । ଏପଟେ ଆଣ୍ଟି ରାଗିଂ ଆକ୍ଟକୁ ସ୍ବାଗତ କରିଛନ୍ତି ବିଜେବି କଲେଜର ଅଧ୍ୟକ୍ଷ ନିରଞ୍ଜନ ମିଶ୍ର। ଆଣ୍ଟି ରାଗିଂ ଆଇନ ଯଦି ରାଜ୍ୟପାଳଙ୍କ ପକ୍ଷରୁ ଭଲ ଭାବରେ ମନିଟରିଂ ହୋଇପାରିବ ତେବେ ଛାତ୍ରଛାତ୍ରୀ ସଚେତନ ହେବେ।

ଏପଟେ ମଧ୍ୟ ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଯେ, ରାଗିଂ କରିବା ଦ୍ବାରା ଛୋଟ ଛୋଟ ପିଲାଙ୍କ ଜୀବନ ନଷ୍ଟ କରୁଛନ୍ତି ସେନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି କହିଛନ୍ତି । ଯେତିକି ଘଟଣା ନଜରକୁ ଆସୁଛି ସେଥିରେ ମଧ୍ୟ ସଠିକ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ତେଣୁ ରାଜ୍ୟରେ ଆଣ୍ଟି ରାଗିଂ ଆଇନ ଆବଶ୍ୟକ। ଏହି ଆଇନ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଖୁବ ଶୀଘ୍ର କରାଯାଉ ବୋଲି ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jul 6, 2022, 12:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.