ETV Bharat / state

ହୋଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଆଣିଲେ ପରିବାର

author img

By ETV Bharat Odisha Team

Published : Jan 13, 2024, 10:13 PM IST

rape and murder allegation
ହୋଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

Rape and Murder Allegation: ପୁରୀ ଜିଲ୍ଲାରେ କାର୍ଯ୍ୟ କରୁଥିବା ଜଣେ ଅଙ୍ଗନବାଡି କର୍ମୀଙ୍କ ମୃତଦେହ ବ୍ରହ୍ମପୁରର ଏକ ହୋଟେଲରୁ ଉଦ୍ଧାର ହୋଇଛି । ସେପଟେ ବୟଫ୍ରେଣ୍ଡ ବିରୋଧରେ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାରଲୋକେ । ଅଧିକ ପଢନ୍ତୁ

ହୋଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଅଙ୍ଗନବାଡି କର୍ମୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବତୀ ଜଣକ ପୁରୀ ଜିଲ୍ଲାରେ କାର୍ଯ୍ୟ କରୁଥିବାବେଳେ ବ୍ରହ୍ମପୁର ସହରର ଉପକଣ୍ଠ ଏକ ହୋଟେଲରୁ ମିଳିଛି ତାଙ୍କ ମୃତଦେହ । ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର । ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା ଅନୁସାରେ, ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ନିକଟରେ ଥିବା ଏକ ହୋଟେଲରୁ ଗତକାଲି (ଶୁକ୍ରବାର) ରାତିରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣକ ପୁରୀରେ ଜଣେ ଅଙ୍ଗନଓ୍ବାଡ଼ି କର୍ମୀ ଭାବେ କାର୍ଯ୍ୟ କରୁଥିଲେ।

ଶୁକ୍ରବାର ସନ୍ଧ୍ୟାରୁ ସେ ନିଜ ପୁରୁଷ ବନ୍ଧୁଙ୍କ ସହ ସହର ଉପକଣ୍ଠରେ ରହିଥିବା ହୋଟେଲକୁ ଆସିଥିଲେ । ଏହାପରେ ବିଳମ୍ବିତ ରାତିରେ ଅସୁସ୍ଥ ଅବସ୍ଥାରେ ଯୁବତୀଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ନିଆଯାଇଥିଲା । ସେଠାରେ ଯୁବତୀଙ୍କୁ ମୃତ ଘୋଷଣା କରିଥିଲେ ଡ଼ାକ୍ତର । ଯୁବତୀଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଥିବା ନେଇ ପୁରୁଷ ବନ୍ଧୁ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେବା ପରେ ମୃତ ଯୁବତୀଙ୍କ ପରିବାର ବର୍ଗ ବିଳମ୍ବିତ ରାତିରେ ବ୍ରହ୍ମପୁରର ଏମକେସିଜି ମେଡ଼ିକାଲରେ ପହଞ୍ଚିଥିଲେ । ପରିବାର ଲୋକେ ମେଡ଼ିକାଲରେ ପହଞ୍ଚିଲା ବେଳକୁ ଯୁବତୀଙ୍କ ମୃତ୍ୟୁ ହୋଇସାରିଥିଲା ।

ଏହା ମଧ୍ୟ ପଢନ୍ତୁ...ନାବାଳିକାକୁ ଗଣଦୁଷ୍କର୍ମ ! ନୂଆବର୍ଷ ସେଲିବ୍ରେସନ ପରେ ଥିଲେ ନିଖୋଜ

ଏହା ମଧ୍ୟ ପଢନ୍ତୁ...ଜୁଆ ନେଲା ଜୀବନ ! ନିଖୋଜ ଥିଲେ ଆଜି ମିଳିଲା ମୃତଦେହ

ଏହାକୁ ଦେଖି ଯୁବତୀଙ୍କ ପରିବାର ଲୋକେ ଗୋଳନ୍ଥରା ଥାନାରେ ପୁରୁଷ ବନ୍ଧୁ ହିଁ ତାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ମୃତ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ପଚରାଉଚରା କରିଛି । ଏହା ସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ଯୁବତୀଙ୍କ ପୁରୁଷବନ୍ଧୁ ଭୁବନେଶ୍ବରର ଏକ କମ୍ପାନୀରେ ସେଲସ୍‌ ମ୍ୟାନେଜର ଭାବେ କାମ କରୁଥିବାବେଳେ ଗତ ଏକ ବର୍ଷ ଧରି ଫେସବୁକ ଜରିଆରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଶୁକ୍ରବାର ପୁରୁଷ ବନ୍ଧୁଙ୍କ ଜନ୍ମଦିନ ପାଳନ କରିବା ପାଇଁ ପୁରୀ ଯିବି କହି ଯୁବତୀ ଜଣକ ଘରୁ ବାହାରିଥିଲେ । ହେଲେ ପୁରୀ ନ ଯାଇ ସେ ଏହି ହୋଟେଲରେ ରହିଥିବା ଜଣାପଡିଛି । ସେପଟେ ଏପରି ଅଭିଯୋଗ ପରେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ କରାଯାଉଥିବା କହିଛନ୍ତି ବ୍ରହ୍ମପୁର ଏସପି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.