ETV Bharat / state

ଗଞ୍ଜାମରେ ଚାଞ୍ଚଲ୍ୟ, ମୁଖ୍ୟରାସ୍ତା ଉପରେ ମର୍ଡର

author img

By

Published : May 15, 2022, 7:59 AM IST

Updated : May 15, 2022, 11:00 AM IST

ଗଞ୍ଜାମରେ ଚାଞ୍ଚଲ୍ୟ, ମୁଖ୍ୟରାସ୍ତା ଉପରେ ମର୍ଡର
ଗଞ୍ଜାମରେ ଚାଞ୍ଚଲ୍ୟ, ଯୁବକଙ୍କୁ ହାଣି ହତ୍ୟା !

ଗଞ୍ଜାମରେ ହତ୍ୟାକାଣ୍ଡ । ଗଞ୍ଜାମ ଜିଲ୍ଲା ପୋଲସରା(Polasara) ଥାନା କଳମ୍ବ ହାଇସ୍କୁଲ ଛକରେ ଛାତିଥରା ଘଟଣା । ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା । ଅଧିକ ପଢନ୍ତୁ

ଭଞ୍ଜନଗର: ଗଞ୍ଜାମରେ ହତ୍ୟାକାଣ୍ଡ । ଖଣ୍ଡାରେ ହାଣି ଯୁବକଙ୍କୁ ହତ୍ୟା । ଏଭଳି ଏକ ଅଘଟଣ ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା କଳମ୍ବ ହାଇସ୍କୁଲ ଛକରେ । ମୃତ ଯୁବକ ଜଣଙ୍କ ହେଲେ କାଉ ଓରଫ ବିକାଶ ସାହୁ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସୂଚନା ଅନୁସାରେ, ଏହି ହତ୍ୟାକାଣ୍ଡ ଗତକାଲି ମଧ୍ୟ ରାତ୍ରିରେ ଘଟିଥିବା ବେଳେ ଖଣ୍ଡାରେ ହାଣି ହତ୍ୟା କରିଥିବା ପୋଲିସ ଅନୁମାନ କରୁଛି । ତେବେ ହତ୍ୟାକାଣ୍ଡର ଅସଲ କାରଣ ଏବେ ବି ଜଣାପଡିନାହିଁ । ମୁଖ୍ୟ ସଡକ ଉପରେ ପଡିରହିଥିଲା କାଉର ମୃତ ଦେହ । ଖବର ପାଇ ପୋଲସରା ଓ କବିସୂର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି ।

ଗଞ୍ଜାମରେ ଚାଞ୍ଚଲ୍ୟ, ମୁଖ୍ୟରାସ୍ତା ଉପରେ ମର୍ଡର

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

Last Updated :May 15, 2022, 11:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.