ETV Bharat / state

ଦୀପାବଳିରେ ବାଣ ନୁହେଁ ଅସହାୟଙ୍କ ମୁହଁରେ ହସ ଫୁଟାଇଲା ସବୁଜ ବାହିନୀ

author img

By

Published : Oct 26, 2022, 9:46 AM IST

ବ୍ରହ୍ମପୁରରେ ନିଆରା ଢଙ୍ଗରେ ଦୀପାବଳି, ଅସହାୟଙ୍କ ମୁହଁରେ ଫୁଟାଇଲେ ହସ
ବ୍ରହ୍ମପୁରରେ ନିଆରା ଢଙ୍ଗରେ ଦୀପାବଳି, ଅସହାୟଙ୍କ ମୁହଁରେ ଫୁଟାଇଲେ ହସ

ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଆଲୋକର ପର୍ବ ଦୀପାବଳି ଅବସରରେ ସବୁଜ ବାହିନୀ ପକ୍ଷରୁ ଆମ୍ବଗଡ ନିକଟସ୍ଥ ଓମ୍ ଜରା ନିବାସ ଓ ବ୍ରହ୍ମପୁର ସହରରେ ରହିଥିବା ପ୍ରାଣୀ ଚିକିତ୍ସାଳୟ ପରିସରରେ ଆସ ଫୁଟାଇବା ହସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ

ବ୍ରହ୍ମପୁର: ବାଣ ଫୁଟାଇବା ବଦଳରେ ଆସ ଫୁଟାଇବା ହସ କାର୍ଯ୍ୟକ୍ରମ ସାମିଲ ହେଲେ ସବୁଜ ବାହିନୀ । ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଆଲୋକର ପର୍ବ ଦୀପାବଳି ଅବସରରେ ସବୁଜ ବାହିନୀ ପକ୍ଷରୁ ଆମ୍ବଗଡ ନିକଟସ୍ଥ ଓମ୍ ଜରା ନିବାସ ଓ ବ୍ରହ୍ମପୁର ସହରରେ ରହିଥିବା ପ୍ରାଣୀ ଚିକିତ୍ସାଳୟ ପରିସରରେ ଆସ ଫୁଟାଇବା ହସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।

ବ୍ରହ୍ମପୁରରେ ନିଆରା ଢଙ୍ଗରେ ଦୀପାବଳି, ଅସହାୟଙ୍କ ମୁହଁରେ ଫୁଟାଇଲେ ହସ

ସ୍ୱଚ୍ଛ ଏବଂ ପ୍ରଦୂଷଣ ମୁକ୍ତ ଦୀପାବଳୀ ପାଳିବା ଅବସରରେ ପ୍ରାଣୀ ଚିକିତ୍ସାଳୟରେ ଗାଈ ମାନଙ୍କୁ ଗୋ-ଖାଦ୍ୟ ବଣ୍ଟନ, ବୃଦ୍ଧାଶ୍ରମରେ ବୃଦ୍ଧବୃଦ୍ଧା ମାନଙ୍କୁ ନୂତନ ବସ୍ତ୍ର ବଣ୍ଟନ, ସେମାନଙ୍କୁ ନିତ୍ୟ ବ୍ୟବହୃତ ଜିନିଷ ଯୋଗାଇ ସେମାନଙ୍କ ସହ ସମୟ ଅତିବାହିତ କରି ସେମାନଙ୍କ ଜୀବନରେ ଖୁସି ଆଣିବା ପାଇଁ ଛୋଟିଆ ପ୍ରୟାସଟିଏ କରାଯାଇଥିଲା । ଆତସବାଜି ଫୁଟାଇବା ଦ୍ୱାରା ବାୟୁ ପ୍ରଦୂଷଣ ହୋଇଥାଏ । ଶବ୍ଦ ପ୍ରଦୂଷଣ ହେବା ଦ୍ବାରା ବିଭିନ୍ନ ପଶୁ ପକ୍ଷୀମାନେ ଭୟରେ ମୃତ୍ୟୁବରଣ କରିଥାନ୍ତି । ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜର ଭିନ୍ନ ଭିନ୍ନ ଲୋକମାନଙ୍କୁ ଯୋଡିବା ଓ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି କୁହାଯାଇଛି ।

ସେହିପରି ସହରର ସାତ୍ତ୍ୱିକ ସୋଲ ଫାଉଣ୍ଡେସନ ବ୍ରହ୍ମପୁର ଟିମ୍ ତରଫରୁ ଗୁଣାତ୍ମକ ଶିକ୍ଷା ଏବଂ ଦିଆ ଫୋର ଚେଞ୍ଜ ପାଇଁ ଏକ କାର୍ଯ୍ୟକ୍ରମ ଗୁଡସେଡ୍ ରୋଡ ସ୍ଥିତ ବସ୍ତି ଠାରେ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବସ୍ତିବାସିନ୍ଦାଙ୍କ ଶିଶୁ ଓ ବିଦ୍ୟାର୍ଥୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ କରାଯାଇ ପୁରସ୍କାର ବିତରଣ କରାଯାଇଥିଲା । କିଛି କାର୍ଯ୍ୟକଳାପ ମାଧ୍ୟମରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ପାଠ ପଢିବା ପ୍ରତି ଉତ୍ସାହିତ କରାଯାଇଥିଲା । ଶେଷରେ ବର୍ଣ୍ଣବୋଧ ପୁସ୍ତକ, ମିଠା, ବିସ୍କୁଟ, କେକ୍ ସହ ପୋଷାକ ପତ୍ର ବଣ୍ଟନ କରାଯାଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.