ETV Bharat / state

BSKYରେ ସାମିଲ ହେବ ଗଞ୍ଜାମ, ଆଜି ମିଳିବ ସ୍ମାର୍ଟ କାର୍ଡ

author img

By

Published : Dec 12, 2021, 8:46 AM IST

Updated : Dec 12, 2021, 12:28 PM IST

BSKYରେ ସାମିଲ ହେବ ଗଞ୍ଜାମ
BSKYରେ ସାମିଲ ହେବ ଗଞ୍ଜାମ

ଆଜି(ରବିବାର) ଗଞ୍ଜାମରେ ଶୁଭାରମ୍ଭ ହେବ ବିଜୁ ସ୍ମାର୍ଟ ହେଲଥ କାର୍ଡ (Biju Swasthya Kakyan Yojana) । ଗଞ୍ଜାମ ଜିଲ୍ଲା ଗସ୍ତ କରି ସ୍ମାର୍ଟ ସ୍ବାସ୍ଥ୍ୟସେବାରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) । ଏନେଇ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ

ବ୍ରହ୍ମପୁର: ସ୍ମାର୍ଟ ହେଉଛି ସ୍ବାସ୍ଥ୍ୟ ସେବା । ସ୍ବାସ୍ଥ୍ୟ କ୍ଷେତ୍ରକୁ ସୃଦୁଢ କରିବାକୁ ଅଣ୍ଟା ବିଢିଛନ୍ତି ରାଜ୍ୟ ସରକାର । ଏ ନେଇ ରାଜ୍ୟରେ ସ୍ମାର୍ଟ ହେଲଥ କାର୍ଡର(smart health card) ଶୁଭାରମ୍ଭ ହୋଇଛି । ଅନେକ ଜିଲ୍ଲାରେ ଲୋକଙ୍କୁ ସ୍ମାର୍ଟ ହେଲଥ କାର୍ଡ ବିତରଣ ଜାରି ରହିଛି । ଆଜି(ରବିବାର) ଗଞ୍ଜାମରେ ଶୁଭାରମ୍ଭ ହେବ ବିଜୁ ସ୍ମାର୍ଟ ହେଲଥ କାର୍ଡ (Biju Swasthya Kakyan Yojana) । ଗଞ୍ଜାମ ଜିଲ୍ଲା ଗସ୍ତ କରି ସ୍ମାର୍ଟ ସ୍ବାସ୍ଥ୍ୟସେବାରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) । ଏନେଇ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ପକ୍ଷରୁ ସୂଚନା ମିଳିଛି ।

BSKYରେ ସାମିଲ ହେବ ଗଞ୍ଜାମ

ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ସହିତ ଏହି ସ୍ମାର୍ଟ ସ୍ବାସ୍ଥ୍ୟସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ଦ୍ବାରା ଏହି ସ୍ମାର୍ଟ କାର୍ଡ ଲୋକଙ୍କୁ ସ୍ମାର୍ଟ ସହାୟତା ପ୍ରଦାନ କରିବ । ପୂର୍ବାହ୍ନ ସାଢେ ୧୦ଟାରେ ତାରାତାରିଣୀଙ୍କ ପୀଠରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ସେଠାରେ ମାଆଙ୍କୁ ଦର୍ଶନ କରି ଆୟୋଜିତ କାର୍ଯ୍ୟକ୍ରମକୁ ଯାଇ ହିତାଧୀକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିବେ । ଏହାପରେ ଡିଡିଟାଲ ପ୍ଲାର୍ଟଫର୍ମ ଜରିଆରେ ଗଞ୍ଜାମ ଜିଲ୍ଲା ପାଇଁ ୨୨୮୧.୨୭ କୋଟି ଟଙ୍କାର ୧୨୯୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହାପରେ ପଞ୍ଚାୟତରାଜ ପ୍ରତିନିଧିମାନଙ୍କ ସହ ଏକ ଆଲୋଚନା କରିବେ । ଏହାପରେ ହିଞ୍ଜିଳିରେ ମହିଳା ସଂଘ ଗୁଡିକୁ ୧୦୦କୋଟି ଟଙ୍କାର ବ୍ୟାଙ୍କ ଋଣ ବଣ୍ଟନ କରିବେ ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ୍ କାର୍ଡର ଶୁଭାରମ୍ଭ କରାଯିବ। ଏହି ଅବସରରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ନବ କିଶୋର ଦାଶ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବ୍ରହ୍ମପୁରର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁରର ବିଧାୟକ ବିକ୍ରମ କୁମାର ପଣ୍ଡା , ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସମେତ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିବେ । ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏହା ପରେ ହିଞ୍ଜିଳିକାଟୁ ସହରର ସ୍ଥିତ ମିନି ଷ୍ଟାଡିୟମ୍ ପରିସରରେ ପହଞ୍ଚି ସେଠାରେ ନିଜ ପିତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ । ଏହାବାଦ ଗଞ୍ଜାମ ଦର୍ଶନ ବସ୍ ର ଶୁଭାରମ୍ଭ କରିବା ସହିତ ହିଞ୍ଜିଳିକାଟୁ ସ୍ଥିତ ବୃନ୍ଦାବନ ବିଦ୍ୟାପୀଠ ଠାରେ ସରକାରଙ୍କ ୫ ଟି ଅଧିନସ୍ଥ ସ୍ମାର୍ଟ କ୍ଲାସ ରୁମ୍ ଓ ଅତ୍ୟାଧୁନିକ ଲେବ୍ରୋରେଟେରୀ କାର୍ଯ୍ୟକୁ ବୁଲି ଦେଖିବେ । ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଓ ବିଶେଷ କରି ମହିଳାଙ୍କ ପାଇଁ ବର୍ଷକୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହୟତା ଦେବ ଏହି ସ୍ମାର୍ଟ ହେଲଥ କାର୍ଡ । ଏହା ପୂର୍ବରୁ ବାଲେଶ୍ବର, ଭଦ୍ରକ, ବୌଦ୍ଧ, ଝାରସୁଗୁଡା, ମୟୂରଭଞ୍ଜ, ଗଜପତି, ସୁନ୍ଦରଗଡ, ମାଲକାନଗିରି, କଳାହାଣ୍ଡି, ନୂଆପଡା, ଦେବଗଡ ଓ ବରଗଡ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବିତରଣ ସରିଛି । ମାଲକାନଗିରିରୁ ପ୍ରଥମେ ଆରମ୍ଭ ହୋଇଥିଲା ସ୍ବାସ୍ଥ୍ୟ ସେବାର ଏହି ଐତିହାସିକ ଯାତ୍ରା । ରାଜ୍ୟରେ ସାଢେ 3 କୋଟି ଲୋକଙ୍କୁ ସ୍ମାର୍ଟ ହେଲଥ କାର୍ଡ ଦେବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ରାଜ୍ୟବାସୀଙ୍କୁ ସମୂର୍ଣ୍ଣ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଏହାର ଲକ୍ଷ୍ୟ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated :Dec 12, 2021, 12:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.