ବ୍ରହ୍ମପୁରରେ ରାଗିଂ ଘଟଣା, କଲେଜରୁ ବିଦା ହେଲେ ସମସ୍ତ ଅଭିଯୁକ୍ତ

author img

By

Published : Nov 17, 2022, 8:20 PM IST

Accused students in ragging case at Berhampur Private college restricted from the college

ବ୍ରହ୍ମପୁର ଘରୋଇ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ରାଗିଂ କରାଯିବା ଘଟଣାରେ ସମ୍ପୃକ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ବହିଷ୍କାର କରାଯାଇଛି (Berhampur Ragging Case)। ଅଧିକ ପଢ଼ନ୍ତୁ

ବ୍ରହ୍ମପୁର: ସହରର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ରାଗିଂ କରାଯିବା ଘଟଣାରେ ସମ୍ପୃକ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ବହିଷ୍କାର କରାଯାଇଛି । କଲେଜ କର୍ତ୍ତୃପକ୍ଷ ଭିଡିଓରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ବହିଷ୍କାର କରିଛନ୍ତି । ୧୨ ଜଣ ସିନିଅର ଛାତ୍ରଛାତ୍ରୀ ମିଶି ଯୁକ୍ତଦୁଇ ବିଜ୍ଞାନ ବର୍ଷର ଦୁଇ ଛାତ୍ରଛାତ୍ରୀଙ୍କୁ ରାଗିଂ କରିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଘଟଣା ପଦାକୁ ଆସିଥିଲା ।

ବ୍ରହ୍ମପୁରରେ ରାଗିଂ ଘଟଣା, କଲେଜରୁ ବିଦା ହେଲେ ସମସ୍ତ ଅଭିଯୁକ୍ତ

ଏହାପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କିରିଥିଲା ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ । ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ବାଳସୁଧାର ଗୃହକୁ ପଠାଯାଇଛି । ଆଜି(ଗୁରୁବାର) ବାକିଥିବା ଥିବା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଇଥିଲା । ଏହି ଘଟଣାକୁ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଗୁରୁତ୍ବର ସହ ନେଇଛି । କଲେଜର ଆଣ୍ଟି ରାଗିଂ କମିଟି ରାଗିଂ ଘଟଣାରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ କଲେଜରୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି । କମିଟିର ନିଷ୍ପତ୍ତି ଅନୁଯାୟୀ ସମସ୍ତ ୧୨ଜଣ ଛାତ୍ରଛାତ୍ରୀଙ୍କୁ ବାଧ୍ୟତାମୂଳକ ଭାବେ ଟିସି ଦେଇ କଲେଜରୁ ବହିଷ୍କାର କରାଯାଇଛି ବୋଲି ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରମିଳା ଖାଡେଙ୍ଗା କହିଛନ୍ତି ।

ଏହା ବି ପଢ଼ନ୍ତୁ ବ୍ରହ୍ମପୁର କଲେଜରେ ରାଗିଂ, ଦୁଇ ଛାତ୍ର ଗିରଫ

ସେହିପରି ଏହି ଘଟଣାରେ ସମ୍ପୃକ୍ତ ଦୁଇ ବିଦ୍ୟାର୍ଥୀଙ୍କୁ ପରୀକ୍ଷା ଦେବାକୁ ଦିଆଯିବ ନାହିଁ । ଏହାକୁ ନେଇ ମାଧ୍ୟାମିକ ଶିକ୍ଷା ପରିଷଦକୁ ଅବଗତ କରାଯାଇଛି । ସେହିଭଳି ସମ୍ପୃକ୍ତ ଥିବା ଯୁକ୍ତ ତିନି ଛାତ୍ରଙ୍କୁ ମଧ୍ୟ ପରୀକ୍ଷା ଦେବାକୁ ଅନୁମତି ପ୍ରଦାନ କରାଯିବ ନାହିଁ । ଏହାକୁ ନେଇ ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ଅବଗତ କରାଯାଇଛି । ରାଗିଂରେ ମୋଟ ୧୨ ଜଣ ସମ୍ପୃକ୍ତ ଥିବା ଭାଇରାଲ ଭିଡିଓରୁ ସ୍ପଷ୍ଟ ହୋଇଛି ।

ଏହା ମଧ୍ୟ ପଢନ୍ତୁ: Anti Ragging: ବିଶ୍ବ ବିଦ୍ୟାଳୟ ଓ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଉଚ୍ଚ ଶିକ୍ଷା ସଚିବଙ୍କ ଚିଠି

ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ରାଗିଂ କରାଯାଇଥିଲା । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାପରେ ଘଟଣା ପଦାକୁ ଆସିଥିଲା । ଭାଇରାଲ୍‌ ଭିଡିଓରେ ମହାବିଦ୍ୟାଳୟର କିଛି ଛାତ୍ରଛାତ୍ରୀ କଲେଜ ୟୁନିଫର୍ମ ପିନ୍ଧିଥିବା ଦେଖା ଯାଇଥିଲା । ଜୁନିଅର ଛାତ୍ରଛାତ୍ରୀଙ୍କୁ ଜଣେ ସିନିଅର ଛାତ୍ର ରାଗିଂ କରୁଥିଲେ । ଅନ୍ୟମାନେ ସେଠାରେ ଛିଡ଼ା ହୋଇ ଏହାର ବିରୋଧ କରିବା ବଦଳରେ ଏହାର ଲୁପ୍ତ ଉଠାଉଥିବା ଦେଖିବାକୁ ମିଳିଥିଲା । ତେବେ ପୂର୍ବରୁ ମହାବିଦ୍ୟାଳୟର ଆଣ୍ଟି ରାଗିଂ ସ୍କ୍ବାଡ ଅନେକଥର ରାଗିଂ ନକରିବା ପାଇଁ ପରାମର୍ଶ ଦେଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.