ETV Bharat / state

ଶାଳକର ଶ୍ବଶୁରକୁ ଗୁଳି କରି ହତ୍ୟା, ସମ୍ପତ୍ତି ବିବାଦ ସମାଧାନ କରିବାକୁ ଆସି ଗଲା ଜୀବନ

author img

By

Published : Jul 12, 2023, 10:30 PM IST

ଶଳାର ଶଶୁରକୁ ଗୁଳି କରି ହତ୍ୟା
ଶଳାର ଶଶୁରକୁ ଗୁଳି କରି ହତ୍ୟା

ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଛକ ନିକଟରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ନିଜ ଶାଳକର ଶ୍ବଶୁରକୁ ଗୁଳି କରି ହତ୍ୟା କରିଛି ଜ୍ବାଇଁ । ଅଧିକ ପଢନ୍ତୁ

ବ୍ରହ୍ମପୁର: ଶାଳକର ଶ୍ବଶୁରକୁ ଗୁଳି କରି ହତ୍ୟା କଲା ଜ୍ବାଇଁ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଛକ ନିକଟରେ । ବାଲିପଦର ଥାନା ଅନ୍ତର୍ଗତ ଝୋଲୋରୀ ଗ୍ରାମର ପ୍ରଶାନ୍ତ ବେହେରା ନିଜ ଶାଳକର ଶ୍ବଶୁର କୋମଣ୍ଡ ଗ୍ରାମର ବିଜୟ ବେହେରାଙ୍କୁ ଗୁଳି କରିଥିବା ସୂଚନା ମିଳିଛି । ଗୁଳିକାଣ୍ଡରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡିଛି । ମୃତକ ଜଣକ ଖଲ୍ଲିକୋଟ ବ୍ଲକ କୋମଣ୍ଡ ଗ୍ରାମର ବିଜୟ କୁମାର ବେହେରା ହୋଇଥିବା ଜଣାପଡିଛି । ଗୁଳିମାଡ଼ରେ ଘଟଣାସ୍ଥଳରେ ବିଜୟଙ୍କ ଜୀବନ ଯାଇଥିବାବେଳେ ତାଙ୍କ ଝିଅ ଗାୟତ୍ରୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

ସୂଚନା ଅନୁସାରେ, ଗତ କିଛି ଦିନ ହେବ ଝିଅ ଗାୟତ୍ରୀ ବେହେରାଙ୍କ ଶାଶୁ ଘରେ ସମ୍ପତ୍ତି ବିବାଦ ଲାଗି ରହିଥିଲା । ଯାହାକୁ ସମାଧାନ କରିବା ଲାଗି ଝିଅ ଘରକୁ ଆସିଥିଲେ ବାପା ବିଜୟ କୁମାର ବେହେରା । ହେଲେ ଗାୟତ୍ରୀଙ୍କ ଶାଶୁ ଘରେ ତାଙ୍କ ନଣନ୍ଦଙ୍କ ସ୍ବାମୀ ପ୍ରଶାନ୍ତ କୁମାର ବେହେରା ଉପସ୍ଥିତ ଥିଲେ । କୌଣସି କଥାକୁ ନେଇ ମନୋମାଳିନ୍ୟ ହୋଇଥିଲା । ତେବେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ବିଜୟ ବେହେରାଙ୍କୁ ଗୁଳି କରିଥିଲେ ପ୍ରଶାନ୍ତ । ଗୁଳିମାଡ଼ ପରେ ଘଟଣାସ୍ଥଳରେ ଟଳି ପଡିଥିଲେ ବିଜୟ। ସେଠାରେ ଉପସ୍ଥିତ ଥିବା ଗାୟତ୍ରୀ ମଧ୍ୟ ଗୁରୁତର ହୋଇଥିଲେ ।

ଗୁଳିମାଡ଼ ପରେ ପୋଲସରା ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚିଥିଲା । ବାପଝିଅଙ୍କୁ ଉଦ୍ଧାର କରି ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିବାବେଳେ ଡାକ୍ତର ବିଜୟଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ପୋଲସରା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଅଗ୍ନିଶମ ବିଭାଗ ଦ୍ଵାରା ପୋଲସରା ଗୁଳିକାଣ୍ଡରେ ମୃତକଙ୍କ ଝିଅ ଗାୟତ୍ରୀ ବେହେରା ଆହତ ହୋଇଥିବା ଜଣାପଡିଛି । ତେବେ ଗତ କିଛି ଦିନ ହେବ ଗାୟତ୍ରୀ ବେହେରାଙ୍କ ଶାଶୁ ଘରେ ସମ୍ପତ୍ତିକୁ ନେଇ ବିବାଦ ଲାଗି ରହିଥିଲା । ଯେଉଁ ବିବାଦକୁ ସମାଧାନ କରିବାକୁ ଆସିଥିବାବେଳେ ଗାୟତ୍ରୀଙ୍କ ବାପା ବିଜୟଙ୍କ ଜୀବନ ଯାଇଛି ।

ଏହା ମଧ୍ୟ ପଢନ୍ତୁ...ସାମାନ୍ୟ ବଚସାରୁ ରକ୍ତପାତ, ମଉସାକୁ ଗୋଡାଇ ଗୋଡାଇ ହାଣିଲା ପୁତୁରା

ତେବେ ପ୍ରକୃତରେ ସମ୍ପତ୍ତି ବିବାଦକୁ ନେଇ ହତ୍ଯା କରାଯାଇଛି, ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ସେନେଇ ତଦନ୍ତ କରୁଛି ପୋଲିସ । ପ୍ରକୃତରେ କେଉଁ କାରଣକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଲା ସେନେଇ ଅନୁସନ୍ଧାନ ଜାରି ରଖିଛି ପୋଲିସ । ତେବେ ଅନେକ ସମୟରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏପରି ଅପରାଧ ଘଟୁଥିବା ଖବର ନଜରକୁ ଆସୁଛି । ଯାହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.