ETV Bharat / state

2024 Fight: ସବୁ ଦଳ ଫୋକସ୍‌ରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ, ଜାଣନ୍ତୁ କାହାକୁ ମିଳିବ ଟିକେଟ୍ ?

author img

By ETV Bharat Odisha Team

Published : Sep 25, 2023, 8:47 PM IST

2024 ସାଧାରଣ ନିର୍ବାଚନ
2024 ସାଧାରଣ ନିର୍ବାଚନ

ଆଗାମୀ 2024 ସାଧାରଣ ନିର୍ବାଚନ ପାଇଁ ଏବେଠୁ ହେଲାଣି ଅଙ୍କ କଶା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀକୁ ଆକ୍ତିଆର କରିବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ଆରମ୍ଭ କଲେଣି କସରତ।

2024 ସାଧାରଣ ନିର୍ବାଚନ

ପାରଳାଖେମୁଣ୍ଡି: ଆଗାମୀ 2024 ସାଧାରଣ ନିର୍ବାଚନ ପାଇଁ ଏବେଠୁ ହେଲାଣି ଅଙ୍କ କଶା । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀକୁ ଆକ୍ତିଆର କରିବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ଆରମ୍ଭ କଲେଣି କସରତ। ତେବେ କିଏ ଏହି ନିର୍ବାଚନ ମଣ୍ଡଳିରେ ବାଜି ମାରିବ ତାହାକୁ ଉପରେ ସମସ୍ତଙ୍କ ନଜର ରହିଛି। କଂଗ୍ରେସର ଗଡ ଭାବେ ପରିଚିତ ଥିବା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ବିଜୟ ପାଟ୍ଟନାୟକ ଏଠାରୁ ପ୍ରାର୍ଥୀ ହେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା କୁ୍‌ହାଯାଉଛି। ସେ ମଧ୍ୟ ଏକାଧିକ ବାର ପାରଳାଖେମୁଣ୍ଡି ଆସି ବିଭନ୍ନ ଅଞ୍ଚଳକୁ ଗସ୍ତ କରି କଂଗ୍ରେସ ନେତା ଓ କର୍ମୀଙ୍କୁ ଭେଟୁଛନ୍ତି ।

ତେବେ ବିଜୟ କହିଛନ୍ତି "କଂଗ୍ରେସ ଦ୍ଵାରା 'ଘରେ ଘରେ କଂଗ୍ରେସ, ଘରେ ଘରେ ହାତ' କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆସନ୍ତା ୨୦ ଦିନ ଯାଏଁ କଂଗ୍ରେସ ନେତା ଓ କର୍ମୀ ମାନେ ଓଡ଼ିଶାର ଘର ଘର ବୁଲି ଲୋକଙ୍କୁ ବିଜେଡି ଓ ବିଜେପି ସରକାରର ଦୁର୍ନୀତି ଜଣାଇବା ସହ କଂଗ୍ରେସ ସପକ୍ଷରେ କିପରି ଲୋକେ ମତ ଦେବେ ସେନେଇ ପ୍ରଚାର କରିବେ। ଏହାସହ ଆଗାମୀ ନିର୍ବାଚନରେ କଂଗ୍ରେସର ବିଜୟ ସୁନିଶ୍ଚିନ୍ତ।"

ତେବେ ଏଠାରେ ସବୁବେଳେ କଂଗ୍ରେସକୁ କଡା ଟକ୍କର ଦେଉଥିବା ବିଜେଡି 2019 ସାଧାରଣ ନିର୍ବ।ଚନ ବେଳକୁ ଅତ୍ୟନ୍ତ ଖରାପ ସ୍ଥିତିକୁ ଆସିଯାଇଥିଲା । ତେବେ 2019ରେ କଂଗ୍ରେସ ଟିକଟରୁ ବଞ୍ଚିତ ହୋଇ ସ୍ବାଧୀନ ଭାବେ ଲଢିଥିବା ଡ.ତିରୁପତି ପାଣିଗ୍ରାହୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହେବା ପରେ ସ୍ଥିତିରେ ସୁଧାର ଆସିଥିଲା । ପଞ୍ଚାୟତ ଏବଂ ପୌର ନିର୍ବାଚନୀ ଫଳାଫଳ ଦଳର ସ୍ଥିତି କେତେ ମଜବୁତ ହୋଇଛି ତାହା ସ୍ପଷ୍ଟ ହୋଇଛି । ତେବେ ବିଜେଡ଼ି ଜିଲ୍ଲା ଯୁବ ସଭାପତି ଏସ. ଲିଙ୍ଗାରାଜୁ କହିଛନ୍ତି, "ଆଗମୀ ନିର୍ବାଚନରେ ଭଲ ପ୍ରଦର୍ଶନ କରିବୁ ଏବଂ ପାରଳାଖେମୁଣ୍ଡିର ଆସନ ବିଜେଡି ହାତରେ ରହିବ ।"

ଏହା ମଧ୍ୟ ପଢନ୍ତୁ...CM face of Congress: ତାରା କହିଲେ ବହୁ ପ୍ରାର୍ଥୀ ଅଛନ୍ତି, ଶରତଙ୍କ ପ୍ରତିକ୍ରିୟା ନିଷ୍ପତ୍ତି ନେବେ ହାଇକମାଣ୍ଡ

ସେପଟେ ଗତ ନିର୍ବାଚନରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀକୁ ଅକ୍ତିଆର କରିଥିବା ବିଜେପି ମଧ୍ୟ ପୁଣିଥରେ ସ୍ଥିତି ଦୋହରାଇବା ପାଇଁ ଚେଷ୍ଟା ଆରମ୍ଭ କରିଛି। ବିଜେପି, ବିଧାୟକ ଥିବା କେ.ନାରାୟଣ ରାଓଙ୍କୁ ପୁଣିଥରେ ପ୍ରାର୍ଥୀ କରିବା ଏକ ପ୍ରକାର ନିଶ୍ଚିତ ଥିବା ବେଳେ ବିଜେପିର ଆଉ ଏକ ଗୋଷ୍ଠୀ ଏଥର ଟିକଟ ହାତେଇବା ପାଇଁ ଲବି ଆରମ୍ଭ କରିଦେଇଛନ୍ତି । ସେପଟେ ଏବେ ବି କଂଗ୍ରେସର ଏକ ନିଶ୍ଚଳ ଭୋଟ ବ୍ୟାଙ୍କ ରହିଛି । ତେଣୁ ବିଜେଡି କିମ୍ବା ବିଜେପିରୁ ଟିକଟ ନମିଳିଳେ କଂଗ୍ରେସରୁ ସେମାନେ ପ୍ରାର୍ଥୀ ହେବା ନେଇ କେତେକ ନେତା ଯୋଜନା କରୁଥିବା ମଧ୍ୟ ଆଲୋଚନା ହେଉଛି । ତେବେ ଏଠାରେ 3ଟି ଯାକ ଦଳର ସ୍ଥିତି ପ୍ରାୟ ସମାନ ରହିଥିବା ବେଳେ ସବୁ ଦଳ ଜିତିବା ନେଇ ଆଶାବାଦୀ ରହିଛନ୍ତି । ସେପଟେ ଗୋଟିଏ ନେତା ବାରମ୍ବାର ନିର୍ବାଚିତ ହେବା ପରେ ମଧ୍ୟ ସ୍ଥାନୀୟ ସମସ୍ୟା ସମାଧା କରିବାରେ ବିଫଳ ହେଉଛନ୍ତି। ତେଣୁ ଲୋକେ ନୂଆଁ ମୁହଁ ଚାହୁଁଥିବାରୁ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ବ ହିଁ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସାଧାରଣରେ ଆଲୋଚନା ହେଉଛି।

2019ସାଧାରଣ ନିର୍ବ।ଚନ ଏବଂ 2022 ପଞ୍ଚାୟତ ନିର୍ବ।ଚନର ଫଳାଫଳକୁ ଦେଖିଲେ ଆସନ୍ତା 2024ସାଧାରଣ ନିର୍ବାଚନ ଯେ ବିଜେଡିର ପଲା ଭାରି ରହିବା ସ୍ପଷ୍ଟ । କିନ୍ତୁ ଦଳ କାହାକୁ ଏଠାରୁ ପ୍ରାର୍ଥୀ କରୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି । କାରଣ 2019ସାଧାରଣ ନିର୍ବ।ଚନରେ ଦଳ ପାରଳା ରାଜବଂଶର ଦାୟାଦ କଲ୍ୟାଣୀ ଗଜପତିଙ୍କୁ ପ୍ରାର୍ଥୀ କରିଥିଲା । ଚଳିତ ଥର ମଧ୍ୟ ତାଙ୍କୁ ହିଁ ଦଳ ପୁଣିଥରେ ପ୍ରାର୍ଥୀ କରିବ ବୋଲି କେତେକ ଦଳୀୟ ନେତା କହୁଥିବା ବେଳେ ପଞ୍ଚାୟତ ଏବଂ ପୌର ନିର୍ବ।ଚନରେ ଦଳକୁ ସଫଳତା ଦେଇଥିବାରୁ ତିରୁପତି ପାଣିଗ୍ରାହୀଙ୍କ ପୁଅ ରୂପେଶ ପାଣିଗ୍ରାହୀଙ୍କୁ ଦଳ ପ୍ରାର୍ଥୀ କରିବା ନିଶ୍ଚିତ ବୋଲି ଆଉ କିଛି ଦଳୀୟ ନେତା କହୁଛନ୍ତି ।

ସେହିଭଳି ବିଜେପି ବିଧାୟକ ଥିବା କେ.ନାରାୟଣ ରାଓଙ୍କୁ ପୁଣିଥରେ ପ୍ରାର୍ଥୀ କରିବା ଏକ ପ୍ରକାର ନିଶ୍ଚିତ ଥିବା ବେଳେ ବିଜେପିର ଆଉ ଏକ ଗୋଷ୍ଠୀ ଏଥର ଟିକଟ ହାତେଇବା ପାଇଁ ଲବି ଆରମ୍ଭ କରିଦେଇଛନ୍ତି । ସେପଟେ ଏବେ ବି କଂଗ୍ରେସର ଏକ ନିଶ୍ଚଳ ଭୋଟ ବ୍ୟାଙ୍କ ରହିଛି । ତେଣୁ ବିଜେଡି କିମ୍ବା ବିଜେପିରୁ ଟିକଟ ନମିଳିଳେ କଂଗ୍ରେସରୁ ସେମାନେ ପ୍ରାର୍ଥୀ ହେବା ନେଇ କେତେକ ନେତା ଯୋଜନା କରୁଥିବା ମଧ୍ୟ ଆଲୋଚନା ହେଉଛି ।

କଂଗ୍ରେସକୁ ମଜବୁତ କରିବା ପାଇଁ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟନାୟକ ସଂକଳ୍ପ କରିଥିବା ବେଳେ ଦଳର ବରିଷ୍ଠ ନେତାମାନେ ମଧ୍ୟ ତାଙ୍କ ସହ ହାତ ମିଳାଇବାକୁ ସମ୍ମତି ଦେଇସାରିଛନ୍ତି । ଏଭଳି ସ୍ଥିତିରେ କଂଗ୍ରେସ ଦଳ ଡିଆଁ ନେତା ଅପେକ୍ଷା ଦଳୀୟ ସଂଗଠନ ମଧ୍ୟରେ ରହିଥିବା ବିଶ୍ବାସୀ ନେତାଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରୁଥିବା କୁହାଯାଉଛି । ଭୋଟରଙ୍କ ମୁଡ କିନ୍ତୁ ଏଥର ନୂଆଁ ମୁହଁକୁ ଚାହୁଛନ୍ତି । ଗୋଟିଏ ନେତା ବାରମ୍ବାର ନିର୍ବାଚିତ ହେବା ପରେ ମଧ୍ୟ ସ୍ଥାନୀୟ ସମସ୍ୟା ସମାଧା କରିବାରେ ଏକ ପ୍ରକାର ବିଫଳ । ତେଣୁ ଆଉ ସେମାନଙ୍କୁ ଭୋଟ ନଦେଇ ନୂଆ ପ୍ରାର୍ଥୀଙ୍କୁ ନିଜର ପ୍ରତିନିଧୀ ବାଛିଲେ ହୁଏତ ସେ କିଛି କରିପାରିବେ ବୋଲି ସାଧାରଣ ଲୋକେ କହିଛନ୍ତି ।

ତେବେ 3ଟି ଯାକ ଦଳର ସ୍ଥିତି ପ୍ରାୟ ସମାନ ରହିଥିବା ବେଳେ ସବୁ ଦଳ ଜିତିବା ନେଇ ଆଶାବାଦୀ ରହିଛନ୍ତି । ସେପଟେ ଲୋକେ ନୂଆଁ ମୁହଁ ଚାହୁଁଥିବାରୁ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ବ ହିଁ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.