ETV Bharat / state

ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଡିଏସପି

author img

By

Published : Aug 30, 2022, 7:53 PM IST

ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଡିଏସପି
ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଡିଏସପି

ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଡିଏସପି । ଲାଞ୍ଚ ନେଇ ଫସିଗଲେ ଢେଙ୍କାନାଳ ଡିଏସ୍‌ପି ଇନ୍‌ଚାର୍ଜ ଅଭିନବ ଡାଳୁଆ । କୋଇଲା ଟ୍ରକ ଛାଡ଼ିବା ପାଇଁ ଡ୍ରାଇଭରଙ୍କୁ ମାଗୁଥିଲେ ୩୦ ହଜାର । ଅଧିକ ପଢ଼ନ୍ତୁ

ଢେଙ୍କାନାଳ/ବାଲେଶ୍ବର : ଭିଜିଲାନ୍ସ ଜାଲରେ ଡିଏସପି । ଭିଜିଲାନ୍ସ ଜାଲରେ ଢେଙ୍କାନାଳର ଡିଏସପି ଅଭିନବ ଡାଳୁଆ । ୩୦ହଜାର ଟଙ୍କା ଲାଞ୍ଚ ନେବା ବେଳେ କାବୁ କଲା ଭିଜିଲାନ୍ସ । ସଦର ଥାନା ଅଧିକାରୀ ଦାୟିତ୍ବରେ ଥିବା ଅଭିନବଙ୍କୁ ନିଜ ପଞ୍ଝାକୁ ନେଇଛି ଭିଜିଲାନ୍ସ ବିଭାଗ । ଭିଜିଲାନ୍ସର ଏକକାଳୀନ ୮ ଟିମ୍ ବିଭିନ୍ନ ଜାଗାରେ ଚଢାଉ କରି ଛାନଭିନ କରୁଛି ।

ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଡିଏସପି

ସୂଚନା ଅନୁସାରେ, ଏକ କୋଇଲା ଟ୍ରକ ମାଲିକଙ୍କ ଠାରୁ ଡିଏସପି ଅଭିନବ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଥିଲା । ପୂର୍ବରୁ ଏହି ଟ୍ରକ୍ ଡ୍ରାଇଭରଙ୍କ ଠାରୁ ୧୫ହଜାର ଟଙ୍କା ଲାଞ୍ଚ ନେଇଥିଲେ ଆଇଆଇସି । ଆଉ ଏବେ ପୁଣି ଅଧିକ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ।

କାବୁ କରିବା ବେଳେ ଏହି ଲାଞ୍ଚୁଆ ପୁଲିସ ବାବୁ ଜଣଙ୍କ ଭିଜିଲାନ୍ସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିଲେ । ଫଳରେ ଉଭୟ ଭିଜିଲାନ୍ସ ଓ ପୁଲିସ ବାବୁଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପରେ ଅଭିନବଙ୍କୁ ଭିଜିଲାନ୍ସ ଟିମ୍ କଟକ ନେଇ ଯାଇଥିବା ଜଣାପଡ଼ିଛି । ସୂଚନାନୁସାରେ ଏହି ଲାଞ୍ଚୁଆ ଡିଏସପିଙ୍କ ନାମରେ ଲାଞ୍ଚ କାରବାର, ବ୍ରାଉନ ସୁଗାର, ବେଆଇନ ଗୋରୁ ଚାଲାଣ, ଚୋରା କୋଇଲା ଚାଲାଣ ସହ ମାଫିଆ ମାନଙ୍କ ସହ ସଲାସୁତରା ଥିବା ପୂର୍ବରୁ ବହୁ ଚର୍ଚ୍ଚା ହୋଇ ଆସୁଛି । ଏପରିକି ରାଜ୍ୟର ବିଭିନ୍ନ ଜାଗାରେ ନିଜ ସାଙ୍ଗସାଥି ଓ ସମ୍ପର୍କୀୟଙ୍କ ନାମରେ ବେଆଇନ ଭାବେ ସମ୍ପତି ଠୁଳ କରିଥିବା ବହୁ ଅଭିଯୋଗ ରହିଛି । ସେବେଠାରୁ ଏହି ଲାଞ୍ଚୁଆ ବାବୁ ଭିଜିଲାନ୍ସର ସ୍କାନରରେ ରହିଥିଲେ । ଭିଜିଲାନ୍ସ ଟିମ୍ ଅଭିନବଙ୍କ ବେଆଇନ ସମ୍ପତିକୁ ଯାଞ୍ଚ ପାଇଁ କେନ୍ଦୁଝର, ବାଲେଶ୍ବର, ଜଟଣୀ ଢେଙ୍କାନାଳର ବିଭିନ୍ନ ସ୍ଥାନରେ ଏକକାଳୀନ ଚଢାଉ କରିଛନ୍ତି । ଭିଜିଲାନ୍ସ ବିଭାଗର ୮ ଜଣିଆ ଟିମ ଚଢାଉ କରି ଛାନଭିନ ଆରମ୍ଭ କରିଛନ୍ତି ।

ଅଭିନବ ଡାଳୁଆ ଢେଙ୍କାନାଳ ସଦର ଥାନା ଆଇଆଇସି ଭାବେ କାର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନ ସେ ଡିଏସପି ଭାବେ ପଦୋନ୍ନତି ପାଇଛନ୍ତି । କିଛି ଦିନ ମଧ୍ୟରେ ସେ ରାଉରକେଲାରେ ଡିଏସପି ଭାବେ ଯୋଗ ଦେବାର ଥିଲା । ଏହା ପୂର୍ବରୁ ତାଙ୍କୁ ଲାଞ୍ଚ ମାମଲାରେ ଧରିଛି ଭିଜିଲାନ୍‌ସ । ଡାଳୁଆଙ୍କ ଆୟବର୍ହିଭୁତ ସମ୍ପତ୍ତି ନେଇ ୮ଟି ସ୍ଥାନରେ ଚଢଉ କରୁଛି ଭିଜିଲାନ୍‌ସ । ଅଭିନବଙ୍କ କଟକ ନରସିଂହପୁର ଘର ସମେତ ରାମଚନ୍ଦ୍ରପୁର, ଖୋର୍ଦ୍ଧା ଜଟଣୀ, ଢେଙ୍କାନାଳର ୪ଟି ସ୍ଥାନ, ମେଘଡମ୍ବରୁ, ବାଲେଶ୍ୱରର ପୈତୃକ ଘର, କେନ୍ଦୁଝରର ତୁରମୁଙ୍ଗା ଅନ୍ତର୍ଗତ ଝାରବେଡାରେ ଥିବା ସମ୍ପର୍କୀୟଙ୍କ ଘରେ ରେଡ୍ ଚାଲିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.