ETV Bharat / state

ଢେଙ୍କାନାଳରୁ ୪ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ନିଶା ବେପାରୀ ଗିରଫ

author img

By

Published : Jul 28, 2022, 7:22 PM IST

ଢେଙ୍କାନାଳରୁ ୪ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ
ଢେଙ୍କାନାଳରୁ ୪ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଢେଙ୍କାନାଳ ଜିଲ୍ଲାର ରାଧାକୃଷ୍ଣ ବଜାରରୁ ୪୦ ଗ୍ରାମ ବ୍ରାଉନସୁଗାର ଜବତ । ନିଶା ବେପାରୀକୁ ବାନ୍ଧିଲା ସମ୍ବଲପୁର ଅବକାରୀ ବିଭାଗ । ଅଧିକ ପଢନ୍ତୁ

ଢେଙ୍କାନାଳ: ଭୁବନେଶ୍ବର ବାଲେଶ୍ବର ପରେ ଏବେ ଢେଙ୍କାନାଳରେ ବ୍ରାଉନ ସୁଗାର କାରବାର ବଢିବାରେ ଲାଗିଛି । ଢେଙ୍କାନାଳ ଜିଲ୍ଲାର ରାଧାକୃଷ୍ଣ ବଜାରରୁ ବ୍ରାଉନ ସୁଗାର ଜବତ କରାଯାଇଥିବା ବେଳେ ଜଣେ ନିଶା ବେପାରୀକୁ ମଧ୍ୟ ଗିରଫ କରାଯାଇଛି । ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ଚାରି ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି ।

ଢେଙ୍କାନାଳରୁ ୪ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ସୂଚନା ଅନୁସାରେ, ଜିଲ୍ଲାର ରାଧାକୃଷ୍ଣ ବଜାରରେ ରାହୁଲ ସାହୁ ନାମକ ଜଣେ ନିଶା ବେପାରୀ ବ୍ରାଉନ ସୁଗାର ବିକ୍ରି କରୁଥିବାର ଖବର ପାଇଥିଲା ସମ୍ବଲପୁର ଅବକାରୀ ବିଭାଗ । ପରେ ବୁଧବାର ଦିନ ଅଭିଯୁକ୍ତର ଗତିବିଧି ଉପରେ ଲକ୍ଷ ରଖିଥଲା ସମ୍ବଲପୁର ଅବକାରୀ ବିଭାଗର ଟିମ । ପରେ ଆଜି ବିଭାଗର ୧୪ ଜଣିଆ ଟିମ ଠିକଣା ସ୍ଥାନରେ ଚଢାଉ କରିଥିଲେ । ଘଟଣାସ୍ଥଳରୁ ୪୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଥିବା ବେଳେ ନିଶା ବେପାରୀକୁ ମଧ୍ୟ ଧରିଥିଲା ଅବକାରୀ ଟିମ୍ । ତେବେ, ଏଠାରେ ପ୍ରଶ୍ନ ଉଠୁଛି ଯେ ଜିଲ୍ଲା ବାହାର ଅବକାରୀ ବିଭାଗ ପାଖରେ କିପରି ବ୍ରାଉନସୁଗାର କାରବାର ଖବର ପହଞ୍ଚିଲା । ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗ ପାଖରେ କିପରି ଏ ବାବଦରେ ଖବର ପହଞ୍ଚିଲାନି । ସେନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ,ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.