ETV Bharat / state

ସର୍ବସ୍ବାନ୍ତ କରିଦେଲା ବିଦ୍ୟୁତ୍ ସର୍ଟସର୍କିଟ, ଲକ୍ଷାଧିକ ଟଙ୍କାର ଧନସମ୍ପତ୍ତି ପୋଡ଼ି ଜଳି ପାଉଁଶ

author img

By

Published : Jun 20, 2023, 10:02 AM IST

fire breaks out
fire breaks out

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଅସୁରବନ୍ଧ ଗ୍ରାମରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଜଳିଗଲା ୨ ବଖରା ଘର। । ଅଧିକ ପଢନ୍ତୁ

ସର୍ବସ୍ବାନ୍ତ କରିଦେଲା ବିଦ୍ୟୁତ୍ ସର୍ଟସର୍କିଟ

ଢେଙ୍କାନାଳ: ସର୍ବସ୍ବାନ୍ତ କରିଦେଲା ବିଦ୍ୟୁତ ସର୍ଟ ସର୍କିଟ । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଜଳିଗଲା ୨ ବଖରା ଘର । ଜଳିପୋଡି ପାଉଁଶ ହୋଇଗଲା ଆସବାବପତ୍ର । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଅସୁରବନ୍ଧ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ଅଶୁରବନ୍ଧ ଗ୍ରାମର ଲକ୍ଷ୍ମୀଧର ମଳିକଙ୍କ ଘରେ ବିଦ୍ୟୁତ୍ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିଲା । ତାଙ୍କର ଚାଳ ଛପରର ଦୁଇ ବଖରା ଘର ପୋଡ଼ି ଯିବା ପରେ ପାଖ ଘରକୁ ନିଆଁ ଲାଗିଥିଲା । ଯାହାଫଳରେ ଘରେ ଥିବା ତିନିମାସର ପିଡିଏସ ଚାଉଳ, ଧାନ ଦଶ ବସ୍ତା, ବିରି, ବାଦାମ ଆଦି ରବି ଫସଲ ଜଳି ପାଉଁଶ ହୋଇଥିବା ବେଳେ ଲକ୍ଷ୍ମୀଧରଙ୍କ ସ୍ତ୍ରୀ ଝିଲୀ ମଳିକ ଗ୍ରୁପରୁ ଆଣିଥିବା ଷାଠିଏ ହଜାର ତଙ୍କା ମଧ୍ୟ ଜଳିପୋଡି ପାଉଁଶ ହୋଇଯାଇଛି । ଫଳରେ ଲକ୍ଷ୍ମୀ ମଲିକ ଓ ତାଙ୍କ ଭାଇଙ୍କର ସମସ୍ତ ସାମଗ୍ରୀ ପୋଡ଼ି ଯାଇଥିବାରୁ ଏହି ଅଗ୍ନି ବିପନ୍ନ ଦୁଇଟି ପରିବାରକୁ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ପ୍ରକାଶ ଥାଉକି, ଗତକାଲି ଶହୀଦନଗର ଭବାନୀ ମଲ ନିକଟରେ ଅଗ୍ନିକାଣ୍ଡ ଘଟିଥିଲା । ମଲ ନିକଟରେ ଥିବା ଏକ ବାରରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା । ଏନେଇ ଅଗ୍ନିଶମ ବିଭାଗ ଖବର ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ବାରରେ 4 ଜଣ ଫସି ରହିଥିବା ବେଳେ ତାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ । ନିଆଁର ମାତ୍ରା ଅଧିକ ଥିବାରୁ ପାଖ କମ୍ପ୍ଲେକ୍ସ ଓ ବିଲ୍ଡିଂକୁ ନିଆଁ ବ୍ୟାପିବାର ଭୟ ରହିଥିଲା।

ଗତ ଜୁନ 11 ତାରିଖରେ ବମିଖାଲ ଅଞ୍ଚଳରେ ମଧ୍ୟ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବମିଖାଲର କୌଶଲ୍ୟା କମ୍ପ୍ଲେକ୍ସରେ ଥିବା ଏକ ସୋ'ରୁମରେ ଅଗ୍ନିକାଣ୍ଡ ଘଟିଥିଲା । ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ନଷ୍ଟ ହୋଇଯାଇଥିବା ସୂଚନା ମିଳିଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା । ସୋ' ରୁମ ଭିତରେ ଥିବା ବାଟେରିରୁ ନିଆଁ ଲାଗିଥିବା ଜଣା ପଡ଼ିଥିଲା । ଏହାପରେ ଉକ୍ତ ସୋ'ରୁମ ପାଖରେ ଥିବା ଦୁଇଟି ଦୋକାନକୁ ନିଆଁ ବ୍ୟାପିଥିଲା । ଦୀର୍ଘ ସମୟ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲା । ତେବେ ଏହି ସୋ' ରୁମରେ ଫାୟାର ସେଫ୍ଟି ନଥିବା ଦୋକାନ ମାଲିକ ଅଭିଯୋଗ କରିଥିଲେ । ପୂର୍ବରୁ ମଧ୍ୟ ଏହି ସୋ' ରୁମରେ ନିଆଁ ଲାଗିଥିଲା । କିନ୍ତୁ ଫାୟାର ସେଫ୍ଟି ବ୍ୟବସ୍ଥା ନଥିବାରୁ ପୁଣି ଥରେ ଅଗ୍ନିକାଣ୍ଡ ଘଟିଥିଲା ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.