ETV Bharat / state

ଧାନ ଖଳାରେ ଚାଷୀଙ୍କୁ କଚାଡି ମାରିଲା ହାତୀ

author img

By

Published : Feb 9, 2021, 8:13 AM IST

ଧାନ ଖଳାରେ ଚାଷୀଙ୍କୁ କଚାଡି ମାରିଲା ହାତୀ
ଧାନ ଖଳାରେ ଚାଷୀଙ୍କୁ କଚାଡି ମାରିଲା ହାତୀ

ଧାନ ଖଳାରେ ପଶି ଚାଷୀଙ୍କୁ କଚାଡି ମାରିଲା ହାତୀ । ହିନ୍ଦୋଳ ମାନିଆଁନାଳୀରେ ଘଟିଛି ଏଭଳି ଅଘଟଣ । ଅଧିକ ପଢନ୍ତୁ...

ଢେଙ୍କାନାଳ: ପୁଣି ହାତୀ ଆକ୍ରମଣରେ ଚାଷୀ ମୃତ । ହିନ୍ଦୋଳ ମାନିଆଁନାଳୀରେ ଘଟିଛି ଏଭଳି ଅଘଟଣ । ଢେଙ୍କାନାଳରେ ହାତୀ ଆକ୍ରମଣରେ ଜଣଙ୍କ ପରେ ଜଣଙ୍କ ମୃତ୍ୟୁ ହେଉଥିବା ବେଳେ ଗତକାଲି(ସୋମବାର) ରାତିରେ ହିନ୍ଦୋଳ ବନାଞ୍ଚଳର ରାସୋଳ ଥାନା ଅନ୍ତର୍ଗତ ମାନିଆଁ ନାଳୀ ଗ୍ରାମରେ ଧାନ ଖଳାରେ ହାତୀ ଜଣଙ୍କୁ କଚାଡି ଦେବାରୁ ଘଟଣା ସ୍ଥଳରେ ହିଁ ଚାଷୀଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ଉକ୍ତ ଗ୍ରାମର ରବି ନାରାୟଣ ରାଉତ ।

ରବି ତାଙ୍କ ବାଡ଼ି ପଟ ଧାନ ଖଳାକୁ ଯାଇଥିବାବେଳେ ଧାନ ଖାଇବାକୁ ଆସିଥିବା ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ । ପରେ ଚିତ୍କାର ଶୁଣି ପରିବାର ଓ ଗ୍ରାମବାସୀ ଆସିବାରୁ ହାତୀଟି ଗାଁ ପାଖ ଜଙ୍ଗଲକୁ ପଳାଇଯାଇଛି । ତେବେ ଗାଁ ପାଖ ଜଙ୍ଗଲରେ ଏହି ମଣିଷ ମରା ହାତୀଟି ରହିଥିବାରୁ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.