ETV Bharat / state

ଢେଙ୍କାନାଳରେ କଟକଣା ମଧ୍ୟରେ ଇଦ ପାଳିତ

author img

By

Published : May 14, 2021, 6:55 PM IST

Eid celebration in covid restrictions in dhenkanal
କଟକଣା ମଧ୍ୟରେ ଇଦ ପାଳିତ

ଆଜି ଇଦ ପାଳିଛନ୍ତି ମୁସଲିମ ସମ୍ପ୍ରଦାୟ । ତେବେ କୋରୋନା କଟକଣା ପାଇଁ ସେମାନଙ୍କର ଅବଶୋଷ ରହିଯାଇଥିବା ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ଢେଙ୍କାନାଳ: କୋଭିଡ କଟକଣା ମଧ୍ୟରେ ଆଜି(ଶୁକ୍ରବାର)ମୁସଲିମ ସମ୍ପ୍ରଦାୟର ପ୍ରମୁଖ ପର୍ବ ଇଦ ପାଳିତ ହୋଇଯାଇଛି । ଚଳିତ ମାସ ସାରା ରମଜାନରେ ରୋଜା ବ୍ରତ ରଖି ମୁସଲିମ ସମ୍ପ୍ରଦାୟ ଆଜି ଉଦଯାପନ ଅର୍ଥାତ ଇଦ ପର୍ବ ପାଳନ କରିଛନ୍ତି । ତେବେ କୋରୋନା କଟକଣା ପାଇଁ ସେମାନଙ୍କର ଅବଶୋଷ ରହିଯାଇଥିବା ପ୍ରକାଶ କରିଛନ୍ତି ।

କଟକଣା ମଧ୍ୟରେ ଇଦ ପାଳିତ

ଏହି ଅବସରରେରେ ଢେଙ୍କାନାଳ ସହରର ଜାମା ମସଜିଦ ଓ ମୋତି ମସଜିଦରେ ମୁସଲିମ ସମ୍ପ୍ରଦାୟର ଲୋକମାନଙ୍କ ପର୍ବ ପାଳନ କେବଳ ପ୍ରଥାରେ ସୀମିତ ରହିଯାଇଛି । ଯାହା ଫଳରେ ଲୋକାରଣ୍ୟ ହେବାକୁ ଥିବା ମସଜିଦ ଗୁଡିକ ମୁସଲିମ ସମ୍ପ୍ରଦାୟଙ୍କୁ ଛାଡିଦେଲେ ଖାଁ ଖାଁ ଅନୁଭୂତ ହୋଇଛି ।

ଲକଡାଉନ ଯୋଗୁଁ ମସଜିଦରେ ସମ୍ମୁହ ନମାଜ ପାଠ ଉପରେ କଟକଣା ରହିଥିବାରୁ ଏହି ଦୁଇଟି ମସଜିଦରେ ୨୦ ରୁ ୨୫ ଜଣ ମଧ୍ୟରେ କେବଳ ପ୍ରଥା ପାଳନ କରିଛନ୍ତି । ଅନ୍ୟମାନେ ସମସ୍ତେ ନିଜ ନିଜ ଘରେ ନମାଜ ପାଠ କରିଥିବା ଜଣାପଡ଼ିଛି । ଫଳରେ ବର୍ଷର ଏହି ପର୍ବ ମୁସଲିମ ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରେ ରହିଥିବା ଉତ୍ସାହ ସମ୍ପୂର୍ଣ୍ଣ ଫିକା ପଡିଯାଇଥିବା ପ୍ରକାଶ କରିଛନ୍ତି ଜାମା ମସଜିଦର ସଭାପତି ଓ ସଦସ୍ୟ ।

ଢେଙ୍କାନାଳରୁ ଉର୍ମିଲା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.