ETV Bharat / state

ପଠାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବିଷାକ୍ତ ମଦ ପିଇ ମୃତ୍ୟୁ ସନ୍ଦେହ

author img

By

Published : Jan 15, 2020, 11:33 AM IST

dead-body-found-in-rasola-ps-of-dhekanal-suspected-liqure-death
ନାଳ ପଠାରୁ ଯୁବକର ମୃତ ଦେହ ଉଦ୍ଧାର,ବିଷାକ୍ତ ମଦ ମୃତ୍ୟୁ ସନ୍ଦେହ

ନାଳ ପଠାରୁ ଯୁବକର ମୃତ ଦେହ ମୃତଦେହକୁ ଉଦ୍ଧାର । ବିଷାକ୍ତ ମଦ ପାନୀୟ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଛି ।

ଢେଙ୍କାନାଳ: ନାଳ ପଠାରୁ ଯୁବକର ମୃତଦେହ ଠାବ । ରାସୋଲ ଥାନା ଅନ୍ତର୍ଗତ ବଡ ବାହାଳ ଗ୍ରାମ ନିକଟରେ ଯାଇଥିବା ବଡ଼ଜୋର ନାଳରୁ ଜଣେ ଯୁବକର ମୃତଦେହକୁ ଉଦ୍ଧାର କରାଯାଇଛି । ରାସୋଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ।

ନାଳ ପଠାରୁ ଯୁବକର ମୃତ ଦେହ ଉଦ୍ଧାର,ବିଷାକ୍ତ ମଦ ମୃତ୍ୟୁ ସନ୍ଦେହ

ସୂଚନା ଅନୁଯାୟୀ ରାସୋଲ ଥାନା ଅନ୍ତର୍ଗତ ସ୍ଥାନୀୟ ବଡ଼ ବାହାଳ ଗ୍ରାମର ଟୁକୁନା ନାୟକ ଜଣେ ଦିନ ମଜୁରିଆ । ଗତକାଲିଠାରୁ ଘରୁ ବାହାରି ସେ ପାଖ କାରନ୍ଦI ଗ୍ରାମକୁ ଯାଇ ଆଉ ଘରକୁ ଫେରି ନଥିଲେ । ତେବେ ଆଜି ତାଙ୍କର ମୃତଦେହ ଗାଁ ପାଖ ବଦଜୋର ନାଳ ପାଖରୁ ମିଳିଛି ।


ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ମୃତ୍ୟୁର ସଠିକ କାରଣ ଜଣାପଡି ନାହିଁ। ତେବେ ପାଟିରୁ ରକ୍ତ ବାହାରୁ ଥିବାରୁ ବିଷାକ୍ତ ମଦ ପାନୀୟ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି । ପୋଲିସ ତଦନ୍ତ ଓ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ସ୍ପଷ୍ଟ ହେବ ବୋଲି ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଆଙ୍କର: ଢେଙ୍କାନାଳ ରାସୋଲ ଥାନା ଅନ୍ତର୍ଗତ ବଡ ବାହାଳ ଗ୍ରାମ ନିକଟରେ ଯାଇଥିବା ବଡ଼ଜୋର ନାଳ ପଠାରେ ଜଣେ ଯୁବକର ମୃତ ଦେହକୁ ଠାବ କରାଯାଇଛି । ଏହା ଏକ ବିଷାକ୍ତ ମଦ ଜନିତ ମୃତ୍ୟୁ  ବୋଲି ସନ୍ଦେହ କରାଯାଇଛି ।
Body:ବୁଧବାର ସକାଳେ ଗ୍ରାମ ଲୋକମାନେ ଏହି ମୃତ ଦେହକୁ ଦେଖି ପୁଲିସକୁ ଖବର ଦେଇଥିଲେ।ରାସୋଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଛି । ମୃତ ଯୁବକ ଜଣଙ୍କ ସ୍ଥାନୀୟ ବଡ଼ ବାହାଳ ଗ୍ରାମର ଟୁକୁନା ନାୟକ ବୋଲି ଜଣ ପଡିଛି । ଟୁକୁନା ଜଣେ ଦିନ ମଜୁରିଆ । ଗତ କାଲିଠାରୁ ଘରୁ ବାହାରି ସେ ପାଖ କାରନ୍ଦI ଗ୍ରାମକୁ ଯାଇ ଆଉ ଘରକୁ ଫେରି ନଥିଲେ । ତେବେ ଆଜି ତାଙ୍କର ମୃତ ଦେହ ଗାଁ ପାଖ ବଦଜୋର ନାଳ ପାଖରୁ ମିଳିଛି ।
ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି । ମୃତ୍ୟୁ ର ସଠିକ କାରଣ ଜଣ ନାହିଁ। ତେବେ ପାଟିରୁ ରକ୍ତ ବାହାରୁ ଥିବାରୁ ବିଷାକ୍ତ ମଦ ପାନ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି ।

Conclusion:ମାତ୍ର ପୁଲିସ ତଦନ୍ତ ଓ   ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି । ଢେଙ୍କାନାଳ ରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ। ଇଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.