ETV Bharat / state

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ, ପ୍ରେମିକର ଗଲା ଜୀବନ

author img

By ETV Bharat Odisha Team

Published : Nov 21, 2023, 10:53 PM IST

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ
ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ । ପ୍ରେମ ପାଇଁ ପ୍ରେମିକର ଗଲା ଜୀବନ । ପ୍ରେମିକା ଗୁରୁତର । ଆତ୍ମହତ୍ୟାକୁ ନେଇ ସନ୍ଦେହ କରି ହତ୍ୟା ଅଭିଯୋଗ ଉଠାଇଲେ ପ୍ରେମିକର ପରିବାର । ଆଗକୁ ପଢ଼ନ୍ତୁ,

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ: ଢେଙ୍କାନାଳରେ ଅଭାନୀୟ ଘଟଣା । ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ । ପ୍ରେମ ପାଇଁ ପ୍ରେମିକର ଗଲା ଜୀବନ । ପ୍ରେମିକା ଗୁରୁତର ଅବସ୍ଥାରେ ଢେଙ୍କାନାଲ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି । ଆତ୍ମହତ୍ୟାକୁ ନେଇ ସନ୍ଦେହ କରି ହତ୍ୟା ଅଭିଯୋଗ ଉଠାଇଲେ ପ୍ରେମିକର ପରିବାର । ସଦର ଥାନା ପୁଲିସର ତଦନ୍ତ ଆରମ୍ଭ ।

ପ୍ରେମକୁ ନେଇ ଢେଙ୍କାନାଳରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ ପ୍ରେମୀ ଯୁଗଳ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତେବେ ପ୍ରେମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପ୍ରେମିକା ଜଣକ ଗୁରୁତର ହୋଇଛନ୍ତି । ଗୁରୁତର ପ୍ରେମିକାଙ୍କୁ ଢେଙ୍କାନାଲ ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ଏବେ ତାଙ୍କର ଚିକିତ୍ସା ହେଉଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ....ସ୍ୱାମୀର ମାଡ଼ରେ ସ୍ତ୍ରୀ ମୃତ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଏପରି ସ୍ପର୍ଶକାତର ଘଟଣା ଢେଙ୍କାନାଳ ସଦର ଥାନା ଅର୍ନ୍ତର୍ଗତ ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳରେ ଘଟିଛି । ଗୋବିନ୍ଦପୁର ଫାଣ୍ଡିଠାରୁ କିଛି ଦୂରରେ ଗୋବିନ୍ଦପୁର ନୂଆ ସାହି ଆମ୍ଭ ତୋଟାରେ ଝୁଲନ୍ତା ଅବସ୍ଥାରେ ପ୍ରେମିକର ମୃତଦେହ ଉଦ୍ଧାର କରିଛନ୍ତି ପୋଲିସ । ମୃତ ପ୍ରେମିକ ହେଉଛନ୍ତି ଗୋବିନ୍ଦପୁର ଗ୍ରାମର କାହ୍ନୁ ମହାପାତ୍ର । ଗୁରୁତର ପ୍ରେମିକା ସ୍ଥାନୀୟ ବଳଦିଆବନ୍ଧ ଗ୍ରାମର ବିଷ୍ଣୁପ୍ରିୟା ଦାସ ବୋଲି ଜଣାପଡ଼ିଛି । ବିଷ୍ଣୁ ପ୍ରିୟା ବଳଦିଆ ବନ୍ଧ ଅରବିନ୍ଦ ସ୍କୁଲରେ କାର୍ଯ୍ୟ କରନ୍ତି । ମୃତ ଯୁବକ ଜଣଙ୍କ ଗୋବିନ୍ଦପୁର ଅଞ୍ଚଳରେ ଦୋକାନ ବ୍ୟବସାୟ କରନ୍ତି । ତେବେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ବୋଲି ଜଣାପଡ଼ିଛି । ଉଭୟେ ଘରୁ ବାଇକ ଯୋଗେ ପଳାଇ ଆସିଥିଲେ । ଏହାପରେ ଆଜି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଆଜି ପ୍ରାୟ ସକାଳ ୩ଟା ସମୟରେ ଉଭୟଙ୍କୁ ଆମ୍ବ ତୋଟାରୁ ଠାବ କରାଯାଇଥିଲା । ଖବର ପାଇ ଗୋବନ୍ଦପୁର ଫାଣ୍ଡି ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ଯୁବକଙ୍କର ବାଇକ ଜବତ କରିଛି ପୋଲିସ । ମାତ୍ର ମୃତ ଯୁବକର ବେକରେ ମୋଟା ରସି ଲାଗିଥିବାବେଳେ ଗୋଡ଼ ତଳେ ଲାଗିଥିଲା । ସେପଟେ ଗୁରୁତର ପ୍ରେମିକକୁ ତାଙ୍କ ଭାଇ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ନେଇଥିବା ଜଣାପଡିଛି । ପାରିପାର୍ଶ୍ୱିକ ସ୍ଥିତିରୁ ନେଇ ହତ୍ୟା ସନ୍ଦେହ କରିଛନ୍ତି ମୃତ ପ୍ରେମିକର ପରିବାର । ଯାହାକୁ ନେଇ ଏହି ଘଟଣା ସନ୍ଦେହ ଘେରକୁ ଆସିଛି । ଏପରିକି ଯୁବକଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ଯୁବକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ତେଣୁ ଯୁବତୀଙ୍କ ପରିବାର ଉପରେ ସନ୍ଦେହ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.