ETV Bharat / state

ସ୍ୱାମୀର ମାଡ଼ରେ ସ୍ତ୍ରୀ ମୃତ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

author img

By ETV Bharat Odisha Team

Published : Nov 21, 2023, 3:48 PM IST

ସ୍ୱାମୀର ମାଡ଼ରେ ସ୍ତ୍ରୀ ମୃତ
ସ୍ୱାମୀର ମାଡ଼ରେ ସ୍ତ୍ରୀ ମୃତ

କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଟିଙ୍ଗୋପକାନ ଗାଁରେ ସ୍ବାମୀର ମାଡ଼ରେ ସ୍ତ୍ରୀର ମୃତ୍ୟୁ । ଅଧିକ ପଢନ୍ତୁ

ସ୍ୱାମୀର ମାଡ଼ରେ ସ୍ତ୍ରୀ ମୃତ

ଭବାନୀପାଟଣା: ପାରିବାରିକ କହଳର କରୁଣ ପରିଣତି । ସ୍ବାମୀର ମାଡ଼ରେ ସ୍ତ୍ରୀର ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଟିଙ୍ଗୋପକାନ ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ମୃତ ମହିଳା ଜଣକ ହେଉଛନ୍ତି ଟିଙ୍ଗୋପକାନ ଗାଁର ମଙ୍ଗଳଦେଇ ମାଝୀ ।

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ତେବେ ଏନେଇ ମଙ୍ଗଳଦେଇଙ୍କ ସ୍ୱାମୀ ବୁଧୁରାମ ମାଝୀ ମଙ୍ଗଳଦେଇଙ୍କୁ ମାଡ଼ ମାରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ମଙ୍ଗଳଦେଇଙ୍କ ମୃତ୍ୟୁ ହୋଇଥିଲା। ଏନେଇ ପରିବାର ଲୋକେ ପୋଲିସକୁ ଖବର ଦେଇ ନ ଥିବା ବେଳେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଉକ୍ତ ଗାଁ କୁ ଯାଇ ମୃତଦେହ ଜବତ କରିଥିଲା ।

ଏଥି ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ବେଳେ ଘଟଣାକୁ ନେଇ ମଙ୍ଗଳଦେଇଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମୃତ ମହିଳାଙ୍କ ସ୍ଵାମୀ ଅଭିଯୁକ୍ତ ବୁଧୁରାମ ଫେରାର ମାରିଥିବା ନେଇ ପୋଲିସ ସୂଚନା ଦେଇଛି ।

ଏହା ମଧ୍ୟ ପଢନ୍ତୁ- ଶାବଳରେ ପିଟି ସ୍ତ୍ରୀକୁ ହତ୍ୟା କଲା ସୈତାନ ସ୍ୱାମୀ, ଅଭିଯୁକ୍ତ ଗିରଫ

ସେହିପରି ପାରିବାରିକ କଳହକୁ ନେଇ ଗତ ମାସରେ ମୟୂରଭଞ୍ଜ ଜିଲ୍ଲା ମୋରୋଡ଼ା ଥାନା ଅନ୍ତର୍ଗତ ସମାଇଡିହି ଗ୍ରାମରେ ଶାବଳରେ ପିଟି ସ୍ତ୍ରୀକୁ ହତ୍ୟା କରିଥିଲା ସୈତାନ ସ୍ବାମୀ । ଜିଲ୍ଲାର ମାଇଡିହି ଗ୍ରାମରେ ରହୁଥିବା ରାଜୁ ଭକ୍ତା ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଭକ୍ତାଙ୍କୁ ଏକ ଶାବଳରେ ଛେଚି ହତ୍ୟା କରିଥିଲା । ଏନେଇ ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ତାଙ୍କୁ ଗିରଫ କରିଥିଲା । ତେବେ ଉଭୟ ରାଜୁ ଭକ୍ତା ଓ ଲକ୍ଷ୍ମୀ ଭକ୍ତାଙ୍କ ଘର ଟିଆଁସୀ ଗ୍ରାମରେ ହୋଇଥିବା ଥିବାବେଳେ ଦୁହେଁ ନିଜ ପିଉସୀ ଘର ସମାଇଡିହି ଗ୍ରାମକୁ ଆସିଥିଲେ । ସେଠାରେ ଅଘଟଣ ଘଟିବାର ରାତିରେ କୌଣସି କାରଣରୁ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ଉଭୟ ସ୍ବାମୀ ଓ ସ୍ତ୍ରୀ ଖାଇ ପିଇ ଶୋଇ ପଡ଼ିଥିଲେ । ହେଲେ ବିଳମ୍ବିତ ରାତିରେ ରାଜୁ ଶୋଇଥିବା ଅବସ୍ଥାରେ ସ୍ତ୍ରୀ ଲକ୍ଷ୍ମୀର ମୁଣ୍ଡକୁ ଶାବଳରେ ଆକ୍ରମଣ କରି ଚାଲି ଯାଇଥିଲା । ଫଳରେ ପ୍ରବଳ ରକ୍ତସ୍ରାବ ହେବାରୁ ଘଟଣାସ୍ଥଳରେ ହିଁ ଲକ୍ଷ୍ମୀଙ୍କର ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.