ETV Bharat / state

ଶାବଳରେ ପିଟି ସ୍ତ୍ରୀକୁ ହତ୍ୟା କଲା ସୈତାନ ସ୍ୱାମୀ, ଅଭିଯୁକ୍ତ ଗିରଫ

author img

By ETV Bharat Odisha Team

Published : Oct 18, 2023, 7:25 AM IST

Updated : Oct 18, 2023, 2:12 PM IST

ସ୍ତ୍ରୀକୁ ଶାବଳରେ ପିଟି ହତ୍ୟାକଲା ସୈତାନ ସ୍ବାମୀ । ଅଭିଯୁକ୍ତକୁ ଗିରଫ କରିବା ସହ ପୋଲିସ ତଦନ୍ତ ଜାରି ରଖିଛି । ଆଜି କୋର୍ଟରେ ହାଜର ହେବ ଅଭିଯୁକ୍ତ । ଅଧିକ ପଢନ୍ତୁ

ଶାବଳରେ ଛେଚି ସ୍ତ୍ରୀକୁ ହତ୍ୟା କଲା ସୈତାନ ସ୍ୱାମୀ, ଅଭିଯୁକ୍ତ ଗିରଫ
ଶାବଳରେ ଛେଚି ସ୍ତ୍ରୀକୁ ହତ୍ୟା କଲା ସୈତାନ ସ୍ୱାମୀ, ଅଭିଯୁକ୍ତ ଗିରଫ

ଶାବଳରେ ପିଟି ସ୍ତ୍ରୀକୁ ହତ୍ୟା କଲା ସୈତାନ ସ୍ୱାମୀ, ଅଭିଯୁକ୍ତ ଗିରଫ

ରାଇରଙ୍ଗପୁର: ଶାବଳରେ ପିଟି ସ୍ତ୍ରୀକୁ ହତ୍ୟା କଲା ସୈତାନ ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରୋଡା ଥାନା ଅନ୍ତର୍ଗତ ସମାଇଡିହି ଗ୍ରାମରେ।ପାରିବାରିକ କଳହରୁ ଏପରି ଘଟିଥିବା ଅନୁମାନ କରାଯାଉଛି । ଅଭିଯୁକ୍ତ ସ୍ୱାମୀରୁ ଗିରଫ କରି ପୋଲିସ ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ସୋମବାର ବିଳମ୍ୱିତ ରାତିରେ ମୟୂରଭଞ୍ଜ ଜିଲ୍ଲାର ମୋରୋଡା ଥାନା ଅନ୍ତର୍ଗତ ଚିତ୍ରଡା ଫାଣ୍ଡି ଅଧିନସ୍ଥ ସମାଇଡିହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସମାଇଡିହି ଗ୍ରାମରେ ରହୁଥିବା ରାଜୁ ଭକ୍ତା ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଭକ୍ତାଙ୍କୁ ଏକ ଶାବଳରେ ଛେଚି ହତ୍ୟା କରିଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି । ତେବେ ଉଭୟ ରାଜୁ ଭକ୍ତା ଓ ଲକ୍ଷ୍ମୀ ଭକ୍ତାଙ୍କ ଘର ଟିଆଁସୀ ଗ୍ରାମରେ ହୋଇଥିବା ଥିବାବେଳେ ଦୁହେଁ ନିଜ ପିଉସୀ ଘର ସମାଇଡିହି ଗ୍ରାମକୁ ଆସିଥିଲେ ।

ଏହାମଧ୍ୟ ପଢନ୍ତୁ..ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଆଣିଲା ହତ୍ୟା ଅଭିଯୋଗ

ସେଠାରେ ଅଘଟଣ ଘଟିବାର ରାତିରେ କୌଣସି କାରଣରୁ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ଉଭୟ ସ୍ବାମୀ ଓ ସ୍ତ୍ରୀ ଖାଇ ପିଇ ଶୋଇ ପଡ଼ିଥିଲେ । ହେଲେ ବିଳମ୍ବିତ ରାତିରେ ରାଜୁ ଶୋଇଥିବା ଅବସ୍ଥାରେ ସ୍ତ୍ରୀ ଲକ୍ଷ୍ମୀର ମୁଣ୍ଡକୁ ଶାବଳରେ ଆକ୍ରମଣ କରି ଚାଲି ଯାଇଥିଲା । ଫଳରେ ପ୍ରବଳ ରକ୍ତସ୍ରାବ ହେବା ସହ ଘଟଣାସ୍ଥଳରେ ହିଁ ଲକ୍ଷ୍ମୀଙ୍କର ମୃତ୍ୟୁ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ..ଚୋରି ଧରାପଡିବା ଭୟରେ CWC ସଦସ୍ୟାଙ୍କ ଜୀବନ ନେଇଥିଲେ, ଡ୍ରାଇଭର ସମେତ 2ଗିରଫ

ତେବେ ମଙ୍ଗଳବାର ସକାଳେ ଲକ୍ଷ୍ମୀକୁ ରକ୍ତାକ୍ତ ଅବସ୍ଥାରେ ଦେଖିବାକୁ ପାଇ ଘଟଣା ସମ୍ପର୍କରେ ରାଜୁର ପିଉସୀଙ୍କ ଘର ଲୋକେ ମୋରୋଡ଼ା ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ମୋରୋଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ୍‌ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିଲେ । ଘଟଣାର ତଦନ୍ତ କରିବା ସହିତ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ୍ ଡକାଇଥିଲେ । ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଶାବଳକୁ ଜବତ କରିବା ସହ ଅଭିଯୁକ୍ତ ରାଜୁ ଭକ୍ତାକୁ ମଧ୍ୟ ଗିରଫ କରିଥିଲା ପୋଲିସ ।

ତେବେ ମୋରୋଡା ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ରାଜୁକୁ ପଚରାଉଚରା କରୁଥିବା ଜଣାପଡିଛି । ଆଜି(ବୁଧବାର) ଅଭିଯୁକ୍ତ ରାଜୁକୁ ବାରିପଦା କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Oct 18, 2023, 2:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.