ETV Bharat / state

ଚୋରି ଧରାପଡିବା ଭୟରେ CWC ସଦସ୍ୟାଙ୍କ ଜୀବନ ନେଇଥିଲେ, ଡ୍ରାଇଭର ସମେତ 2ଗିରଫ

author img

By ETV Bharat Odisha Team

Published : Oct 14, 2023, 9:04 PM IST

ଶିଶୁ ମଙ୍ଗଳ କମିଟି ସଦସ୍ୟାଙ୍କୁ ହତ୍ୟା ଘଟଣା, ଡ୍ରାଇଭର ସମେତ ୨ ଗିରଫ
ଶିଶୁ ମଙ୍ଗଳ କମିଟି ସଦସ୍ୟାଙ୍କୁ ହତ୍ୟା ଘଟଣା, ଡ୍ରାଇଭର ସମେତ ୨ ଗିରଫ

ଶିଶୁ ମଙ୍ଗଳ କମିଟି ସଦସ୍ୟାଙ୍କୁ ହତ୍ୟା ଘଟଣା ପର୍ଦ୍ଦାଫାସ । ମୁଖ୍ୟତଃ ଚୋରି ଧରାପଡ଼ିବା ଭୟରେ ଏପରି କାଣ୍ଡ ଘଟାଇଥିବା ସୂଚନା ମିଳିଛି । ଡ୍ରାଇଭର ସମେତ ୨ ଗିରଫ । ଅଧିକ ପଢନ୍ତୁ

ଶିଶୁ ମଙ୍ଗଳ କମିଟି ସଦସ୍ୟାଙ୍କୁ ହତ୍ୟା ଘଟଣା, ଡ୍ରାଇଭର ସମେତ ୨ ଗିରଫ

ବ୍ରହ୍ମପୁର: ସହରର ବହୁଚର୍ଚ୍ଚିତ ଜିଲା ଶିଶୁ ମଙ୍ଗଳ କମିଟିର ସଦସ୍ୟା ସୌଦାମିନୀ ରଥଙ୍କୁ ହତ୍ୟା ପର୍ଦ୍ଦାଫାସ କରିଛି ପୋଲିସ । ହତ୍ୟା କାଣ୍ଡରେ ସମ୍ପୃକ୍ତ ଥିବା ୨ଜଣ ଆଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଗୋଷାଣିନୂଆଗାଁ ଥାନା ଅଞ୍ଚଳର ନୀଳକଣ୍ଠନଗର ପ୍ରଥମ ଲାଇନରେ ରହୁଥିବା ସହରର ତଥା ଜିଲା ଶିଶୁ ମଙ୍ଗଳ କମିଟିର ସଦସ୍ୟା ସୌଦାମିନୀ ରଥଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଡ୍ରାଇଭର ସମେତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମୁଖ୍ୟତଃ ଚୋରି ଧରାପଡ଼ିବା ଭୟରେ ଏପରି କାଣ୍ଡ ଘଟାଇଥିବା ସୂଚନା ମିଳିଛି । ଗିରଫ ମୁଖ୍ୟ ଅଭିଯୁକ୍ତ ଜଣକ ହେଲେ 27 ବର୍ଷୀୟ ସୀମାଞ୍ଚଳ ସାହୁ ଓ ତାଙ୍କ ସହଯୋଗୀ 25 ବର୍ଷୀୟ ବିଶ୍ଵନାଥ ସାହୁ ଓରଫ ବିରେନ ହୋଇଥିବା ବେଳେ ଉଭୟେ ବ୍ରହ୍ମପୁର ସହରର ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସୌଦାମିନୀ ରଥ ଗତ ୧୦ ତାରିଖରେ 3 ଦିନ ପାଇଁ ଭୁବନେଶ୍ଵର ତାଲିମ ନେବାକୁ ଯାଇଥିଲେ । ଏହି ସମୟରେ ସୌଦାମିନୀ ତାଙ୍କ ଡ୍ରାଇଭର ତଥା ମୁଖ୍ୟ ଅଭିଯୁକ୍ତ ସୀମାଞ୍ଚଳକୁ 3ଦିନ ପାଇଁ ଛୁଟି ପ୍ରଦାନ କରିଥିଲେ । ଏହାରି ଭିତରେ ସୀମାଞ୍ଚଳ ସୌଦାମିନୀଙ୍କ ବାସଭବନରୁ ଚୋରି କରିବା ପାଇଁ ନିଷ୍ପତ୍ତି ନେଇଥିଲା । ସେ ଗତ ୧୧ ତାରିଖ ସଂନ୍ଧ୍ୟାରେ ଚୋରିରେ ବ୍ୟବହୃତ ସାମଗ୍ରୀ ବଜାରୁ କିଣିଥିଲା । ଏହା ପରେ ସୀମାଞ୍ଚଳ ଏବଂ ସହଯୋଗୀ ବିଶ୍ଵନାଥ ସାହୁ ଓରଫ ବିରେନଙ୍କ ସହିତ ପୂର୍ବ ଯୋଜନା ମୁତାବକ ସୌଦାମିନୀଙ୍କ ଘରେ ପସିଥିଲେ । ହେଲେ ସୌଦାମିନୀ ଗୋଟିଏ ଦିନ ପୂର୍ବରୁ ନିଜ ଘରକୁ ଆସି ଯାଇଥିବାରୁ ଅଭିଯୁକ୍ତ ଜଣକ ଚୋରି କରିବାରେ ସଫଳ ହୋଇନଥିଲେ । ଯାହାକୁ ନେଇ ଅଭିଯୁକ୍ତ ଜଣକ ଧରା ପଡ଼ିଯିବା ଭୟରେ ସୌଦାମିନୀଙ୍କ ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମାଣ କରିଥିଲା । ଫଳରେ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ।

ଏହା ମଧ୍ୟ ପଢନ୍ତୁ ...ବ୍ରହ୍ମପୁରରେ CWC ସଦସ୍ୟଙ୍କୁ ନିର୍ମମ ହତ୍ୟା, ଡ୍ରାଇଭର ଅଟକ

ସୂଚାନା ଯୋଗ୍ୟ ଗତ ୪ ମାସ ଧରି ଅଭିଯୁକ୍ତ ସୀମାଞ୍ଚଳ ମୃତ ସୌଦାମିନୀଙ୍କ ଗାଡିଚାଳକ ଭାବେ କାର୍ଯ୍ୟ କରୁଥିବା ବେଳେ ଏହାରି ମଧ୍ୟରେ ସୌଦାମିନୀଙ୍କ ଟଙ୍କା ଓ ସୁନା ଦେଖି ଡ୍ରାଇଭର ସୀମାଞ୍ଚଳଙ୍କ ଲୋଭ ବଢିଯାଇଥିବା ଯୋଗୁ ଏଭଳି ଘଟଣା ଘଟିଥାଇ ପରେ ବୋଲି ଜଣାପଡିଛି । ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ବହୁ ଖୋଜାଖୋଜି ପରେ ଅଭିଯୁକ୍ତ ଡ୍ରାଇଭର ଏବଂ ସହଯୋଗୀ ବିରେନ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ । ପରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି । ସେହିପରି ଅଭିଯୁକ୍ତ ସୀମାଞ୍ଚଳ ସାହୁଙ୍କ ନାମରେ ପୂର୍ବରୁ ବିଭିନ୍ନ ମାମଲା ରହିଥିିବା ସୂଚନା ଦେଇଛି ପୋଲିସ ।

ଇଟିଭି ଭାରତ ,ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.