ETV Bharat / state

କାର୍ତ୍ତିକେଶ୍ୱର ମେଢ଼ ଭସାଣିକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଗୁରୁତର

author img

By ETV Bharat Odisha Team

Published : Dec 2, 2023, 7:05 AM IST

କାର୍ତ୍ତିକେଶ୍ୱର ମେଢ଼ ଭସାଣିକୁ ନେଇ ଗୋଷ୍ଟି ସଂଘର୍ଷ , ଗୋଟିଏ ପରିବାରର ୫ଗୁରୁତର
କାର୍ତ୍ତିକେଶ୍ୱର ମେଢ଼ ଭସାଣିକୁ ନେଇ ଗୋଷ୍ଟି ସଂଘର୍ଷ , ଗୋଟିଏ ପରିବାରର ୫ଗୁରୁତର

କାର୍ତ୍ତିକେଶ୍ୱର ମେଢ଼ ଭସାଣିକୁ ନେଇ ଗୋଷ୍ଠୀ ସଂଘର୍ଷ । ଗୋଟିଏ ପରିବାରର ୫ ଗୁରୁତର । ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗିରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ

କାର୍ତ୍ତିକେଶ୍ୱର ମେଢ଼ ଭସାଣିକୁ ନେଇ ଗୋଷ୍ଟି ସଂଘର୍ଷ , ଗୋଟିଏ ପରିବାରର ୫ଗୁରୁତର

ଢେଙ୍କାନାଳ:କାର୍ତ୍ତିକେଶ୍ୱର ମେଢ଼ ଭସାଣିକୁ ନେଇ ଢେଙ୍କାନାଳରେ ଗୋଷ୍ଠୀ ସଂଘର୍ଷ । ଏହି ଗୋଷ୍ଠୀ ସଂଘର୍ଷରେ ଗୋଟିଏ ପରିବାରର ୫ ଜଣ ଗୁରୁତର ହୋଇଛନ୍ତି । ଗତ ରାତିରେ ଆରମ୍ଭ ହୋଇଥିବା ଗଣ୍ଡଗୋଳ ଆଜି (ଶୁକ୍ରବାର) ଗୋଷ୍ଠୀ ସଂଘର୍ଷର ରୂପ ନେଇଛି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଶୋଗର ପଶି ଗ୍ରାମରେ ଘଟିଛି ଏହି ସଂଘର୍ଷ । ଗୁରୁତରମାନେ ଗୋଟିଏ ପରିବାରର ବୋଲି ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି । ଗୁରୁତରମାନଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ । ଅଭିଯୁକ୍ତମାନେ ଫେରାର ଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଗତ ଗୁରୁବାର ରାତିରେ ଶୋଗର ପଶି ଗ୍ରାମରେ କାର୍ତ୍ତିକେଶ୍ୱର ମେଢ଼ ଭସାଣି କାର୍ଯ୍ୟକ୍ରମ କରାଯାଇଥିଲା । ଏହି ବିଦ୍ୟାଧରଙ୍କ ଦୋକାନ ସମ୍ମୁଖରେ ତାଙ୍କ ପୁଅ ସହିତ ଗ୍ରାମର କିଛି ଯୁବକଙ୍କ ସହ ବଚସା ହୋଇଥିଲା । ତେବେ ଏହାକୁ ନେଇ ଗାଁ ଯୁବକ ସଂଘ ଚାପରେ ରାତିରେ ଗଣ୍ଡଗୋଳ ଥମି ଯାଇଥିଲା । ମାତ୍ର ଗତକାଲି (ଶୁକ୍ରବାର) ସକାଳେ ପୂର୍ବ ରାତି ଘଟଣାକୁ କେନ୍ଦ୍ରକରି ପୁଣି ପାଟିତୁଣ୍ଡ ହୋଇଥିଲା । ଯାହାକୁ ନେଇ ବିଦ୍ୟାଧରଙ୍କ ପରିବାର ଓ ଅପର ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଥିଲେ । ଏପରିକି ଅପର ଗୋଷ୍ଠୀର ଯୁବକମାନେ ମାରଣା ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ.....ଘର ସଫା କରିବାକୁ କହିବାରୁ ସ୍ବାମୀଙ୍କ କାନ କାମୁଡ଼ି ଛିଣ୍ଡାଇ ଦେଲେ ମହିଳା, ଥାନାରେ ମାମଲା


ଏହି ଗୋଷ୍ଠୀ ସଂଘର୍ଷରେ ଗୋଟିଏ ଗୋଷ୍ଠୀର ଜଣେ ମହିଳାଙ୍କ ସମେତ ୫ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନେ ହେଲେ ଶୋଗରପଶି ଗ୍ରାମର ବିଦ୍ୟାଧର ପୃଷ୍ଟି, ତାଙ୍କ ପତ୍ନୀ ସତ୍ୟଭାମା ପୃଷ୍ଟି, ପୁଅ କୃଷ୍ଣଚନ୍ଦ୍ର, ଶକ୍ତିପ୍ରସାଦ ଓ ଦେବୀ ପ୍ରସାଦ ବୋଲି ଜଣାପଡିଛି । ସେମାନଙ୍କୁ ଚିକିତ୍ସାପାଇଁ ପ୍ରଥମେ ଢେଙ୍କାନାଲ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମାତ୍ର ବାପା ବିଦ୍ୟାଧର ଓ ପୁଅ ଶକ୍ତି ପ୍ରସଦଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣା ପରେ ଶୋଗର ପଶି ଗ୍ରାମରେ ଉଭୟ ଗୋଷ୍ଠିଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି । ତେବେ ଆକ୍ରମଣ କାରୀମାନେ ଫେରାର ହୋଇଯାଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ.....ଯୁବତୀଙ୍କୁ ପ୍ରେମିକ ୩୧ ଖଣ୍ଡ କରିବା ଘଟଣାର ପର୍ଦ୍ଦାଫାସ, ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.