ETV Bharat / state

କ୍ଷୁଦ୍ର ଜମାକାରୀଙ୍କ ପାଇଁ ଖୁସି ଖବର, ଦୁଇ ମାସ ମଧ୍ୟରେ ଟଙ୍କା ଫେରସ୍ତ

author img

By ETV Bharat Odisha Team

Published : Sep 5, 2023, 8:08 PM IST

Etv Bharat
Etv Bharat

ଆସନ୍ତା ୨ ମାସ ମଧ୍ୟରେ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

କ୍ଷୁଦ୍ର ଜମାକାରୀଙ୍କ ପାଇଁ ଖୁସି ଖବର

କଟକ: କ୍ଷୁଦ୍ର ଜମାକାରୀଙ୍କ ପାଇଁ ଖୁସି ଖବର । ଆଗାମୀ ଦୁଇ ମାସ ମଧ୍ୟରେ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବାକୁ ହାଇକୋର୍ଟ ଆଜି (ମଙ୍ଗଳବାର) ନିର୍ଦ୍ଦେଶ ଦେଇଛନ୍ତି । ଦୁଇ ମାସ ମଧ୍ୟରେ କ୍ଷୁଦ୍ର ଜମାକାରୀଙ୍କୁ 8 ହଜାର ଟଙ୍କା ଲେଖାଏଁ ଫେରସ୍ତ କରିବାକୁ ହାଇକୋର୍ଟ କଟକ ଏଡିଏମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ବିଶ୍ଵନାଥ ରଥଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ସମ୍ପର୍କିତ ମାମଲାର ଶୁଣାଣି କରି ମାମଲା ଶୁଣାଣିର ଅନ୍ତ ଘଟାଇଛନ୍ତି କୋର୍ଟ । ତେବେ ଦୁଇଟି କମ୍ପାନୀର କ୍ଷୁଦ୍ର ଜମାକାରୀଙ୍କୁ ଏହି ଟଙ୍କା ମିଳିବ ।

୮ ହଜାର ଟଙ୍କା କିମ୍ବା ଏହି ରାଶିରୁ କମ କ୍ଷୁଦ୍ର ଜମାକାରୀଙ୍କୁ ଏହି ରାଶି ଫେରସ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କଟକ ଏଡିଏମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । GLP ଡେଭଲପରସ ଲିମିଟେଡ଼ ଏବଂ ଗୋଲଡେନ ଲ୍ୟାଣ୍ଡ ଡେଭଲପରସ ଲିମିଟେଡ଼ କମ୍ପାନୀ ପକ୍ଷରୁ ରୁଜୁ କରାଯାଇଥିବା ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । କମ୍ପାନୀ ପକ୍ଷରୁ ଦର୍ଶା ଯାଇଥିଲା କି ମୋଟ 8 ଲକ୍ଷ ଜମାକାରୀ ଅଛନ୍ତି ।

ଏହା ବି ପଢନ୍ତୁ- ରାଜ୍ୟରେ ଚିଟଫଣ୍ଡ ଜାଲିଆତି, ଜମାକାରୀଙ୍କ ଟଙ୍କା ଫେରାଇବାକୁ କ୍ରାଇମବ୍ରାଞ୍ଚ ପ୍ରସ୍ତୁତି

ସେମାନଙ୍କ ମଧ୍ୟରୁ ୬ ଲକ୍ଷ ଜମାକାରୀଙ୍କୁ ଚିହ୍ନଟ କରାଯାଇଛି । ୧୫ ହଜାର କ୍ଷୁଦ୍ର ଜମାକାରୀଙ୍କୁ ୧୦ ହଜାର କିମ୍ବା ଏହି ରାଶିରୁ କମ ଟଙ୍କା ପର୍ଯ୍ୟନ୍ତ ଫେରସ୍ତ କରାଯାଇଥିବା ନେଇ କୋର୍ଟଙ୍କୁ ଅବଗତ କରାଇଛନ୍ତି ଆବେଦନକାରୀ । ସେହିପରି କମ୍ପାନୀର ଯେଉଁ ଟଙ୍କା ଜବତ କରାଯାଇଛି ସେ ସବୁକୁ କ୍ଷୁଦ୍ର ଜମାକାରୀଙ୍କୁ ଫେରସ୍ତ କରାଯାଉ ବୋଲି କୋର୍ଟଙ୍କ ନିକଟରେ କମ୍ପାନୀ ପକ୍ଷରୁ ପାର୍ଥନା କରାଯାଇଥିଲା । ଏହି କ୍ରମରେ ୮ ହଜାର କିମ୍ବା ଏହି ରାଶିରୁ କମ କ୍ଷତିଗ୍ରସ୍ତଙ୍କୁ ଜବତ ଟଙ୍କା ଫେରସ୍ତ କରାଯାଇପାରିବ ବୋଲି କୋର୍ଟଙ୍କୁ ଅବଗତ କରିଥିଲେ ଆବେଦନକାରୀ ।

ଏହା ବି ପଢନ୍ତୁ- ତେଜିଲା ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ଦାବି

ତେବେ ଅବଶିଷ୍ଟ ଟଙ୍କାକୁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଫେରସ୍ତ କରାଯିବ ବୋଲି କୋର୍ଟଙ୍କୁ ଆବେଦନକାରୀ ଅବଗତ କରାଇଥିଲେ । ଜବତ ଟଙ୍କା ଶେଷ ହେବା ପରେ ଅବଶିଷ୍ଟ ରାଶି ସମ୍ପତ୍ତି ନିଲାମ କରି ଫେରସ୍ତ କରିବାକୁ କୋର୍ଟଙ୍କ ନିକଟରେ ପାର୍ଥନା କରିଛନ୍ତି ଆବେଦନକାରୀ । ଜଷ୍ଟିସ ବିଶ୍ଵନାଥ ରଥଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ସମ୍ପର୍କିତ ମାମଲାର ଶୁଣାଣି କରି ମାମଲା ଶୁଣାଣିର ଅନ୍ତ ଘଟାଇଛନ୍ତି କୋର୍ଟ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.