ETV Bharat / state

DGBK ଛାତ୍ରଙ୍କ ଗୁଣ୍ଡାଗିରି, ଅଧ୍ୟକ୍ଷଙ୍କୁ ଧକ୍କା ମାରିବା ଭିଡିଓ ଭାଇରାଲ

author img

By

Published : Dec 3, 2021, 5:43 PM IST

DGBK କଲେଜରେ ଛାତ୍ରଙ୍କ ଗୁଣ୍ତାଗିରି: ଅଧ୍ୟକ୍ଷଙ୍କୁ ଧକ୍କା ଦେବା ଭିଡିଓ ଭାଇରାଲ
DGBK କଲେଜରେ ଛାତ୍ରଙ୍କ ଗୁଣ୍ତାଗିରି: ଅଧ୍ୟକ୍ଷଙ୍କୁ ଧକ୍କା ଦେବା ଭିଡିଓ ଭାଇରାଲ

ନିଆଳି DGBK କଲେଜରେ ଜଣେ ଛାତ୍ର କଲେଜ ଅଧ୍ୟକ୍ଷଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଧକ୍କା ମାରି ଠେଲି ଦେଉଛନ୍ତି । କିଛି ଛାତ୍ର ଏହାକୁ ଭିଡିଓ କରି ଭାଇରାଲ କରିବା ପରେ ଘଟଣା ଏବେ ପଦାକୁ ଆସିଛି । ଅଧିକ ପଢନ୍ତୁ

ନିଆଳି: ଗୁରୁ ଶିଷ୍ୟ ପରମ୍ପରା ଦିନକୁ ଦିନ ତାର ଅସ୍ତିତ୍ବ ହରାଇବାକୁ ବସିଲାଣି । ରାଜନୀତି ପ୍ରଭାବରେ କଳଙ୍କିତ ହେବାକୁ ବସିଲାଣି କଲେଜ ବାତାବରଣ । କଟକ ନିଆଳିରେ ପ୍ରତିଷ୍ଠିତ DGBK କଲେଜରେ ଗତକାଲି(ଗୁରୁବାର) ଏମିତି କିଛି ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ କିଛି ଛାତ୍ର ଏହାକୁ ଭିଡିଓ କରି ଭାଇରାଲ କରିବା ପରେ ଘଟଣା ଏବେ ପଦାକୁ ଆସିଛି ।

DGBK କଲେଜରେ ଛାତ୍ରଙ୍କ ଗୁଣ୍ତାଗିରି: ଅଧ୍ୟକ୍ଷଙ୍କୁ ଧକ୍କା ଦେବା ଭିଡିଓ ଭାଇରାଲ

କୁହାଯାଉଛି ବିଜେଡି ଦଳର ସମର୍ଥକ ଜଣେ ଛାତ୍ରନେତା, ଭାଷା ଅଭାଷାରେ କଲେଜ ପରିସରରେ ଆତଙ୍କ ସୃଷ୍ଟି କରିଥିଲେ । କଲେଜ ଅଧ୍ୟକ୍ଷଙ୍କୁ ଅତି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଧକ୍କା ମାରି ପଛକୁ ଠେଲି ଦେଇଥିଲେ । ଯାହାର ଦୃଶ୍ୟ ମୋବାଇଲରେ କଏଦ ହୋଇ ଭାଇରାଲ ହେବାରେ ଲାଗିଛି ।

ଏହି ଛାତ୍ରଙ୍କ ଅଶୋଭାନୀୟ ଆଚରଣ ପାଇଁ ପୂରା କଲେଜ ନିନ୍ଦିତ ହୋଇଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଅସଭ୍ୟ ଭାଷା ପ୍ରୟୋଗ କରି ଅଧ୍ୟକ୍ଷଙ୍କୁ ଆକ୍ରମଣ କରିଛି ଉକ୍ତ ଛାତ୍ର ଜଣକ । କଲେଜର କୌଣସି ସମସ୍ୟା ନେଇ ଛାତ୍ରୀଛାତ୍ରୀମାନେ ଅଧ୍ୟକ୍ଷଙ୍କୁ ଅବଗତ କାରୁଥିବା ବେଳେ ଏପରି ଘଟଣା ଘଟିଛି ।ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷଙ୍କୁ ଫୋନ ମାଧ୍ୟମରେ ପଚରାଯିବାରୁ, ଘଟଣାକୁ ଏଡାଇ ଯିବା ସହ ଘଟଣା ଫାଇନାଲ ହୋଇଯାଇଛି ବୋଲି କହିଛନ୍ତି । ଏତେ ବଡ଼ ଘଟଣାକୁ ଆଇନ କାନୁନର ସହାୟତା ନନେଇ ଫାଇନାଲ ହେବା ଘଟଣା ଏବେ କଲେଜ ଅଧ୍ୟକ୍ଷଙ୍କ ଭୂମିକା ଉପରେ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.