ETV Bharat / state

Durga Puja Special: ଭାଇଚାରା ସହରରେ ପରମ୍ପରାର ଛାପ, ମା’ଙ୍କ ମୂର୍ତ୍ତିରେ ବ୍ୟବହାର ହୁଏନି ରାସାୟନିକ ରଙ୍ଗ

author img

By ETV Bharat Odisha Team

Published : Oct 17, 2023, 9:25 PM IST

Updated : Oct 17, 2023, 10:03 PM IST

ପ୍ରକୃତିକ ପ୍ରଣାଳୀରେ ପ୍ରସ୍ତୁତ ରଙ୍ଗ
ପ୍ରକୃତିକ ପ୍ରଣାଳୀରେ ପ୍ରସ୍ତୁତ ରଙ୍ଗ

ଧରାପୃଷ୍ଠରେ ମା' ଦୁର୍ଗାଙ୍କୁ ସ୍ବାଗତ କରିବା ପାଇଁ ଆତୁର ନୟନରେ ଚାହିଁ ରହିଛନ୍ତି ଭକ୍ତ । ଏନେଇ ଚଳଚଞ୍ଚଳ ହୋଇଉଠିଛି ରୌପ୍ୟ ନଗରୀ । ମା'ଙ୍କ ମୃର୍ତ୍ତିରେ ଶେଷ ସ୍ପର୍ଷ ଦିଆଯାଉଥିବା ବେଳେ ବ୍ୟବହାର ହେଉଛି ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ରଙ୍ଗ । ଅଧିକ ପଢ଼ନ୍ତୁ

ଭାଇଚାରା ସହରରେ ପରମ୍ପରାର ଛାପ, ମା’ଙ୍କ ମୂର୍ତ୍ତିରେ ବ୍ୟବହାର ହୁଏନି ରାସାୟନିକ ରଙ୍ଗ

କଟକ: ପାର୍ବଣର ପରିବେଶରେ ପରିପୂର୍ଣ୍ଣ ପୃଥିବୀପୃଷ୍ଠ । ଶରତ ଋତୁ ଆସିବା ସହ ସାଙ୍ଗରେ ଜଗତଜନନୀ ମା' ମହାମାୟାଙ୍କୁ ମଧ୍ୟ ସାଙ୍ଗରେ ନେଇ ଆସିଛି । ଧରାପୃଷ୍ଠରେ ମା' ଦୁର୍ଗାଙ୍କୁ ସ୍ବାଗତ କରିବା ପାଇଁ ଆତୁର ନୟନରେ ଚାହିଁ ରହିଛନ୍ତି ଭକ୍ତ । ସବୁଠାରେ ସାଜ୍ଜସଜ୍ଜା କରିବାରେ ଲାଗିପଡ଼ିଛନ୍ତି ଶ୍ରଦ୍ଧାଳୁ । ଏନେଇ ଚଳଚଞ୍ଚଳ ହୋଇଉଠିଛି ରୌପ୍ୟ ନଗରୀ । ମା'ଙ୍କ ମୃର୍ତ୍ତିରେ ଶେଷ ସ୍ପର୍ଷ ଦିଆଯାଉଥିବା ବେଳେ ବ୍ୟବହାର ହେଉଛି ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ରଙ୍ଗ ।

ହଜାରେ ବର୍ଷର ସହର କଟକରେ ଆଜି ବି ରହିଛି ବହୁ ପୁରୁଣା ପରମ୍ପରାର ଛାପ । ବିଶେଷକରି ଦଶହରା ସମୟରେ ଏହି ପରମ୍ପରାର ଝଲକ ଆଜି ଯାଏଁ ଦେଖିବାକୁ ମିଳୁଛି । ନା ପରିବର୍ତ୍ତନ ହୋଇଛି ମା' ଦୁର୍ଗାଙ୍କ ମୃଣ୍ମୟୀ ମୃର୍ତ୍ତିର ଗଠନ ନା ପରିବର୍ତ୍ତନ ହୋଇଛି ମା' ଦୁର୍ଗାଙ୍କ ପୂଜା ରିତିନିତୀ । ଶହ ଶହ ବର୍ଷ ଧରି ସେହି ଏକା ଶୈଳୀରେ ସ୍ଥାପିତ କରାଯାଇ ପୂଜା ପାଇଆସୁଛନ୍ତି ମା' ଦୁର୍ଗା । କଟକ ବାଲୁବଜାରର ବିନୋଦ ବିହାରୀ ପିଠରେ ଦେଖିବାକୁ ମିଳିଛି କିଛି ଭିନ୍ନ ଦୃଶ୍ୟ । ଏହି ମଣ୍ଡପର ବିଶେଶ୍ୱତ ହେଉଛି ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣରେ କୌଣସି ରାସାୟନିକ ରଙ୍ଗର ବ୍ୟବହାର ହୁଏ ନାହିଁ । ପ୍ରାକୃତିକ ଭାବରେ ରଙ୍ଗ ପ୍ରସ୍ତୁତ କରି ମା'ଙ୍କ ରଙ୍ଗ କାର୍ଯ୍ୟ ହୋଇଥାଏ । ରଥଯାତ୍ରା ସମୟରୁ ରଙ୍ଗ ପାଇଁ ବିଭିନ୍ନ ପ୍ରାକୃତିକ ସାମଗ୍ରୀ ଗୁଡିକ ପ୍ରସ୍ତୁତ କରାଯାଇଥାଏ । ତେନ୍ତୁଳି ମଞ୍ଜି, ତେନ୍ତୁଳି ଗୁଣ୍ଡ, କଇଁଥ ଅଠା, ଶଙ୍ଖ ଗୁଣ୍ଡ, ମନ୍ଦାର ଏବଂ ହଳଦୀ ଆଦି ବିଭିନ୍ନ ପ୍ରକାର ପ୍ରାକୃତିକ ସାମଗ୍ରୀକୁ ପ୍ରଥମେ ପ୍ରସ୍ତୁତ କରାଯାଏ । ଏହାକୁ ଶୁଖାଇ ଗୁଣ୍ଡ କରି ଏଥିରୁ ରଙ୍ଗ ପ୍ରସ୍ତୁତ କରାଯାଏ । ପରେ ମା'ଙ୍କ ରଙ୍ଗରେ ବ୍ୟବହାର କରାଯାଇଥାଏ । ସବୁଠାରୁ ବଡ଼ କଥା ହେଉଛି ଏହି ମଣ୍ଡପର ଯିଏ ମୂର୍ତ୍ତି କାରିଗର ସେ ମଧ୍ୟ ପୂଜକ । ବଂଶାନୁ କ୍ରମେ ଏମାନେ ମା'ଙ୍କ ମୂର୍ତ୍ତି ନିର୍ମାଣ ଆଉ ପୂଜା କରିଆସୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ଧରାବତରଣ କରିବେ ମା’ ଦଶଭୂଜା, ଜଗତଜନନୀଙ୍କୁ ଲାଗି ହେଲା ଖଡି ରଙ୍ଗ

କଟକରେ ଦଶହରା ପାଇଁ ପ୍ରଥମେ ମୂଳଦୁଆ ବାଲୁବଜାର ଠାରେ ହିଁ ପଡିଥିଲା । ନଦିଆ ନବଦ୍ୱୀପରୁ ଆସିଥିବା ବାନାର୍ଜୀ ପରିବାର ଏହି ପିଠରେ ୧୫୦୮ ମସିହାରେ ଘଟପୂଜା ପରେ ୧୫୧୪ ମସିହାରେ ମୃଣ୍ମୟୀ ମୃର୍ତ୍ତୀରେ ମା' ଦୁର୍ଗାଙ୍କ ପୂଜା ଆରମ୍ଭ କରିଥିଲେ । ଦୀର୍ଘ ୫୦୬ ବର୍ଷ ଧରି ଏଠାରେ ପୂଜା ଆୟୋଜନ କରାଯାଉଛି । ବଙ୍ଗୀୟ ପରମ୍ପରା ଅନୁଯାୟୀ ଏହି ମଣ୍ଡପରେ ପୂଜାର୍ଚ୍ଚନା କରାଯାଇଥାଏ । ୨୦୦୨ ମସିହାରୁ ଏହି ମଣ୍ଡପରେ ଚାନ୍ଦି ମେଢ଼ ଆରମ୍ଭ କରାଯାଇଛି । ପ୍ରାୟ ସାଢ଼େ ୩ କୁଇଣ୍ଟାଲ ଚାନ୍ଦିରେ ଏହି ମେଢ଼ ପ୍ରସ୍ତୁତ କରାଯାଇଛି । ତେବେ ଅଷ୍ଟମୀ ପୂଜାରେ ଏହି ମଣ୍ଡପରେ ମା'ଙ୍କ ଦର୍ଶନ କରିବା ପାଇଁ ଅସମ୍ଭାଳ ଭିଡ଼ ହୋଇଥାଏ ।

ଇଟିଭି ଭାରତ, କଟକ

Last Updated :Oct 17, 2023, 10:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.