ETV Bharat / state

ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା: ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ ନାୟକଙ୍କୁ ଜାମିନ

author img

By ETV Bharat Odisha Team

Published : Sep 5, 2023, 10:47 PM IST

Updated : Sep 6, 2023, 7:20 AM IST

ମାହାଙ୍ଗା ନାବାଳିକା ମୃତ୍ୟୁ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଟକ ଗ୍ରାମାଞ୍ଚଳ ଏସପି ମିହିର କୁମାର ପଣ୍ଡା। ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ କରାଯିବ । ଏହି ଘଟଣାରେ ଜଡ଼ିତ ଥିବା ସମସ୍ତ ପକ୍ଷଙ୍କୁ ଜେରା କରାଯିବ । ସମ୍ପୂର୍ଣ୍ଣ ଯାଞ୍ଚ ରିପୋର୍ଟ ମିଳିବା ପରେ ଘଟଣାର ତଦନ୍ତ କରାଯିବ । ଭାଇରାଲ ହେଉଥିବା ଅଡିଓ କ୍ଲିପକୁ ମଧ୍ୟ ଯାଞ୍ଚ କରାଯିବ । ଅଧିକ ପଢନ୍ତୁ

ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା:ପୂର୍ବତନ ବ୍ଲକ ଅଧକ୍ଷ୍ୟ ଶରତ ନାୟକଙ୍କୁ ଜାମିନ
ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା:ପୂର୍ବତନ ବ୍ଲକ ଅଧକ୍ଷ୍ୟ ଶରତ ନାୟକଙ୍କୁ ଜାମିନ

କଟକ: ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ ନାୟକଙ୍କୁ ମିଳିଲା ଜାମିନ । କଟକ ସ୍ବତନ୍ତ୍ର ପୋକ୍ସୋ ଅଦାଲତରୁ ମିଳିଲା ସର୍ତ୍ତମୂଳକ ଜାମିନ । 50 ହଜାର ଟଙ୍କା ଲେଖାଏଁ ଦୁଇ ଜାମିନଦାର ବଦଳରେ ମିଳିଛି ଜାମିନ । ତଦନ୍ତରେ ସହଯୋଗ କରିବାକୁ ସର୍ତ୍ତ ରଖିଛନ୍ତି କୋର୍ଟ । ସାକ୍ଷ୍ୟ ମାନଙ୍କୁ ପ୍ରଭାବିତ ନକରିବା ସହ ପ୍ରତ୍ୟେକ ରବିବାର ପୋଲିସ ନିକଟରେ ହାଜର ହେବାକୁ ସର୍ତ୍ତ ରଖିଛନ୍ତି କୋର୍ଟ । ନାବାଳିକା ମୃତ୍ୟୁ ମାମଲା ଚପାଇ ଦେବାକୁ ନେଇ ଶରତଙ୍କ ଅଡିଓ ଭାଇରାଲ ହୋଇଥିଲା । ତେବେ ଏହି ଘଟଣାରେ ପିଇଟି ଶିକ୍ଷକ ଓ ଶରତଙ୍କୁ ଗିରଫ କରିଥିଲା ମାହାଙ୍ଗା ଥାନା ପୋଲିସ ।

ମାହାଙ୍ଗା ନାବାଳିକା ମୃତ୍ୟୁ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଟକ ଗ୍ରାମାଞ୍ଚଳ ଏସପି ମିହିର କୁମାର ପଣ୍ଡା। ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ କରାଯିବ। ଏହି ଘଟଣାରେ ଜଡ଼ିତ ଥିବା ସମସ୍ତ ପକ୍ଷଙ୍କୁ ଜେରା କରାଯିବ। ସମ୍ପୂର୍ଣ୍ଣ ଯାଞ୍ଚ ରିପୋର୍ଟ ମିଳିବା ପରେ ଘଟଣାର ତଦନ୍ତ କରାଯିବ। ଭାଇରାଲ ହେଉଥିବା ଅଡିଓ କ୍ଲିପ କୁ ମଧ୍ୟ ଯାଞ୍ଚ କରାଯିବ। ସେହିପରି ଗଣମାଧ୍ୟମ ରେ ଦର୍ଶାଯାଇଥିବା କିଛି ତଥ୍ୟ ଉପରକୁ ମଧ୍ୟ ପୋଲିସ ନଜର ଦେଉଛି। ତେବେ ଏହି ଘଟଣାରେ ବ୍ଲକ ପୂର୍ବତନ ଅଧକ୍ଷ ଶରତ ନାୟକଙ୍କୁ ମଧ୍ୟ ପଚରା ଉଚରା କରିଛି ପୋଲିସ। ଅତିରିକ୍ତ ଏସପି ଏହି ଘଟଣାର ତଦନ୍ତ କରୁଛନ୍ତି। ତଦନ୍ତ ରିପୋର୍ଟ ଆସିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ପ୍ରତିକ୍ରିୟା ଦେଇଛନ୍ତି।

ଏହାବି ପଢନ୍ତୁ- ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା, ଛାତ୍ରୀଙ୍କ ବାପାଙ୍କ ବୟାନକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ

ପୂର୍ବତନ ମାହାଙ୍ଗା ବ୍ଲକ ଅଧକ୍ଷ ଶରତ ନାୟକଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସସପେଣ୍ଡ କରିଛନ୍ତି ଜିଲ୍ଲା ସଭାପତି । ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ଜଣେ ମହିଳାଙ୍କ ସହ ବାର୍ତ୍ତାଳାପର ଏକ ଅଡିଓ ଭାଇରାଲ ହୋଇଥିଲା । ଏହି ଅଡିଓରେ ନାବାଳିକାଙ୍କ ମୃତ୍ୟୁ ପରେ ମୃତଦେହ ବ୍ୟବଚ୍ଛେଦ ସମ୍ପର୍କରେ କଥା ହେବା ସହ ମାମଲାର ରଫା ଦଫା ପାଇଁ ୭୦ ହଜାର ଟଙ୍କା ଦାବି କରିଥିଲେ । ଯାହାକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଥିଲା।

ଅଭିଯୋଗ ମୁତାବକ ଗତ ୧୮ ତାରିଖରେ ମାହାଙ୍ଗା ଅଞ୍ଚଳରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିଲା। ଏହା ସନ୍ଦେହ ଜନକ ମୃତ୍ୟୁ ବୋଲି ଏକ ସଙ୍ଗଠନ ଅଭିଯୋଗ କରିଛନ୍ତି। ନାବାଳିକା ଜଣକ ଦଶମ ଶ୍ରେଣୀରେ ପାଠ ପଢୁଥିଲେ। ଉକ୍ତ ସ୍କୁଲର ଜଣେ କ୍ରୀଡା ଶିକ୍ଷକଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ ଏନେଇ ନାବାଳିକାଙ୍କ ପରିବାର ଲୋକ ଜାଣିବାରୁ ନାବାଳିକା ଜଣକ ଜୀବନ ହାରିଦେଇଥିଲେ। ମାତ୍ର ପରିବାର ଲୋକ ଏହାକୁ ଅତି ତରବରିଆ ଭାବରେ ପୋଡି ଦେଇଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କ ମୃତଦେହ ବ୍ୟବଚ୍ଛେଦ ନକରାଇ କାହିଁକି ଅତି ତରବରିଆ ଭାବରେ ପୋଡି ଦେଲେ ଏବଂ ପୋଡିବା ପରେ କାହିଁକି ଅର୍ଦ୍ଧ ଦଗ୍ଧ ଶରୀରକୁ ନଦୀରେ ଭସାଇ ଦେଲେ ତାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଙ୍କି ମାରିଛି ।

ଇଟିଭି ଭାରତ, କଟକ

Last Updated : Sep 6, 2023, 7:20 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.