ETV Bharat / state

ସରିଲାଣି ଡେଡଲାଇନ କେବେ ସରିବ ରାସ୍ତା କାମ ?

author img

By ETV Bharat Odisha Team

Published : Oct 6, 2023, 4:38 PM IST

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣ ଚାଲିଛି କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ତଣ୍ତିକଣା ଠାରୁ ଏରଞ୍ଚ ଭାୟା ପୋହଳ ପର୍ଯ୍ୟନ୍ତ ରାସ୍ତା । ରାସ୍ତା କଡରେ ଲାଗିଥିବା ସୂଚନା ଫଳକରେ ରାସ୍ତା ନିର୍ମାଣର ସମସ୍ତ ତଥ୍ୟ ଲେଖାଯାଇଛି । ହେଲେ ସେହି ନିୟମ କେବଳ ଫଳକରେ ହିଁ ସୀମିତ । ଦେଖନ୍ତୁ ଏହି ରିପୋର୍ଟ

ସରିଲାଣି ଡେଡଲାଇନ ହେଲେ କେବେ ସରିବ କାମ ?
ସରିଲାଣି ଡେଡଲାଇନ ହେଲେ କେବେ ସରିବ କାମ ?

ସରିଛି ଡେଡଲାଇନ ହେଲେ ସରିନି ରାସ୍ତା କାମ

ନିଆଳି: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣ ଚାଲିଛି କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ତଣ୍ତିକଣା ଠାରୁ ଏରଞ୍ଚ ଭାୟା ପୋହଳ ପର୍ଯ୍ୟନ୍ତ ରାସ୍ତା । ରାସ୍ତା କଡରେ ଲାଗିଥିବା ସୂଚନା ଫଳକରେ ରାସ୍ତା ନିର୍ମାଣର ସମସ୍ତ ତଥ୍ୟ ଲେଖାଯାଇଛି । ହେଲେ ସେହି ନିୟମ କେବଳ ଫଳକରେ ହିଁ ସୀମିତ । କାରଣ ରାସ୍ତାର ନିର୍ମାଣ ଶେଷ ହେବାର ଡେଡଲାଇନ କେବେଠୁ ସରିଲାଣି ହେଲେ ଏପର୍ଯ୍ୟନ୍ତ ରାସ୍ତା 30 ପ୍ରତିଶତ ବି ନିର୍ମାଣ ହୋଇନି । ଅନ୍ୟପଟେ ଏନେଇ ଠିକା ସଂସ୍ଥାର ସୁପରଭାଇଜରଙ୍କୁ ପଚାରିଲେ ପାଲଟା ରାଗି ଯାଉଛନ୍ତି ସେ ।

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ତଣ୍ତିକଣା ଠାରୁ ଏରଞ୍ଚ ଭାୟା ପୋହଳ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟଚାଲିଛି । ତେବେ ରାସ୍ତା ନିର୍ମାଣକୁ ନେଇ ସମସ୍ତ ବିବରଣୀ ରାସ୍ତା କଡରେ ଲାଗିଥିବା ସୂଚନା ଫଲକରେ ବି ଲେଖାଯାଇଛି । ସୂଚନା ଫଳକରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଏହି ୫ . ୧୫୦ କି.ମି ରାସ୍ତା ନିର୍ମାଣ ପାଇଁ ୩ କୋଟି ୨୨ ଲକ୍ଷ ୬୨ ହଜାର ଟଙ୍କା ବ୍ୟୟବରାଦ ହୋଇଛି । ଏହି ରାସ୍ତା ୨୧ ନଭେମ୍ୱର ୨୦୨୨ ମସିହା ଠାରୁ ଆରମ୍ଭ ହୋଇଥିବା ବେଳେ ଶେଷ ହେବା କଥା ୨୧/୦୮/୨୦୨୩ ମସିହାରେ । ସରକାରଙ୍କ ସମୟ ସୀମା ଅବଧି ଶେଷ ହୋଇ ସାରିଲାଣି କିନ୍ତୁ ଏବେ ସୁଦ୍ଧା ୩୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇନାହିଁ ।

ଏହାମଧ୍ୟ ପଢନ୍ତୁ..ଅଧା ରାସ୍ତା ନିର୍ମାଣ କରି ଠିକାଧାର ଛୁ, ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ

ସ୍ଥାନୀୟବାସିନ୍ଦା ଅଭିଯୋଗ ଅନୁଯାୟୀ, ଏତେଦିନ ଧରି କାମ ଚାଲିଥିବାରୁ ସେହି ବାଟ ଯାତାୟାତ କଲା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ସରକାରୀ ଅଧିକାରୀଙ୍କର ଅନୁପସ୍ଥିତି ଯୋଗୁଁ ମନ ଇଚ୍ଛା ନିମ୍ନମାନର କାମ ହେଉଛି।

ଏହାମଧ୍ୟ ପଢନ୍ତୁ..କେନାଲ ରାସ୍ତା ନିର୍ମାଣ ନାଁରେ ଅନିୟମିତତା ! ତଦନ୍ତ ଦାବି କଲେ ଗ୍ରାମବାସୀ

ଅନ୍ୟପଟେ ଏନେଇ ନିୟୋଜିତ ସୁପରଭାଇଜରଙ୍କୁ ପଚାରିଲେ ସେ ରାଗି ଯାଉଥିବା ଦେଖିବାକୁ ମିଳିଛି । କାମ ଠିକ ଠାକ ଚାଲିଛି ଯାହାକୁ ପଚାରିବା କଥା ପଚାରନ୍ତୁ କହି ଚାଲିଯାଉଛନ୍ତି । ଅନ୍ୟପଟେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀଙ୍କ କହିବାନୁଯାୟୀ, ଠିକା ସଂସ୍ଥା ମନ ଇଚ୍ଛା କାର୍ଯ୍ୟ କରୁଛି । ତେବେ ଏହି ରାସ୍ତା ଦେଇ ନିଆଳି, କଣ୍ଟାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, କଟକ, ଭୁବନେଶ୍ୱର ଓ ପୁରି ଜିଲ୍ଲାକୁ ଯିବା ପାଇଁ ସୁବିଧା ରହିଛି ।

ପାଖାପାଖି 5 କିଲୋମିଟର ରାସ୍ତା ନିର୍ମାଣ ପାଇଁ ଡେଡ ଲାଇନ ସରିଥିଲେ ବି କାମ ସରିବାର ନାଁ ଧରୁନି । ଯେଉଁଥିପାଇଁ 5 ଟି ଜିଲ୍ଲାବାସୀ ହଇରାଣ ହେଉଛନ୍ତି । ସେପଟେ କିନ୍ତୁ ଠିକାଦାର ସଂସ୍ଥା ଓ ସରକାରୀ ଅଧିକାରୀଙ୍କ ଏପ୍ରତି ନିଘା ନାହିଁ । ନା ସରକାରୀ ଅଧିକାରୀ ନିଜ ଦାୟିତ୍ବ ଦେଖୁଛନ୍ତି ନା ଠିକାଦାର ସଂସ୍ଥାର ରହିଛି ଭୟ । ଏଭଳି ସ୍ଥିତିରେ କେବେ ଏହି କାମ ସରିବ ଓ ଲୋକମାନେ ଏହି ବାଟରେ ଯାତାୟତ କରିବେ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.