ETV Bharat / state

ବାରବାଟିରେ ଅଘଟଣ, ଫୁଟବଲ ଖେଳୁଥିଲେ, ଜୀବନ ଚାଲିଗଲା

author img

By

Published : Sep 7, 2019, 6:12 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ

କଟକର ଦରଘା ବଜାର ଅଞ୍ଚଳରେ ଅଜୟ ନାୟକ ବାରବାଟି ଷ୍ଟାଡିୟମରେ ଏକ ଫୁଟବଲ ମ୍ୟାଚ ଖେଳୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତାଙ୍କୁ ଏସସିବି ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

କଟକ: ବାରବାଟି ଷ୍ଟାଡିୟମରେ ଘଟିଛି ଅଘଟଣ । ଫୁଟବଲ ଖେଳୁଥିବା ବେଳେ ଚାଲିଗଲା ଜୀବନ । ବାରବାଟିରେ ଫାଓ ଡିଭିଜନାଲ ଲିଗ ମ୍ୟାଚର ଏସବିଆଇ ଓ ସାଇ ଟିମ ମଧ୍ୟରେ ମ୍ୟାଚ ଖେଳାଯାଉଥିଲା। ଏହି ମ୍ୟାଚରେ ଏସବିଆଇ ଟିମରେ ଅଜୟ ନାୟକ ମିଡ ଫିଲଡ଼ର ଭାବେ ଖେଳୁଥିଲେ । ଅଜୟ ମ୍ୟାଚ ଖେଳୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ସେ ହଠାତ ପଡିଆରେ ଶୋଇଯାଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଟକ

ସାଥି ଖେଳାଳୀ ତାଙ୍କୁ ତୁରନ୍ତ ଏସିବି ନେଇଯାଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । 47 ବର୍ଷିୟ ମୃତ ଅଜୟ ନାୟକଙ୍କ ଘର କଟକର ଦରଘାବଜାର ଅଞ୍ଚଳରେ ବୋଲି ଜଣାପଡିଛି। ଏହି ଘଟଣାରେ ସାଥି ଖେଳାଳୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଫୁଟବଲ ଖେଳୁଥିବା ବେଳେ ଗଲା ଜୀବନ । ବାରଵାଟି ରେ ଖେଲାଯାଉଥିବା ଫାଓ ଡିଭିଜନାଲ ଲିଗ ମ୍ୟାଚ ରେ ପ୍ରାଣ ହରାଇଲେ ଏସବିଆଇ ଟିମ ର ମିଡ ଫିଲଡ଼ର ଅଜୟ ନାୟକ । ସାଇ ବିପକ୍ଷ ମ୍ୟାଚ ବେଳେ ଘଟିଥିଲା ଏହି ଆଘଟଣ । ମ୍ୟାଚ ମଝିରେ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ହଟାତ ପଡିଆ ରେ ସୋଇଯାଇଥିଲେ ଅଜୟ ।

ତେବେ ତାଙ୍କୁ ଏସିବି ସ୍ଥାନାନ୍ତରିତ କରିବା ପରେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଜୟ ନାୟକ ଏସବିଆଇ ଟିମ ପକ୍ଷରୁ ଖେଳୁଥିଲେ । ତାଙ୍କୁ ମୃତ୍ୟୁ ବେଳକୁ 47 ବର୍ଷ ହୋଇଥିଲା । ଏହି ଘଟଣାରେ ସାଥି ଖେଳାଳି ମଧ୍ୟରେ ଖେଳିଯାଇଛି ଶୋକର ଛାୟା

ବାଇଟ: ସାଥି ଖେଳାଳି
ବାଇଟ: ସାଥି ଖେଳାଳି


ସାଇ ଟିମ ବିପକ୍ଷ ରେ ଖେଳୁଥିବା


Body:no need


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.