ETV Bharat / state

ଶ୍ରାବଣ ସୋମବାର: କାଉଡିଆଙ୍କ ବୋଲବମ୍‌ ଧ୍ବନିରେ ପ୍ରକମ୍ପିତ ଧବଳେଶ୍ବର ପୀଠ

author img

By

Published : Jul 18, 2022, 11:01 AM IST

Updated : Jul 18, 2022, 11:17 AM IST

ଆଜି ଶ୍ରାବଣ ପ୍ରଥମ ସୋମବାର । ଶ୍ରାବଣ ମାସର ପ୍ରଥମ ସୋମବାର ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛି ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର । ବୋଲ ବମ୍‌ ହର ହର୍‌ ବମ୍‌ରେ ପ୍ରକମ୍ପିତ ହେଲା କଟକର ପ୍ରସିଦ୍ଧ ଧବଳେଶ୍ବର ପୀଠ । ଅଧିକ ପଢନ୍ତୁ

କାଉଡିଆଙ୍କ ବୋଲବମ୍‌ ଧ୍ବନିରେ ପ୍ରକମ୍ପିତ ଧବଳେଶ୍ବର ପୀଠ
ଶ୍ରାବଣ ପ୍ରଥମ ସୋମବାର: କାଉଡିଆଙ୍କ ବୋଲବମ୍‌ ଧ୍ବନିରେ କମ୍ପୁଛି ଧବଳେଶ୍ବର ପୀଠ

କଟକ: ଆଜି ଶ୍ରାବଣ ପ୍ରଥମ ସୋମବାର । ୨ ବର୍ଷ ପରେ ଜଳଲାଗି ପାଇଁ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି । ହଜାର ହଜାର ବୋଲବମ ଭକ୍ତ ଧବଳେଶ୍ବରଙ୍କ ପୀଠରେ ଭୋଳା ବାବାଙ୍କୁ ଜଳ ଲାଗି କରୁଛନ୍ତି । ଦେବଦେବ ମହାଦେବଙ୍କ ଉପରେ ପାଣି ଢାଳି ଶୁଭ ମନାସୁଛନ୍ତି କାଉଡ଼ିଆ । ଜଳଲାଗି କରିବା ପାଇଁ ପ୍ରଶାସନ ପକ୍ଷରୁ ଧବଳେଶ୍ବର ପୀଠରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

କାଉଡିଆଙ୍କ ବୋଲବମ୍‌ ଧ୍ବନିରେ ପ୍ରକମ୍ପିତ ଧବଳେଶ୍ବର ପୀଠ

କଳା ବଳଦକୁ ଧଳା କରିଥିବାରୁ ବାବାଙ୍କ ନାମ ଧବଳେଶ୍ବର ହୋଇଛି । ବିଶ୍ବାସ ରହିଛି ଧବଳେଶ୍ବରଙ୍କ ମସ୍ତକରେ ଜଳଲାଗି କଲେ କୋଟି ଜନ୍ମର ପୁଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ । ସେଥିପାଇଁ ଓଡିଶାର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ମାନେ ପବିତ୍ର ପୀଠକୁ ଛୁଟି ଆସିଥାନ୍ତି । ଆଜି ରାତ୍ରି 2ଟାରୁ ବାବାଙ୍କ ପହଡ ଖୋଲାଯାଇ ରୀତିନୀତି ସମାପନ କରାଯାଇ ମଙ୍ଗଳା ଆଳତୀ ପରେ ସର୍ବସାଧାରଣ ଦର୍ଶନ ନିମନ୍ତେ ଦ୍ବାର ଫିଟା ଯାଇଥିଲା । କାଉଡିଆ ମାନେ ମନ୍ଦିର ବେଢାରେ ଥିବା ଶ୍ରାବଣୀ ଲିଙ୍ଗରେ ଜଳଲାଗି କରିଥିଲେ ।

ଶାନ୍ତିଶୃଙ୍ଖଳାର ସହ ଜଳଲାଗି ଓ ଦର୍ଶନ କରିବା ପାଇଁ ଦେବୋତ୍ତର ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ମନ୍ଦିର ବେଢା, ଝୁଲା ପୋଲ ଠାରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । କୋଭିଡ ପାଇଁ ଦୁଇ ବର୍ଷ ହେବ କାଉଡ଼ିଆଙ୍କୁ ବାରଣ କରାଯାଇଥିବା ବେଳେ ଚଳିତବର୍ଷ ଅନୁମତି ମିଳିଥିବାରୁ କାଉଡିଆ ମାନଙ୍କ ମନରେ ବେଶ ଉତ୍ସହ ଦେଖା ଦେଇଛି।

ଇଟିଭି ଭାରତ, କଟକ

Last Updated :Jul 18, 2022, 11:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.