ETV Bharat / state

Anubhav-Varsha Marital Discord: ସରିଲା ଜେରା, ଅକ୍ଟୋବର ଶେଷ ସୁଦ୍ଧା ରାୟ

author img

By

Published : Jul 31, 2023, 8:17 PM IST

Updated : Jul 31, 2023, 8:34 PM IST

Anubhav Varsha Marital Discord
Anubhav Varsha Marital Discord

ସାଂସଦ ଅନୁଭବ ପାରିବାରିକ ବିବାଦ ମାମଲା । ଆଜି ଜେରା ଶେଷ ହୋଇଥିବା ବେଳେ ଅକ୍ଟୋବର ଶେଷ ସୁଦ୍ଧା ରାୟ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

Anubhav-Varsha Marital Discord

କଟକ: ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନୀଙ୍କ ପାରିବାରିକ ବିବାଦ ମାମଲା । କଟକ ପରିବାର ଅଦାଲତରେ ଆଜି ଜେରା ଶେଷ ହୋଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଚଳିତବର୍ଷ ଅକ୍ଟୋବର ମାସ ଶେଷ ସୁଦ୍ଧା ମାମଲାର ଶୁଣାଣି ଶେଷ ହେବ । ୩ ମାସ ମଧ୍ୟରେ ଉଭୟଙ୍କ ମାମଲାର ବିଚାର ପ୍ରକ୍ରିୟା ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ଉଭୟ ଅଦାଲତରେ ବର୍ଷା ଓ ଅନୁଭବ ପହଞ୍ଚିଥିଲେ । ଦୁଇଟି ପର୍ଯ୍ୟାୟରେ ବର୍ଷାଙ୍କୁ ଜେରା କରାଯାଇଛି । ଅନୁଭବଙ୍କ ଓକିଲ ବର୍ଷାଙ୍କୁ ଜେରା କରିଥିଲେ । ତେବେ ଏହା ଶେଷ ଜେରା ଥିଲା । ପରବର୍ତ୍ତୀ ସମୟରେ କେବଳ ଅଦାଲତ ଏହି ମାମଲାର ଶୁଣାଣି କରିବେ । ତେବେ ଆଜିର ଜେରାକୁ ନେଇ ବର୍ଷାଙ୍କ ଓକିଲ ଆପତ୍ତି ଉଠାଇଥିଲେ । ପ୍ରସଙ୍ଗ ବାହାରକୁ ଯାଇ ବର୍ଷାଙ୍କୁ ଜେରା କରାଯାଇଥିବା ବର୍ଷାଙ୍କ ଓକିଲ କହିଛନ୍ତି । ସେହିପରି ଅନୁଭବଙ୍କ ଓକିଲ ମଧ୍ୟ ଆଶାବାଦୀ ଅଛନ୍ତି କି ଖୁବଶୀଘ୍ର ଏହି ମାମଲାର ଶୁଣାଣି ପ୍ରକ୍ରିୟା ଶେଷ ହେବ ।

ଏହା ବି ପଢନ୍ତୁ- Anubhav-Varsha Marital Discord: 3 ମାସ ମଧ୍ୟରେ ସରିବ ଶୁଣାଣି, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଜେରା ପ୍ରକ୍ରିୟା ଶେଷ ହେବା ପରେ ଅଦାଲତ ମାମଲାର ଶୁଣାଣି କରି ରାୟ ପ୍ରଦାନ କରିବେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଚଳିତବର୍ଷ ଅକ୍ଟୋବର ମାସ ଶେଷ ସୁଦ୍ଧା ମାମଲାର ଶୁଣାଣି ଶେଷ ହେବ। ପୂର୍ବରୁ ୩ ମାସ ମଧ୍ୟରେ ଉଭୟଙ୍କ ମାମଲାର ବିଚାର ପ୍ରକ୍ରିୟା ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କଟକ ପରିବାର ଅଦାଲତଙ୍କୁ ଏହି ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ମାମଲାର ଶୁଣାଣି ବିଳମ୍ବିତ ହେଉଥିବା ଦର୍ଶାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସାଂସଦ ଅନୁଭବ ମହାନ୍ତି । ମାମଲାର ତ୍ବରିତ ଶୁଣାଣି କରିବା ପାଇଁ ପ୍ରାର୍ଥନା କରି ଅନୁଭବ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲାରେ ଜୁଲାଇ 31 ତାରିଖରେ ବର୍ଷାଙ୍କ ଚୂଡାନ୍ତ ସାକ୍ଷ୍ୟ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସୂଚନା ଥାଉ କି ୨୦୨୨ ମେ ୨୭ରେ ହାଇକୋର୍ଟ ଏ ସମ୍ପର୍କିତ ମାମଲାର ଶୁଣାଣି କରି ବର୍ଷାଙ୍କ ବ୍ୟକ୍ତିଗତ ପ୍ରସଙ୍ଗକୁ ନେଇ ଅନୁଭବ ମହାନ୍ତି ଆଉ କୌଣସି ମନ୍ତବ୍ୟ ସୋସିଆଲ ମିଡିଆରେ ଦେଇ ପାରିବେ ନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ପରସ୍ପରକୁ ଆକ୍ଷେପ କରି ଆବେଦନକାରୀ ବର୍ଷା ଓ ପ୍ରତିପକ୍ଷ ଅନୁଭବ କୌଣସି ମନ୍ତବ୍ୟ ସୋସିଆଲ ମିଡିଆରେ ଦେଇପାରିବେ ନାହିଁ ବୋଲି ହାଇକୋର୍ଟ କହିଥିଲେ ।

ଇଟିଭି ଭାରତ, କଟକ

Last Updated :Jul 31, 2023, 8:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.