ETV Bharat / state

ଆଜିଠୁ କଟକ ବାଲିଯାତ୍ରା: ଟ୍ରାଫିକ ଆଡଭାଇଜରୀ ଜାରି କଲା କମିଶନରେଟ ପୋଲିସ

author img

By

Published : Nov 8, 2022, 1:23 PM IST

ଆଜିଠୁ କଟକ ବାଲିଯାତ୍ରା: ଟ୍ରାଫିକ ଆଡଭାଇଜରୀ ଜାରି କଲା କମିଶନରେଟ ପୋଲିସ
ଆଜିଠୁ କଟକ ବାଲିଯାତ୍ରା: ଟ୍ରାଫିକ ଆଡଭାଇଜରୀ ଜାରି କଲା କମିଶନରେଟ ପୋଲିସ

ଆଜିଠାରୁ ଆରମ୍ଭ ହେବ କଟକ ବାଲିଯାତ୍ରା । ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ଆଡଭାଇଜରୀ ଜାରି କଲା କମିଶନରେଟ ପୋଲିସ । ଅଧିକ ପଢନ୍ତୁ

କଟକ: ଆଜିଠୁ ଆରମ୍ଭ ହେଉଛି ଐତିହାସିକ କଟକ ବାଲିଯାତ୍ରା(Cuttack Bali Yatra 2022) । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଦୁଇ ବର୍ଷର କୋରୋନା କଟକଣା ପରେ ବାଲିଯାତ୍ରା ଅନୁଷ୍ଠିତ ହେଉଥିବାରୁ ଏଥର ଲକ୍ଷାଧିକ ଲୋକଙ୍କ ଭିଡ ଜମିବ ବୋଲି ଆଶଙ୍କା କରାଯାଉଛି । ତେବେ ବାଲିଯାତ୍ରାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀ କେଉଁପଟେ ଆସିବେ, ପାର୍କିଂ କେଉଁଠି କରିବେ ସେନେଇ କମିଶନରେଟ ପୋଲିସ ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି(Commissionerate Police Issues Traffic Advisory For Bali Yatra) ।

ବିଶ୍ବପ୍ରସିଦ୍ଧ କଟକ ବାଲିଯାତ୍ରା ଆଜିଠାରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । କଟକ ଉପର ଓ ତଳ ବାଲିଯାତ୍ରା ପଡିଆରେ ଏହି ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହେବ। ଚଳିତ ବର୍ଷ ବାଲିଯାତ୍ରାକୁ ବେଶ୍ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦର୍ଶକଙ୍କ ପାଇଁ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ହେବ । ଗତ ଦୁଇ ବର୍ଷ ବାଲିଯାତ୍ରା ଅନୁଷ୍ଠିତ ହୋଇନଥିବା ବେଳେ ଚଳିତ ବର୍ଷ ବହୁ ଲୋକଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ ପୋଲିସ ।

ଏହାମଧ୍ୟ ପଢନ୍ତୁ: ବାଲିଯାତ୍ରାରେ ବାଲୁକା କଳା, ବୋଇତରେ ଲାଗିଛି ୨୫ ହଜାର ଦୀପ

ବାଲିଯାତ୍ରାରେ ସୁରକ୍ଷା ପାଇଁ ମୁତୟନ ହେବେ ପ୍ରାୟ ୫୦ ପ୍ଲାଟୁନ ପୋଲିସ ଫୋର୍ସ । ଭିଡ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ ବ୍ୟବସ୍ଥା ଓ ଉଭୟ ପଡିଆରେ ଜନ ସାଧାରଣ କିଭଳି ଶାନ୍ତି ଶୃଙ୍ଖଳାରେ ବାଲିଯାତ୍ରାକୁ ଉପଭୋଗ କରିବେ ତାହା ଉପରେ ପୋଲିସର କଡା ନଜର ରହିବ । ଏଥିସହ ଚଳିତ ବର୍ଷ ନୂତନ କରି ଚାରୋଟି ପୋଲିସ ସପୋର୍ଟ ପୋଷ୍ଟ ଖୋଲାଯିବ । କୌଣସି ସମସ୍ୟା ହେଲେ ଜନସାଧାରଣ ଥାନାକୁ ନ ଯାଇ ସେହିଠାରେ ଏକ ଫର୍ମ ଯୋଗେ ଏତଲା ଦେଇପାରିବେ । ଭିଡ ନିୟନ୍ତ୍ରଣ ପାଇଁ ପ୍ରାୟ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ସହ ୨୦ଟି ଏଡ ପୋଷ୍ଟ ବ୍ୟବସ୍ଥା ହୋଇଛି । ସେହିପରି ଉଭୟ ତଳ ଓ ଉପର ବାଲିଯାତ୍ରା ପଡିଆକୁ ସମ୍ପୂର୍ଣ୍ଣ ସିସିଟିଭି କ୍ୟାମେରା ବଳୟରେ ରଖାଯିବ ବୋଲି ଡିସିପି ଜଣାଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.