ବାଲିଯାତ୍ରାରେ ବାଲୁକା କଳା, ବୋଇତରେ ଲାଗିଛି ୨୫ ହଜାର ଦୀପ

By

Published : Nov 7, 2022, 9:10 PM IST

Updated : Feb 3, 2023, 8:31 PM IST

thumbnail

କଟକ: ଆଜିଠାରୁ ଆରମ୍ଭ ହୋଇଛି କଟର ବହୁ ପ୍ରସିଦ୍ଧ ବାଲିଯାତ୍ରା । ଏହି ଅବସରରେ ସୁନ୍ଦର ବାଲୁକା କଳା କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହି ବାଲୁକା କଳା ପାଇଁ ୧୦୦ ଟନ୍‌ ବାଲି ଲାଗିଛି । ବାଲୁକା କଳାରେ ରହିଥିବା ବୋଇତରେ ଲାଗିଛି 25 ହଜାରରୁ ଊର୍ଦ୍ଧ୍ବ ଦୀପ । ଯାହା ଓଡ଼ିଆ ପରମ୍ପରାକୁ ଆହୁରି ସୁଦୂର ପ୍ରସାର କରିବ । ଏହି ବାଲୁକା କଳାର ଲମ୍ବ ରହିଛି 68 ଫୁଟ । ପୋଲିସ ଡିଜି ସୁନୀଲ ବଂଶଲ ଏହି ବାଲୁକା କଳାର ଶୁଭାରମ୍ଭ କରିଛନ୍ତି । ଦୁଇ ବର୍ଷର ଅନ୍ତରାଳ ପରେ ବାଲିଯାତ୍ରା ପୁନଃ ଆରମ୍ଭ ହୋଇଛି । ଏଣୁ ବାଲିଯାତ୍ରା ଦେଖିବା ନିମନ୍ତେ ଆସିବାକୁ ଲୋକଙ୍କୁ ଅପିଲ୍‌ କରିଛନ୍ତି ପୋଲିସ ଡିଜି । ଇଟିଭ ଭାରତ, କଟକ

Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.