ETV Bharat / state

ମଦ ବିରୋଧରେ ତାତିଲା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ

author img

By

Published : Sep 25, 2019, 8:43 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବୌଦ୍ଧ

ମଦକୁ ନେଇ ତାତିଛନ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଏସଏସଜି) । ପ୍ରାୟ ୧୪ଟି ମହିଳା ଗୋଷ୍ଠୀର ଶତାଧିକ ସଦସ୍ୟ ମହିଳା ବୌଦ୍ଧ ଜିଲ୍ଲାପାଳଙ୍କ ପାଖରେ ମଦକୁ ଉଚ୍ଛେଦ କରିବା ପାଇଁ ଦାବୀ କରିଛନ୍ତି ।

ବୌଦ୍ଧ: ଜିଲ୍ଲାରେ ମଦ ବିରୋଧରେ ତାତିଛି ମହିଳା ସ୍ବୟଂସହାୟକ ଗୋଷ୍ଠୀ(ଏସଏସଜି) । ମଦ ବନ୍ଦ ଦାବିରେ ଗୋଟିଏ ଗୋଷ୍ଠୀ ଗ୍ରାମାଞ୍ଚଳରେ ବିରୋଧ କରିଥିବା ବେଳେ ଅନ୍ୟ ଏସଏସଜି ଗ୍ରୁପ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଛି ।

ଜିଲ୍ଲାରେ ବାହାର ଲୋକଙ୍କ ଦ୍ବାରା ପ୍ରସ୍ତୁତ ବିଷାକ୍ତ ମଦ ବେପାର କଥା ବାବଦର ଉଣା ଅଧିକେ ସବୁ ରାଜନୈତିକ ଦଳର ନେତା, ବିଭାଗୀୟ ଅଧିକାରୀ ସମସ୍ତେ ଅବଗତ ଅଛନ୍ତି । ମାତ୍ର ମଦ ମାଫିଆଙ୍କ ସହ ଥିବା ସମ୍ପର୍କ ଯୋଗୁଁ ସେମାନେ ଏନେଇ ମୁହଁ ଖୋଲୁନାହାଁନ୍ତି । ଏପଟେ ଗ୍ରାମାଞ୍ଚଳରୁ ଆରମ୍ଭ ସହର ପର୍ଯ୍ୟନ୍ତ ସବୁଠି ମଦ ଯୋଗୁଁ ପରିବାର ଉଜୁଡି ଯିବାକୁ ବସିଛି । ଏଠାକାର ହରିପୁର ଗାଁରେ ଥିବା ମଦ ଭାଟିକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ବାରମ୍ବାର ମହିଳାଙ୍କ ପକ୍ଷରୁ ଦାବି ହୋଇଆସୁଛି । ହେଲେ ଏଥିପ୍ରତି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ବିଭାଗୀୟ ଅଧିକାରୀ ସାପ ମରିବନି କି ବାଡି ଭାଙ୍ଗିବନି ନ୍ୟାୟରେ ଏ ସମ୍ପର୍କରେ ନିଜର ଉତ୍ତର ରଖୁଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ବୌଦ୍ଧ

ସେହିପରି ହରଭଙ୍ଗା ବ୍ଲକ କରଡି ଗାଁର ୧୪ ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ବୌଦ୍ଧ ଜିଲ୍ଲାପାଳଙ୍କ ନିକଟରେ ଗାଁରେ ମଦକୁ ବନ୍ଦ କରିବାକୁ ଦାବି କରିଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ମଦଭାଟି ଖୋଲାଯିବା ସହ ମଦମାଫିଆ ଚୋରାରେ ଖୁଚୁରା ମଦ ବିକିବାକୁ ପ୍ରୋତ୍ସାହିତ କରୁଥିବା ଆଲୋଚନା ହେଉଛି । ଏ ଦିଗରେ ଜିଲ୍ଲା ପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଈଟିଭି ଭାରତ

Intro:ମଦ କୁନେଇ ତାତିଲେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ।ଗୋଟିଏ ମହିଳା ଗୋଷ୍ଠୀ ଗ୍ରାମାଞ୍ଚଳରେ ବିରୋଧ କରିଥିବା ବେଳେ ଅନ୍ୟ ଟି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ବିରୋଧ ପ୍ରଦର୍ଶନ କରିଥିଲେ ।
ବୌଦ୍ଧ ଜିଲ୍ଲାରେ ଅଣ ଓଡିଆ ଙ୍କ ଦ୍ବାରା ପ୍ରସ୍ତୁତ ବିଷାକ୍ତ ମଦ ବେପାର କଥା ଉଣା ଅଧିକେ ସବୁ ରାଜନୈତିକ ଦଳ ର ନେତା, ବିଭାଗୀୟ ଅଧିକାରୀ ସମସ୍ତେ ଜାଣିଥିଲେ ମଧ୍ୟ ମଦ ମାଫିଆଙ୍କ ସଙ୍ଗେ ଆର୍ଥିକ ସମ୍ପର୍କ ଯୋଗୁଁ ମୁହଁ ଖୋଲି ପାରୁ ନାହାଁନ୍ତି ।ଏପଟେ ଗାଁ ଠାରୁ ସହର ପର୍ଯ୍ୟନ୍ତ ମଦ ବନ୍ୟା ରେ ପରିବାର ଉଜୁଡି ଯିବାକୁ ବସିଲାଣି ।ହରିପୁର ଗାଁରେ ଥିବା ମଦ ଭାଟିକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ବାରମ୍ବାର ମହିଳା ମାନେ ଦାବୀ କଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି ।ବିଭାଗୀୟ ଅଧିକାରୀ ସାପ ମରିବନି କି ବାଡି ଭାଙ୍ଗି ବନି ନ୍ୟାୟରେ ଉତ୍ତର ଦେଇଛନ୍ତି ।ସେହିପରି ମଙ୍ଗଳବାର ହରଭଙ୍ଗା ବ୍ଲକ କରଡି ଗାଁର ୧୪ ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ବୌଦ୍ଧ ଜିଲ୍ଲାପାଳ ଙ୍କ ପାଖରେ ଗାଁରେ ମଦକୁ ଉଛେଦ କରିବାକୁ ଦାବୀ କରିଛନ୍ତି ।ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଦଭାଟି ଖୋଲିବା ସହ ମଦମାଫିଆ ମାନେ ଚୋରାରେ ଖୁଚୁରା ମଦ ବିକିବାକୁ ପ୍ରତ୍ସାହିତ କରୁଥିବା ଆଲୋଚନା ହେଉଛି ।ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରିବାକୁ ବୌଦ୍ଧ ର ବୁଦ୍ଧିଜୀବୀ ମାନେ ଦାବୀ କରିଛନ୍ତି ।


Body:ମଦ ବିରୋଧରେ ତାତିଲେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ।


Conclusion:ବାଇଟ-୧-ଉର୍ମିଳା ମେହେର, ମଦ ବିରୋଧୀ ମହିଳା
ବାଇଟ-୨-ଡ଼ ଶାନ୍ତନୁ ଦାସ,ଅବକାରୀ ଅଧିକ୍ଷକ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.