ETV Bharat / state

ବନ୍ୟା ବିପନ୍ନଙ୍କୁ ମିଳୁନି ଶୁଖିଲା ଖାଦ୍ୟ, ଘେରିଲେ ପଞ୍ଚାୟତ କାର୍ଯ୍ୟାଳୟ

author img

By

Published : Aug 17, 2022, 10:42 PM IST

ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ମିଳୁନଥିବା ଅଭିଯୋଗ ନେଇ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ
ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ମିଳୁନଥିବା ଅଭିଯୋଗ ନେଇ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ

ବନ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ମିଳୁନଥିବା ଅଭିଯୋଗ ଅଭିଯୋଗ କରି ଧଳପୁର ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କଲେ ସ୍ଥାନୀୟ ଲେକେ । ଅଧିକ ପଢନ୍ତୁ

ବୌଦ୍ଧ: ମହାନଦୀରେ ବନ୍ୟାସ୍ତର କିଛି ମାତ୍ରାରେ କମ ହୋଇଥିଲେ ସୁଦ୍ଧା ଜିଲ୍ଲାର ଅନେକ ଅଞ୍ଚଳ ବର୍ତ୍ତମାନ ସୁଦ୍ଧା ପାଣି ଘେରରେ ରହିଛି । ତେବେ ବନ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ମିଳୁନଥିବା ଅଭିଯୋଗ ଅଭିଯୋଗ କରି ଧଳପୁର ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କଲେ ସ୍ଥାନୀୟ ଲୋକେ ।

ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ମିଳୁନଥିବା ଅଭିଯୋଗ ନେଇ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ

ହୀରାକୁଦରୁ ୪୦ଟି ଗେଟ ଯୋଗେ ପାଣି ନିଷ୍କାସନ ସତ୍ତ୍ୱେ ବୌଦ୍ଧ ଜିଲ୍ଲାରେ ବନ୍ୟା ଜଳସ୍ତର ହ୍ରାସ ପାଉଛି । ଦୁଇ ଦିନ ପୂର୍ବରୁ ବୌଦ୍ଧ ଜିଲ୍ଲାରେ ମହାନଦୀର ଜଳସ୍ତର ୮୯ ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇ ବୌଦ୍ଧ ଓ ହରଭଙ୍ଗା ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ପାଣି ମାଡି ଯାଇଥିଲା । ଫଳରେ ଅନେକ ତଳିଆ ଅଞ୍ଚଳ ବୁଡି ଯିବା ସହ ଅନେକ ଚାଷଜମି ଜଳମଗ୍ନ ହୋଇଥିଲା । ତେବେ ବୁଧବାର ସଂଧ୍ୟା ସୁଦ୍ଧା ଜଳସ୍ତର ୮୮ ମିଟରରୁ ତଳକୁ ଖସି ଆସିଛି । ବୌଦ୍ଧ ଜିଲ୍ଲା ପ୍ରଶାସନ ବନ୍ୟା ବିପନ୍ନଙ୍କୁ ଉଦ୍ଧାର ସହିତ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇଦେଉଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ବନ୍ୟଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିଥିବାରୁ ଅନେକ ଗ୍ରାମ ଅନ୍ଧକାର ମଧ୍ୟରେ ରହିଛି ।

ବନ୍ୟା ଯୋଗୁଁ ଗୋପାଳକ ଓ ମେଷ ପାଳକ ମାନେ ମଧ୍ୟ ଗଭୀର ପ୍ରଭାବିତ ହୋଇଛନ୍ତି । ଗାଇଗୋରୁ, ଛେଳି ମେଣ୍ଢାଙ୍କୁ କୌଣସି ଖାଦ୍ୟ ବ୍ୟବସ୍ଥା କରାଯାଇ ନଥିବା ଅଭିଯୋଗ ହୋଇଛି । ସେପଟେ ବନ୍ୟା ଦ୍ବାରା ସବୁଠାରୁ ଅଧିକ କ୍ଷତି ଗ୍ରସ୍ତ ଧଳପୁର ପଞ୍ଚାୟତରେ ଚରମ ଅବ୍ୟବସ୍ଥା ଦେଖାଦେଇଛି । ପଞ୍ଚାୟତ କର୍ତ୍ତୃପକ୍ଷ ପକ୍ଷପାତିତା କରି ରନ୍ଧା ଓ ଶୁଖିଲା ଖାଦ୍ୟ ପ୍ରଦାନ କରୁଥିବା ଅଭିଯୋଗ କରି ବନ୍ୟା ପିଡୀତ ମାନେ ବୁଧବାର ଧଳପୁର ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.