ETV Bharat / state

ପଶ୍ଚିମ ଓଡିଶା ପର୍ବ ପୁରା ଉଆଁସ: ପରମ୍ପରାକୁ ବଞ୍ଚାଇ ରଖିବାକୁ ଚେଷ୍ଟା

author img

By

Published : Aug 19, 2020, 10:53 PM IST

The West Odisha Festival is trying to preserve the tradition
ପଶ୍ଚିମ ଓଡିଶା ପର୍ବ ପୁରା ଉଆଁସ

ପ୍ରାଚୀନ ପରମ୍ପରାକୁ ବଞ୍ଚାଇ ରଖିବାକୁ ଦୀର୍ଘ ବର୍ଷ ହେଲା ଚେଷ୍ଟା ଜାରି ରହିଛି । ଲୋକ ସଂସ୍କୃତି ଓ ଲୋକ ପରମ୍ପରା କୁ ବଞ୍ଚାଇ ରଖିଛନ୍ତି କିଛି ବୁଦ୍ଧିଜୀବୀ ।

ବୌଦ୍ଧ: ପ୍ରାଚୀନ ପରମ୍ପରାକୁ ବଞ୍ଚାଇ ରଖିବାକୁ ଦୀର୍ଘ ବର୍ଷ ହେଲା ଚେଷ୍ଟା ଜାରି ରହିଛି । ଲୋକ ସଂସ୍କୃତି ଓ ଲୋକ ପରମ୍ପରା କୁ ବଞ୍ଚାଇ ରଖିଛନ୍ତି କିଛି ବୁଦ୍ଧିଜୀବୀ । ବିଭିନ୍ନ ପାରମ୍ପାରିକ ପର୍ବପର୍ବାଣି ଓ ଲୋକ ସଂସ୍କୃତି ଧିରେ ଧିରେ ହଜିଯିବାକୁ ବସିଲାଣି । ଏଭଳି ଏକ ପରମ୍ପରା ହେଲା ପୁରା ଉଆଁସ ।

ପଶ୍ଚିମ ଓଡିଶା ପର୍ବ ପୁରା ଉଆଁସ

ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ଏହି ଶିଶୁ ଭିତ୍ତିକ ପର୍ବ ପାଳନ କରାଯାଇଥିବା ବେଳେ ଆଧୁନିକତାର ଚାକଚକ୍ୟରେ ତାହା ଅନେକ କ୍ଷେତ୍ରରେ କମିଯାଉଛି । ଏଥିସହିତ ପାରମ୍ପାରିକ ଗାୟନ ଶୈଳୀ ମଧ୍ୟ ଲୋପ ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଶତାଧିକ ବର୍ଷର ପ୍ରାଚୀନ ସିଦ୍ଧଗୁରୁ ପୀଠରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ଏଭଳି ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

ବୌଦ୍ଧ ଜିଲ୍ଲା ବଢିଗାଁ ପଞ୍ଚାୟତ ଗିରାସିଙ୍ଗା ନିକଟସ୍ଥ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ସିଦ୍ଧଗୁରୁ ଟାଙ୍ଗରରେ ଗ୍ରାମବାସୀ ଏକତ୍ରିତ ହୋଇ ପାରମ୍ପରିକ ଲୋକ ସଂସ୍କୃତି ଓ ପରମ୍ପରା କିଭଳି ବଞ୍ଚି ରହିବ ସେନେଇ ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରୁଛନ୍ତି । ବୁଧବାର ପୁରା ଉଆଁସ ଅବସରରେ ଛୋଟଛୋଟ ପିଲା ମାଟିର ହାତୀଘୋଡାକୁ ଟାଣି କାଞ୍ଚି କୁଣ୍ଡି ଖେଳିଥିବା ବେଳେ ସଂଧ୍ୟାରେ ମାଟିର ହନୁମାନ ଲାଞ୍ଜ ରେ ନିଆଁ ସଂଯୋଗ କରି ଉତ୍ସବ ପାଳନ କରାଯାଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.