ETV Bharat / state

Road problem: ଗାଁକୁ ନାହିଁ ରାସ୍ତା, ପହଞ୍ଚିପାରୁନି ବିକାଶର ଗାଡି

author img

By

Published : May 15, 2022, 11:38 AM IST

Road problem:ବିକାଶରେ ବାଧକ ଗମନାଗମନ ଅବ୍ୟବସ୍ଥା
Road problem:ବିକାଶରେ ବାଧକ ଗମନାଗମନ ଅବ୍ୟବସ୍ଥା

ଗମନାଗମନର ଅବ୍ୟବସ୍ଥା ହେତୁ ସରକାରଙ୍କ କଲ୍ୟାଣକାରୀ ଯୋଜନା ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରୁନାହିଁ । ଏନେଇ ଜିଲ୍ଲା ପରିଷଦ ସଭ୍ୟ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ବୌଦ୍ଧ: ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରୁନି ସରକାରଙ୍କ ବିକାଶର ଗାଡି । ଗମନାଗମନର ଅବ୍ୟବସ୍ଥା ହେତୁ ଏଭଳି ସମସ୍ୟା ଉପୁଜୁଛି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ଏକାଧିକ ଗାଁକୁ ରାସ୍ତା ଅଭାବରୁ ଆମ୍ବୁଲାନ୍ସ ପହଞ୍ଚି ପାରିନାହିଁ । ଫଳରେ ଉତ୍ତମ ସ୍ବାସ୍ଥ୍ୟସେବାରୁ ଲୋକେ ବଞ୍ଚିତ ହେଉଛନ୍ତି । ଜିଲ୍ଲାର ଶଗଡା ଓ ମହାଲିକପଡା ପଞ୍ଚାୟତର ଅନେକ ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ମୋବାଇଲ ସେବା ପହଞ୍ଚି ପାରିନାହିଁ । ଏନେଇ ଚାରି ନମ୍ବର ଜିଲ୍ଲା ପରିଷଦ ସଭ୍ୟ ନିଜ ଜୋନର ଶଗଡା ଓ ଗୁନ୍ଦୁଳିଆ ପଞ୍ଚାୟତରେ ଏଭଳି ଗମନାଗମନର ସମସ୍ୟାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ସେପଟେ ସମସ୍ୟା ଗୁଡିକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ବୀକାର କରିବା ସହିତ ସମାଧାନ ପାଇଁ ପ୍ରଚେଷ୍ଟା କରାଯିବ ବୋଲି ସୂଚନା ଦେଇଛନ୍ତି ।

Road problem:ବିକାଶରେ ବାଧକ ଗମନାଗମନ ଅବ୍ୟବସ୍ଥା

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.