ETV Bharat / state

ବୌଦ୍ଧରେ ମୌସୁମୀ ପ୍ରଭାବ: ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ୍ରାଫ ଟିମର ମକଡ୍ରିଲ

author img

By

Published : Jun 19, 2022, 10:01 PM IST

ବୌଦ୍ଧ ଛୁଇଁଲା ମୌସୁମୀ: ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ୍ରାଫ ଟିମର ମକଡ୍ରିଲ
ବୌଦ୍ଧ ଛୁଇଁଲା ମୌସୁମୀ: ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ୍ରାଫ ଟିମର ମକଡ୍ରିଲ

ମୌସୁମୀ ଛୁଇଁବାର ପ୍ରଥମ ଦିନରେ ବୌଦ୍ଧ ଜିଲ୍ଲାର ଅନେକ ସ୍ଥାନରେ ଲାଗି ରହିଛି ପ୍ରବଳ ବର୍ଷା । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ । ସୁରକ୍ଷା ଉପକରଣ ଓ ଉଦ୍ଧାର ସାମଗ୍ରୀ ସହିତ ଓଡ୍ରାଫ ଟିମର ମକଡ୍ରିଲ ପ୍ରଦର୍ଶିତ । ଅଧିକ ପଢ଼ନ୍ତୁ

ବୌଦ୍ଧ: ଜିଲ୍ଲାକୁ ଛୁଇଁଲା ମୌସୁମୀ । ପ୍ରଥମ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ । ଓଡ୍ରାଫ ଟିମର ମକଡ୍ରିଲ ପ୍ରଦର୍ଶିତ ।

ବୌଦ୍ଧ ଛୁଇଁଲା ମୌସୁମୀ: ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ୍ରାଫ ଟିମର ମକଡ୍ରିଲ

ବୌଦ୍ଧ ଜିଲ୍ଲାର ଚାରିଟି ବନ୍ୟା ଆଶ୍ରୟସ୍ଥଳୀରେ ଆଜି(ରବିବାର) ଓଡ୍ରାଫ ଟିମ(Odisha Disaster Rapid Action Force) ପକ୍ଷରୁ ସୁରକ୍ଷା ଉପକରଣ ଓ ଉଦ୍ଧାର ସାମଗ୍ରୀ ସହିତ ମକଡ୍ରିଲ ପ୍ରଦର୍ଶିତ କରାଯାଇଛି । ସମ୍ଭାବ୍ୟ ଜରୁରୀକାଳୀନ ପରିସ୍ଥିତି ପୂର୍ବରୁ ସମସ୍ତ ବିଭାଗ ତତ୍ପର ରହିବା ସହିତ ପ୍ରସ୍ତୁତି ଚୂଡାନ୍ତ କରିବାକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ଆଜି ଅପରାହ୍ନରେ ପ୍ରବଳ ବର୍ଷା ଯୋଗୁଁ ବୌଦ୍ଧର ଐତିହାସିକ ରଘୁନାଥ ମନ୍ଦିର ପରିସର ସମେତ ବସଷ୍ଟାଣ୍ଡ, ଖଲିଆବଗିଚା ଓ ବାବୁସାହିର କିଛି ବାସିନ୍ଦାଙ୍କ ଘରେ ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି । ଡାକ୍ତରଖାନାର କେତେକ ଅଞ୍ଚଳ ମଧ୍ୟ ବର୍ଷା ପାଣିରେ ବୁଡିଯାଇଥିବା ଦେଖିବାକୁ ମିଳିଥିଲା ।

ବୌଦ୍ଧ ଛୁଇଁଲା ମୌସୁମୀ: ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତତ୍ପର

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.