ETV Bharat / state

ବୌଦ୍ଧରେ ମହାନଦୀ ବନ୍ୟା ଜଳ, 3 ଦିନ ହେଲା ଜଗନ୍ନାଥ ସଡକରେ ଯାତାୟତ ଠପ

author img

By

Published : Aug 19, 2020, 8:05 PM IST

ବୌଦ୍ଧରେ ମହାନଦୀ ବନ୍ୟା ଜଳ, 3 ଦିନ ହେଲା ଜଗନ୍ନାଥ ସଡକରେ ଯାତାୟତ ଠପ
ବୌଦ୍ଧରେ ମହାନଦୀ ବନ୍ୟା ଜଳ, 3 ଦିନ ହେଲା ଜଗନ୍ନାଥ ସଡକରେ ଯାତାୟତ ଠପ

ମହାନଦୀରେ ବନ୍ୟା ଜଳ ନିଷ୍କାସନ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକରେ ପ୍ରାଚୀନ ଜଗନ୍ନାଥ ସଡକର କେତେକ ସ୍ଥାନରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ ହୋଇଛି । ଅଧିକ ପଢନ୍ତୁ...

ବୌଦ୍ଧ: ମହାନଦୀରେ ବନ୍ୟା ଜଳ ନିଷ୍କାସନ ଫଳରେ ବୌଦ୍ଧ ଜିଲ୍ଲାରେ ରାସ୍ତା ଉପରେ ବନ୍ୟାପାଣି । ତିନି ଦିନ ହେଲା ଯୋଗାଯୋଗୋ ବିଛିନ୍ନ, ସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ନଜର ରଖିଛି ।

ବୌଦ୍ଧରେ ମହାନଦୀ ବନ୍ୟା ଜଳ, 3 ଦିନ ହେଲା ଜଗନ୍ନାଥ ସଡକରେ ଯାତାୟତ ଠପ

ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ ତଥା ଉପର ମୁଣ୍ଡରେ ବର୍ଷା ଯୋଗୁଁ ମହାନଦୀ ସମେତ ତେଲନଦୀ,ବାଘନଦୀ,ସାଲୁଙ୍କୀ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକରେ ପ୍ରାଚୀନ ଜଗନ୍ନାଥ ସଡକର କେତେକ ସ୍ଥାନରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ ହୋଇଛି । ଜଗନ୍ନାଥ ସଡକର ହାଟଗାଁ ଠାରେ ପଖାଳଖାଇ ଯୋର ଉପରେ ପ୍ରାୟ ପାଞ୍ଚ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା 15 ଟି ପଞ୍ଚାୟତର ଲୋକ ପ୍ରଭାବିତ ହୋଇଛନ୍ତି ।

ଏହି ରାସ୍ତା ଧଳପୁରକୁ ବିଛିନ୍ନ କରିଥିବା ବେଳେ କୁଶଙ୍ଗ ପଞ୍ଚାୟତର ମାରଡା ଓ ଅତଳସରା ଭଳି ଗାଁର ଲୋକେ ମଧ୍ୟ ବନ୍ୟା ଜଳ ଯୋଗୁଁ ପ୍ରଭାବିତ ହୋଇଛନ୍ତି । ପ୍ରଶାସନ ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିବା ସହ ପ୍ରସ୍ତୁତ ରହିଥିବା ବୌଦ୍ଧ ଜିଲ୍ଲାପାଳ କହିଛନ୍ତି ।

ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.