ETV Bharat / state

ଇଟିଭି ଭାରତ ପ୍ରଭାବ: ଅସହାୟ ପରିବାରକୁ ନିଜ ଜିଲ୍ଲାକୁ ପଠାଇଲା ପ୍ରଶାସନ

author img

By

Published : Sep 25, 2020, 9:15 PM IST

Updated : Sep 25, 2020, 9:30 PM IST

ଅସହାୟ ପରିବାରର ବୋଝ ମୁଣ୍ଡାଇଥିବା ଆଠ ବର୍ଷର ନାବାଳିକାର କରୁଣ କାହାଣୀ ସମ୍ପର୍କରେ ଇଟିଭି ଭାରତରେ ଖବର ପ୍ରସାରଣ ପରେ ବିଭିନ୍ନ ମହଲରୁ ସହାୟତା ମିଳିଛି । ଶୁକ୍ରବାର ଜିଲ୍ଲା ପ୍ରଶାସନ ତାଙ୍କ ନିଜ ଗ୍ରାମକୁ ପଠାଇବା ସମସ୍ତ ବ୍ୟବସ୍ଥା କରିଛି । ଅଧିକ ପଢନ୍ତୁ...

ଇଟିଭି ଭାରତର ପ୍ରଭାବ: ଅସହାୟ ଭାବେ ରହୁଥିବା ପରିବାରକୁ ନିଜ ଜିଲ୍ଲାକୁ ପଠାଇଲା ପ୍ରଶାସନ
ଇଟିଭି ଭାରତର ପ୍ରଭାବ: ଅସହାୟ ଭାବେ ରହୁଥିବା ପରିବାରକୁ ନିଜ ଜିଲ୍ଲାକୁ ପଠାଇଲା ପ୍ରଶାସନ

ବୌଦ୍ଧ: ଅସହାୟ ପରିବାରର ବୋଝ ମୁଣ୍ଡାଇଥିବା ଆଠ ବର୍ଷର ନାବାଳିକାର କରୁଣ କାହାଣୀ ସମ୍ପର୍କରେ ଇଟିଭି ଭାରତରେ ଖବର ପ୍ରସାରିତ ପରେ ବିଭିନ୍ନ ମହଲରୁ ସହାୟତା ମିଳିଛି । ଶୁକ୍ରବାର ଜିଲ୍ଲା ପ୍ରଶାସନ ତାଙ୍କ ନିଜ ଗ୍ରାମକୁ ପଠାଇବା ସମସ୍ତ ବ୍ୟବସ୍ଥା କରିଥିଲା ।

ଇଟିଭି ଭାରତ ପ୍ରଭାବ: ଅସହାୟ ପରିବାରକୁ ନିଜ ଜିଲ୍ଲାକୁ ପଠାଇଲା ପ୍ରଶାସନ

ବୌଦ୍ଧ ଜିଲ୍ଲା ହରଭଙ୍ଗାରେ ଏକ ଆଠ ବର୍ଷର ନାବାଳିକା ମିଲି କାଲିଗର ପିଠିରେ ପରିବାରର ବୋଝ ସମ୍ପର୍କରେ ଇଟିଭି ଭାରତରେ ଖବର ପ୍ରସାରଣ ପରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ସହାୟତାର ହାତ ବଢିଥିଲା । ମିଲି ଓ ତାର ଦୁଇ ସାନ ଭାଇଙ୍କ ସହ ବାପା ଓ ମା । ତେବେ ମା ମାନସିକ ଭିନ୍ନକ୍ଷମ ହୋଇଥିବା ବେଳେ ବାପା ଦୁର୍ଘଟଣାରେ ପଡିରହିଥିଲେ । ଫଳରେ ପରିବାରର ସମ୍ପୂର୍ଣ୍ଣ ଦାୟିତ୍ବ ଏହି କୁନି ଝିଅ ଉପରେ ପଡିଥିଲା । ମାଗିଯାଚି ତଥା ପାଖ ପଡୋଶୀ ଙ୍କ ସହାୟତାରେ ପାଞ୍ଚ ପ୍ରାଣୀଙ୍କୁ ଏହି କୁନି ଝିଅ ବଞ୍ଚାଇ ରଖିଥିଲା ।ଏ ସମ୍ପର୍କରେ ଇଟିଭି ଭାରତରେ ପ୍ରଥମେ ତଥା ଅନୁସନ୍ଧାନ ମୂଳକ ଖବର ପ୍ରସାରିତ ପରେ ଜିଲ୍ଲା ପ୍ରଶାସନର ନଜରକୁ ଆସିଥିଲା ଓ ତାକୁ ସହାୟତା ଯୋଗାଇ ଦିଆଯାଇ ଥିଲା ।

ଇଟିଭି ଭାରତର ପ୍ରଭାବ: ଅସହାୟ ଭାବେ ରହୁଥିବା ପରିବାରକୁ ନିଜ ଜିଲ୍ଲାକୁ ପଠାଇଲା ପ୍ରଶାସନ
ଇଟିଭି ଭାରତର ପ୍ରଭାବ: ଅସହାୟ ଭାବେ ରହୁଥିବା ପରିବାରକୁ ନିଜ ଜିଲ୍ଲାକୁ ପଠାଇଲା ପ୍ରଶାସନ

ଏହା ମଧ୍ୟ ପଢନ୍ତୁ : ଆଠବର୍ଷ ଝିଅ ପାଖରେ ପହଞ୍ଚିଲା ପ୍ରଶାସନ

ଭୋକର ବିକଳ ଚିତ୍ର, ଆଠବର୍ଷର ନାବାଳିକା ପିଠିରେ ପରିବାରର ବୋଝ

ଶୁକ୍ରବାର ହରଭଙ୍ଗା ବିଡିଓ ରାଧାନଗର ଠାରେ ପହଞ୍ଚି ଏହି ଅସହାୟ ପରିବାରର ମୂଳ ସ୍ଥାନ ଦେବଗଡ଼ ଜିଲ୍ଲାକୁ ପଠାଇବା ବ୍ୟବସ୍ଥା କରିଥିଲେ । ପୂର୍ବରୁ ବିଡିଓ ଏନେଇ ସମସ୍ତ ପ୍ରସ୍ତୁତି ତଥା ସେମାନଙ୍କୁ କିଭଳି ଥଇଥାନ କରାଯିବ ସେନେଇ ଆଲୋଚନା ପରେ ସେମାନଙ୍କୁ ରାସନ ସାମଗ୍ରୀ, ପୋଷାକ, ଖାଦ୍ୟ ଓ ଅନ୍ୟ ଉପକରଣ ସହିତ ଗାଡିରେ ପଠାଇବା ବ୍ୟବସ୍ଥା କରିଥିଲେ । ବିଡିଓ ଏହି ଅବସରରେ ଇଟିଭି ଭାରତର ଉଦ୍ୟମକୁ ମଧ୍ୟ ବେଶ ପ୍ରଶଂସା କରିଥିଲେ ।

ଇଟିଭି ଭାରତର ପ୍ରଭାବ: ଅସହାୟ ଭାବେ ରହୁଥିବା ପରିବାରକୁ ନିଜ ଜିଲ୍ଲାକୁ ପଠାଇଲା ପ୍ରଶାସନ
ଇଟିଭି ଭାରତର ପ୍ରଭାବ: ଅସହାୟ ଭାବେ ରହୁଥିବା ପରିବାରକୁ ନିଜ ଜିଲ୍ଲାକୁ ପଠାଇଲା ପ୍ରଶାସନ

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated :Sep 25, 2020, 9:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.