ETV Bharat / state

ବିଭିନ୍ନ ଦାବି ନେଇ ତହସିଲ କାର୍ଯ୍ୟାଳୟ ଘେରିଲେ ଚାଷୀ

author img

By

Published : Sep 11, 2019, 3:16 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବିଶେଷ ଭାବରେ ଚାଷୀଙ୍କ ବିଭିନ୍ନ ପ୍ରାପ୍ୟ ଦୀର୍ଘ ଦିନ ହେଲା ମିଳି ନଥିବା ଅଭିଯୋଗ କରି ଆଜି ଭାରତୀୟ କିଷାନ ସଂଘ ପକ୍ଷରୁ ବୌଦ୍ଧ ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇ ଜିଲ୍ଲାପାଳଙ୍କୁ ତୁରନ୍ତ ଏହାର ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି ।

ବୌଦ୍ଧ: ଚାଷୀଙ୍କୁ ମିଳୁନି ତାଙ୍କ ହକ୍‌ର ଟଙ୍କା । ଏନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ବିଶେଷ ଭାବରେ ଚାଷୀଙ୍କ ବିଭିନ୍ନ ପ୍ରାପ୍ୟ ଦୀର୍ଘ ଦିନ ହେଲା ମିଳି ନଥିବା ଅଭିଯୋଗ କରି ଆଜି ଭାରତୀୟ କିଷାନ ସଂଘ ପକ୍ଷରୁ ବୌଦ୍ଧ ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏହାସହ ଜିଲ୍ଲାପାଳଙ୍କୁ ତୁରନ୍ତ ଏହାର ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଜିଲ୍ଲାର ଶହ ଶହ ଚାଷୀ ବୁଧବାର ରାଜରାସ୍ତାକୁ ଓହ୍ଲାଇଥିଲେ । ଇନପୁଟ ସବସିଡି ଟଙ୍କା, ପେଥାଇ ଟଙ୍କା ଓ ଅନ୍ୟାନ୍ୟ ବକେୟା ପ୍ରାପ୍ୟ ଦୀର୍ଘ ଦିନ ହେଲା ମିଳି ନଥିବା ଅଭିଯୋଗ କରି ବୌଦ୍ଧ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଅତିରିକ୍ତ ତହସିଲଦାର ଚଳିତ ମାସ ଶେଷ ସୁଦ୍ଧା ଏସମ୍ପର୍କରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେବାପରେ ଚାଷୀମାନେ ଜିଲ୍ଲାପାଳଙ୍କୁ ଭେଟି ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବିଭିନ୍ନ ଦାବୀ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ । ବିଶେଷ ଭାବରେ ଚାଷୀ ଙ୍କ ବିଭିନ୍ନ ପ୍ରାପ୍ୟ ଦୀର୍ଘ ଦିନ ହେଲା ମିଳି ନଥିବା ଅଭିଯୋଗ କରି ବୁଧବାର ଭାରତୀୟ କିଷାନ ସଂଘ ପକ୍ଷରୁ ବୌଦ୍ଧ ତହସିଲ କାର୍ଯ୍ୟାଳୟ ଘେରାଉ ସହ ଜିଲ୍ଲାପାଳ ଙ୍କୁ ତୁରନ୍ତ ଏହାର ସମାଧାନ ପାଇଁ ଦାବୀପତ୍ର ପ୍ରଦାନ କରିଥିଲେ ।
ବୌଦ୍ଧ ଜିଲ୍ଲାର ଶହ ଶହ ଚାଷୀ ବୁଧବାର ରାଜରାସ୍ତାକୁ ଓହ୍ଲାଇଥିଲେ ।ଇନପୁଟ ସବସିଟି ଟଙ୍କା, ପେଥେଇ ଟଙ୍କା ଓ ଅନ୍ୟାନ୍ୟ ବକେୟା ପ୍ରାପ୍ୟ ଦୀର୍ଘ ଦିନ ହେଲା ମିଳି ନଥିବା ଅଭିଯୋଗ କରି ବୌଦ୍ଧ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ଅତିରିକ୍ତ ତହସିଲଦାର ଚଳିତ ମାସ ଶେଷ ସୁଦ୍ଧା ଏସମ୍ପର୍କରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେବାପରେ ଚାଷୀ ମାନେ ଜିଲ୍ଲାପାଳ ଙ୍କୁ ଭେଟି ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଏକ ଦାବୀପତ୍ର ପ୍ରଦାନ କରିଥିଲେ ।


Body:ବିଭିନ୍ନ ଦାବୀ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ ।


Conclusion:ବାଇଟ-୧-ନବୀନ ପ୍ରଧାନ, ବରିଷ୍ଠ ଚାଷୀ
ବାଇଟ-୨-ପ୍ରମୋଦ ଦେହୁରୀ, ଜିଲ୍ଲାସଭାପତି, ଭାରତୀୟ କିଷାନ ସଂଘ
ବାଇଟ-୩-ମଙ୍ଗଳୁ ଭୋଇ,ଅତିରିକ୍ତ ତହସିଲଦାର
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.