ETV Bharat / state

ଦୁର୍ଘଟଣା ଘଟାଇ ଆମ୍ବୁଲାନ୍ସ ଫେରାର; 3 ଆହତ

author img

By

Published : Sep 9, 2019, 10:33 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଆମ୍ବୁଲାନ୍ସର ଅମାନବୀୟ କାର୍ଯ୍ୟ । ଦୁର୍ଘଟଣା ଘଟାଇ ଫେରାର । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ।

ବୌଦ୍ଧ: ସାହାଯ୍ୟକାରୀ ଯଦି ପାଲଟିବ ବିନାଶକାରୀ ତେବେ ବିଶ୍ବାସ କରିବ କାହାକୁ । ଏମିତି ଏକ ଅମାନବୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବୀରନରସିଂହପୁର ଅଞ୍ଚଳରେ । ରୋଗୀଙ୍କୁ ନେଇ ଡାକ୍ତରଖାନା ପହଞ୍ଚାଇଥିବା ଆମ୍ବୁଲାନ୍ସ ଶେଷରେ ମୃତ୍ୟୁ ମୁଖକୁ ଠେଲିଦେଇଛି 3ଜଣ ନିରୀହ ଲୋକଙ୍କୁ । ସୂଚନା ମୁତାବକ ଖଜୁରୀପଡା ଗାଁରୁ ମଜୁରୀ କାମ ସାରି ନିଜ ଗାଁ ଫକୀରପୁର ଓ ବଳରାମପୁରକୁ ଫେରୁଥିଲେ 3ଜଣ ଶ୍ରମିକ । ଫେରିବା ବାଟରେ ବୀରନରସିଂପୁର ଛକଠାରେ ଏକ ଆମ୍ବୁଲାନ୍ସ ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଛି । ଦୁର୍ଘଟଣା ପରେ ଆମ୍ବୁଲାନ୍ସଟି ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ନେବା ପରିବର୍ତ୍ତେ ଘଟଣାସ୍ଥଳରୁ ଚମ୍ପଟ ମାରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଫଳରେ ଆହତ ଅବସ୍ଥାରେ ପଡିଥିବା 3ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବୌଦ୍ଧ ଡାକ୍ତରଖାନାକୁ ପଠାଇଥିଲେ । ଆହତ 3 ଜଣଙ୍କ ମଧ୍ୟରୁ ବଳରାମପୁରର ସୁରେନ୍ଦ୍ର ନାଏକଙ୍କ ଅବସ୍ଥା ଗୁରୁତର ରହିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଉଥିବା ଆମ୍ବୁଲାନ୍ସ ଗାଡି ଯଦି ଦୁର୍ଘଟଣା ଘଟାଇ ଫେରାର ମାରେ ତେବେ ଗୁହାରୀ କରିବା କାହାକୁ ।ଦୁର୍ଘଟଣା ରେ ପୁଣି ଜଣେ କି ଦୁଇ ଜଣ ନୁହେଁ, ସମୁଦାୟ ତିନିତିନି ଜଣଙ୍କୁ ଧକ୍କା ଦେଇ ଆହତଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ଘଟଣା ସ୍ଥଳରୁ ଆମ୍ବୁଲାନ୍ସ ଫେରାର ହୋଇଯିବା ଭଳି ଅଭାବନୀୟ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ବୌଦ୍ଧ ଜିଲ୍ଲାର ବୀରନରସିଂପୁର ଛକଠାରେ ସୋମବାର ସଂଧ୍ୟାରେ ଘଟିଛି ଏକ ଅଭାବନୀୟ ଦୁର୍ଘଟଣା ।ଖଜୁରୀପଡା ଗାଁରୁ ଦୈନିକ ମଜୁରୀ କାମ ସାରି ନିଜ ଗାଁ ଫକୀରପୁର ଓ ବଳରାମ ପୁରକୁ ତିନି ଜଣ ସାଇକେଲରେ ଫେରୁଥିବା ବେଳେ ବୌଦ୍ଧ ପଟରୁ ଚାରିଛକ ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଏକ ଆମ୍ବୁଲାନ୍ସ ଉକ୍ତ ତିନି ଜଣଙ୍କୁ କ୍ରମାନ୍ବୟରେ ଧକ୍କା ଦେଇଥିଲା ।ଫଳରେ ଘଟଣା ସ୍ଥଳରେ ତିନିହେଁ ଆହତ ହୋଇ ପଡି ରହିଥିଲେ ।ପରେ ସେମାନଙ୍କୁ ଉଦ୍ଧାର କରାଯାଇ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ତିନି ଜଣଙ୍କ ମଧ୍ୟରୁ ବଳରାମ ପୁରର ସୁରେନ୍ଦ୍ର ନାଏକଙ୍କ ଅବସ୍ଥା ଗୁରୁତର ରହିଛି ।ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସ ଘଟଣା ସ୍ଥଳରୁ ଫେରାର ହୋଇଯିବାରୁ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା ।ଯଦି ସେବା ଯୋଗାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣା ଘଟାଏ ଓ ଘଟଣା ସ୍ଥଳରୁ ଫେରାର ହୋଇଯାଏ ତେବେ କାହାକୁ କହିବା ବୋଲି ଆଲୋଚନା ହେଉଛି ।


Body:ତିନି ଜଣଙ୍କୁ ଧକ୍କା ଦେଇ ଦୁର୍ଘଟଣା ସ୍ଥଳରୁ ଫେରାର ହେଲା ଆମ୍ବୁଲାନ୍ସ ।


Conclusion:ବାଇଟ-୧-ଭରତ ନାଏକ,ଆହତ,ବଳରାମ ପୁର
ବାଇଟ-୨-ବିରୁପାକ୍ଷ ଗୁରୁ, ଆହତ,ଫକୀରପୁର
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.