ETV Bharat / state

ଭଦ୍ରକରେ ସପ୍ତାହନ୍ତ ସଟଡାଉନ କଟକଣା କଡାକଡି

author img

By

Published : May 30, 2021, 1:54 PM IST

ଭଦ୍ରକରେ ସପ୍ତାହନ୍ତ ସଟଡାଉନ କଟକଣାକୁ କଡାକଡି
ଭଦ୍ରକରେ ସପ୍ତାହନ୍ତ ସଟଡାଉନ କଟକଣାକୁ କଡାକଡି

ଭଦ୍ରକ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନକୁ କଟକଣା କରିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

ଭଦ୍ରକ: ମହାମାରୀ ସହ ମହାବାତ୍ୟାର ଯାତନା ମଧ୍ୟରେ ଭଦ୍ରକ ଜିଲ୍ଲାର ସଂକ୍ରମଣ ଚେନକୁ ରୋକିବା ଲାଗି ସଟଡାଉନ ଜାରି ହୋଇଥିବା ବେଳେ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ କଟକଣାକୁ କଡାକଡି କରାଯାଇଛି । ତଥାପି ରବିବାର ଜିଲ୍ଲାରୁ 646 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଭଦ୍ରକରେ ସପ୍ତାହନ୍ତ ସଟଡାଉନ କଟକଣାକୁ କଡାକଡି

ଭଦ୍ରକ ସମେତ ବାସୁଦେବପୁର, ଚାନ୍ଦବାଲି, ଧାମନଗର ସହରାଞ୍ଚଳରେ ମଧ୍ୟ ସଟଡାଉନ ଜାରି ହୋଇଛି । ସୁରକ୍ଷା ବ୍ୟବସ୍ଥା ସହ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି । ସଟଡାଉନ ଯୋଗୁଁ ସହର ବଜାର ଶୂନଶାନ ହୋଇଛି । ଭଦ୍ରକ ସହରାଞ୍ଚଳକୁ ଲାଗିରହିଥିବା ରାନ୍ଦିଆ, ସାମରାଇପୁର, ଏରେଇଁ ପଞ୍ଚାୟତଗୁଡିକରେ ମଧ୍ୟ ସଟଡାଉନ କଟକଣା ଜାରି ରହିଛି । କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଅଞ୍ଚଳରେ ସର୍ଭିଲାନ୍ସ ଜୋରଦାର କରାଯାଇଛି । ଅନ୍ୟପକ୍ଷରେ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ ଗୁଡିକ ମଧ୍ୟ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରହିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.