ETV Bharat / state

ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ବିବାଦ, ଥାନାରେ ପହଞ୍ଚିଲା ମାମଲା

author img

By

Published : Mar 26, 2021, 7:25 AM IST

transgender conflict in bhadrak
ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ବିବାଦ,ଥାନାରେ ପହଞ୍ଚିଲା ମାମଲା

ଭଦ୍ରକ ଚରମ୍ପାରେ ଅଞ୍ଚଳରେ ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ଉଗ୍ର ବିବାଦ । ହାତାହାତିରେ ଦୁଇ କିନ୍ନର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ହସ୍ତକ୍ଷେପ କରିବା ପରେ ସ୍ଥିତି ସାମାନ୍ୟ ହୋଇଥିଲା। ଅଧିକ ପଢନ୍ତୁ...

ଭଦ୍ରକ: ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ଉଗ୍ରବିବାଦ। ହାତାହାତିରେ ଦୁଇ କିନ୍ନର ଆହତ ହୋଇଛନ୍ତି ।

ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ବିବାଦ,ଥାନାରେ ପହଞ୍ଚିଲା ମାମଲା

ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ଆଜି ପ୍ରଥମେ ବଚସା ହୋଇଥିଲା। ପରେ ମୁହାଁମୁହିଁ ହେବା ସହ ପିଟାପିଟି ଆରମ୍ଭ ହୋଇଥିଲା। ଏହି ଆକ୍ରମଣ ଓ ପ୍ରତିଆକ୍ରମଣରେ ଦୁଇ ଜଣ କିନ୍ନର ଆହତ ହୋଇଛନ୍ତି। ଉଭୟଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ଉଭୟ ଗୋଷ୍ଠୀ ପକ୍ଷରୁ ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିବା ପାଇଁ ଯାଇଥିବା ବେଳେ ଥାନା ସମ୍ମୁଖରେ ମଧ୍ୟ ଉଭୟ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ ଥାନା ପରିସରରେ କିଛି ସମୟ ପାଇଁ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା।

ତେବେ ଏହି ଘଟଣାରେ ପୋଲିସ ହସ୍ତକ୍ଷେପ କରିବା ପରେ ସ୍ଥିତି ସାମାନ୍ୟ ହୋଇଥିଲା। ତେବେ ଏନେଇ ଉଭୟ ପକ୍ଷର ଅଭିଯୋଗକୁ ଭିତ୍ତି କରି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.