ETV Bharat / state

ଗ୍ରାମା଼ଞ୍ଚଳରେ ପୁଷ୍ଟିକର ଖାଦ୍ୟ ଉପରେ ସଚେତନତା କାର୍ଯ୍ୟକ୍ରମ

author img

By

Published : Feb 3, 2021, 10:03 PM IST

nutrition awerness in village of bhadrak
ଗ୍ରାମା଼ଞ୍ଚଳରେ ପୁଷ୍ଟିକର ଖାଦ୍ୟ ଉପରେ ସଚେତନତା କାର୍ଯ୍ୟକ୍ରମ

ପୁଷ୍ଟିକର ଖାଦ୍ୟକୁ ନେଇ ଗ୍ରାମାଞ୍ଚଳର ଲୋକଙ୍କୁ ସଚେତନତା କାର୍ଯ୍ୟକ୍ରମ । ଓଡିଶା ଜୀବିକା ମିଶନ ଦ୍ବାରା ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପୁଷ୍ଟି ମହୋତ୍ସବ ଆୟୋଜନ କରାଯାଇ ସମାଜକୁ ସଚେତନ କରାଯାଉଛି । ଅଧିକ ପଢନ୍ତୁ...

ଭଦ୍ରକ: ପୁଷ୍ଟିକର ଖାଦ୍ୟ ଉପରେ ସଚେତନତା । ମହିଳାଙ୍କୁ ସଶକ୍ତିକରଣ କରିବା ସହ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସମାଜକୁ ସଚେତନ ମଧ୍ୟ କରାଯାଉଛି । ଓଡିଶା ଜୀବିକା ମିଶନ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଛି ।

ଗ୍ରାମା଼ଞ୍ଚଳରେ ପୁଷ୍ଟିକର ଖାଦ୍ୟ ଉପରେ ସଚେତନତା କାର୍ଯ୍ୟକ୍ରମ

ରାଜ୍ୟ ସରକାରଙ୍କ ଓଡିଶା ଜୀବିକା ମିଶନ ଦ୍ବାରା ପ୍ରତ୍ୟେକ ପଞ୍ଚାୟତରେ ପୁଷ୍ଟି ମହୋତ୍ସବ ଚାଲିଛି । ଏହି ପରିପ୍ରେକ୍ଷୀରେ ତିନି ଦିନ ଧରି ଭଦ୍ରକ ବ୍ଲକ ବାଣିତିଆ ପଞ୍ଚାୟତରେ ଚାଲିଛି ଏହି ମହୋତ୍ସବ । ଇନ୍ଦିରା ପ୍ରିୟଦର୍ଶନୀ ମହାସଂଘ ତରଫରୁ 120ଟି ସ୍ବୟଂ ସହାୟକ ଗୋଷ୍ଠୀ ମଧ୍ୟରୁ 9ଟି ଆଞ୍ଚଳିକ ମଞ୍ଚ ଦ୍ବାରା ଏହି ପୁଷ୍ଟି ମହୋତ୍ସବ କରାଯାଇଛି । ତିନି ଦିନ ଧରି ଚାଲିଥିବା ମହୋତ୍ସବରେ ମହାଲକ୍ଷ୍ମୀ ଆଞ୍ଚଳିକ ମଞ୍ଚ ତରଫରୁ ବିଭିନ୍ନ ପ୍ରକାରର ପୁଷ୍ଟିକର ଖାଦ୍ୟ ପଦାର୍ଥର ପ୍ରଦର୍ଶନୀ କରାଯାଇଥିଲା । ଗାଁ ଗହଳିରେ ରହୁଥିବା ଲୋକ ମାନଙ୍କୁ ପୁଷ୍ଟିକର ଖାଦ୍ୟ ଉପରେ ସଚେତନ କରିବା ପାଇଁ ଓଡିଶା ଜୀବିକା ମିଶନର ପ୍ରୟାସ ବୋଲି କହିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.