ETV Bharat / state

କୁକୁର ମୁହଁରେ ନବଜାତ ମୃତ ଶିଶୁକନ୍ୟା

author img

By

Published : Mar 15, 2021, 10:54 PM IST

new born baby dead body  in bhadrak
କୁକୁର ମୁହଁରେ ନବଜାତ ମୃତ ଶିଶୁକନ୍ୟା

ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅଭାବନୀୟ ଦୃଶ୍ୟ । ନବଜାତ ମୃତ ଶିଶୁକନ୍ୟାକୁ କାମୁଡି ନେଇ ପଳାଉଥିଲା କୁକୁର । ଲୋକେ ଗୋଡ଼ାଇବାରୁ ଛାଡି ପଳାଇଗଲା । ଅଧିକ ପଢନ୍ତୁ...

ଭଦ୍ରକ: ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅଭାବନୀୟ ଦୃଶ୍ୟ । ନବଜାତ ମୃତ ଶିଶୁକନ୍ୟାକୁ କାମୁଡି ନେଇ ପଳାଉଥିଲା କୁକୁର । ଲୋକେ ଗୋଡ଼ାଇବାରୁ ଛାଡି ପଳାଇଗଲା । ଏମିତି ଦୃଶ୍ୟ ଦେଖିବା ପାଇଁ ମିଳିଛି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ।

କୁକୁର ମୁହଁରେ ନବଜାତ ମୃତ ଶିଶୁକନ୍ୟା

ଖବର ଅନୁଯାୟୀ କେତେକ କୁକୁର ଏକ ନବଜାତକକୁ କାମୁଡି ନେଇ ମେଡିକାଲ ପରିସରରେ ବୁଲୁଥିଲେ । ଲୋକେ ଦେଖି କୁକୁର ଗୁଡିକୁ ଗୋଡ଼ାଇବାରୁ କୁକୁର ନବଜାତକକୁ ମେଡିକାଲ ବାହାରକୁ ନେଇ ପଳାଉଥିଲା । ପରେ ନବଜାତକଟି ଏକ ଶିଶୁ କନ୍ୟା ବୋଲି ଜଣାପଡିଛି । ତେବେ ଗଣମାଧ୍ୟମ ପହଞ୍ଚିବା ପରେ ମେଡିକାଲ ତରଫରୁ ମୃତଦେହକୁ ଉଠାଇ ନିଆଯାଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.