ETV Bharat / state

ପୂର୍ବ ଶତ୍ରୁତାକୁ ନେଇ ଘରେ ନିଆଁ ଲଗାଇଲେ ଦୁର୍ବୃତ୍ତ

author img

By ETV Bharat Odisha Team

Published : Sep 10, 2023, 12:46 PM IST

Updated : Sep 10, 2023, 1:44 PM IST

ନିଆଁ ଲଗାଇଲେ ଦୁର୍ବୁ୍ତ୍ତ
ନିଆଁ ଲଗାଇଲେ ଦୁର୍ବୁ୍ତ୍ତ

ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତଳାଙ୍ଗ ଗାଁରେ ପୂର୍ବ ଶତ୍ରୁତାକୁ ନେଇ ଘରେ ନିଆଁ ଲଗାଇଲେ ଗାଁ ଲୋକ । ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

ଘରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଭଦ୍ରକ: ପୂର୍ବ ଶତ୍ରୁତାକୁ ନେଇ ଘରେ ନିଆଁ ଲଗାଇଲେ ଗାଁ ଲୋକ । ଏମିତି ଅଭିଯୋଗ ଆଣିଛନ୍ତି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତଳାଙ୍ଗ ଗାଁ ର ଗୋବିନ୍ଦ ଜେନା । ନିଆଁରେ ଘରର ସବୁ ଆସବାବପତ୍ର ପୋଡ଼ି ଯାଇଛି । ହେଲେ ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାପଡିଛି ।

ଅଭିଯୋଗକାରୀ ଗୋବିନ୍ଦ ଜେନାଙ୍କ କହିବାନୁଯାୟୀ, ଗତ ଦୁଇ ଦିନ ତଳେ ଉକ୍ତ ଗ୍ରାମର ଜେନା ସାହିର କିଛି ବ୍ୟକ୍ତିଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଆଉ ଏନେଇ ଉଭୟ ପକ୍ଷ ଥାନାରେ ଏତଲା ଦେଇଥିଲେ । ଉଭୟଙ୍କ ଏତଲା ପରେ ବୁଝାମଣା ପାଇଁ କିଛି ଦିନ ସମୟ ଥାନାରୁ ନେଇଥିଲେ । କିନ୍ତୁ ହଠାତ୍‌ ବିଳମ୍ବିତ ରାତି ସମୟରେ ଉକ୍ତ ଗ୍ରାମର ଅପର ପକ୍ଷର କିଛି ଯୁବକ ଆସି ଗୋବିନ୍ଦ ଜେନାଙ୍କ ଘର କବାଟ ବାଡ଼େଇ ଘରୁ ବାହାରି ଆସିଥିଲେ । ପରେ ଗୋବିନ୍ଦ ଘରୁ ବାହାରିବା ପରେ ମାଡ଼ ମାରି ଘରେ ନିଆଁ ଲଗେଇ ଦେବା କଥା କହିଛନ୍ତି ଅଭିଯୋଗକାରୀ । ଏନେଇ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ପ୍ରକାଶ ଥାଉକି, କିଛି ଦିନ ପୂର୍ବେ ବ୍ରହ୍ମପୁରରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ହୋଇଥିବା ବେଳେ ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ପଙ୍କଳବାଡ଼ି ଗ୍ରାମରେ ପାରିବାରିକ କଳହରୁ ଦୁଇ ସମ୍ପର୍କୀୟ ଭାଇଙ୍କ ପରିବାର ମଧ୍ୟରେ ଲାଗି ରହିଥିଲା ବିବାଦ । ମୃତ ମିଥୁନ୍ ଓ ଲିପୁନ୍ କୌଣସି କାର୍ଯ୍ୟରେ ବ୍ରହ୍ମପୁରର କବିସୂର୍ଯ୍ୟନଗର ଯାଇ ନିଜର ମୋଟର ସାଇକେଲ ଯୋଗେ ପଙ୍କଳବାଡ଼ି ଗ୍ରାମକୁ ଫେରୁଥିଲେ ।

ଏହା ମଧ୍ୟ ପଢନ୍ତୁ- ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ, ୨ ମୃତ

ସେହି ସମୟରେ ଉକ୍ତ ଗ୍ରାମର ଜାନକୀ ଏବଂ ତାଙ୍କ ପରିବାରର ସଦସ୍ୟମାନେ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ସଂଘବଦ୍ଧ ଭାବେ ଆକ୍ରମଣ ଯୋଗୁଁ ଦୁଇ ଜଣ ସମ୍ପର୍କୀୟ ଜ୍ବାଇଁ ଓ ଶଳା ଗୁରୁତର ହୋଇପଡ଼ିଥିଲେ । ସେମାନଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ କବିସୂର୍ଯ୍ୟନଗର ଓ ପରେ ବ୍ରହ୍ମପୁର MKCG ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ସେପଟେ ଦୁଇ ମୃତକଙ୍କ ନାମରେ ପୂର୍ବରୁ ବିଭିନ୍ନ ମାମଲା ରହିଥିବା ବେଳେ ସେମାନଙ୍କ ନିକଟରୁ ମାଉଜର ଓ ଗୁଳି ଜବତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଇଟିଭି ଭାରତ, ଭଦ୍ରକ

Last Updated :Sep 10, 2023, 1:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.