ETV Bharat / state

ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ, ୨ ମୃତ

author img

By ETV Bharat Odisha Team

Published : Sep 6, 2023, 3:42 PM IST

2 dead in group clash
2 dead in group clash

ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଅର୍ନ୍ତଗତ ପଙ୍କଳବାଡ଼ି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ

ବ୍ରହ୍ମପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ତେବେ ଏନେଇ ୭ ଜଣଙ୍କୁ ଗିରଫ କରିଛି ପୋଲିସ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଅର୍ନ୍ତଗତ ପଙ୍କଳବାଡ଼ି ଗ୍ରାମରେ । ତେବେ ମୃତକ ଦୁଇ ଜଣ ହେଲେ ମିଥୁନ ଭୂୟାଁ ଓ ଲିପୁନ ସ୍ବାଇଁ । ଉଭୟ ସମ୍ପର୍କରେ ଜ୍ବାଇଁ ଶଳା ବୋଲି ଜଣା ପଡ଼ିଛି ।

ଏହା ମଧ୍ୟ ପଢନ୍ତୁ- ଭଦ୍ରକରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, 7 ଆହତ

ସୂଚନା ଅନୁଯାୟୀ, ପଙ୍କଳବାଡ଼ି ଗ୍ରାମରେ ପାରିବାରିକ କଳହରୁ ଦୁଇ ସମ୍ପର୍କୀୟ ଭାଇଙ୍କ ପରିବାର ମଧ୍ୟରେ ଲାଗି ରହିଥିଲା ବିବାଦ । ମିଥୁନ୍ ଓ ଲିପୁନ୍ କୌଣସି କାର୍ଯ୍ୟରେ କବିସୂର୍ଯ୍ୟନଗର ଯାଇ ନିଜର ମୋଟର ସାଇକେଲ ଯୋଗେ ପଙ୍କଳବାଡ଼ି ଗ୍ରାମକୁ ଫେରୁଥିଲେ । ସେହି ସମୟରେ ଉକ୍ତ ଗ୍ରାମର ଜାନକୀ ଏବଂ ତାଙ୍କ ପରିବାରର ସଦସ୍ୟମାନେ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ସଂଘବଦ୍ଧ ଭାବେ ଆକ୍ରମଣ ଯୋଗୁଁ ଦୁଇ ଜଣ ସମ୍ପର୍କୀୟ ଜ୍ବାଇଁ ଓ ଶଳା ଗୁରୁତର ହୋଇପଡ଼ିଥିଲେ । ସେମାନଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ କବିସୂର୍ଯ୍ୟନଗର ଓ ପରେ ବ୍ରହ୍ମପୁର MKCG ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ସେପଟେ ଦୁଇ ମୃତକଙ୍କ ନାମରେ ପୂର୍ବରୁ ବିଭିନ୍ନ ମାମଲା ରହିଥିବା ବେଳେ ସେମାନଙ୍କ ନିକଟରୁ ମାଉଜର ଓ ଗୁଳି ଜବତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ- ଆଗକୁ ନିର୍ବାଚନ ଏବେଠୁ ଅଶାନ୍ତ ରାଜଧାନୀ, ପଞ୍ଚାୟତ ନିର୍ବାଚନ ରାଗ ନେଇ ଗୋଷ୍ଠୀ ସଂଘର୍ଷ

ସମ୍ପର୍କୀୟ ଭାଇଙ୍କ ପରିବାର ମଧ୍ୟରେ ଲାଗି ରହୁଥିବା ବିବାଦ ଯୋଗୁଁ ଏପରି ସଂଘର୍ଷ ଏବଂ ଦୁଇ ଜଣଙ୍କର ଜୀବନ ଯିବା ଘଟଣାରେ ପୋଲିସ ଦୁଇଟି ଏତଲା ରୁଜୁ କରିଛି । ତେବେ ଏହି ଘଟଣାରେ ସଂପୃକ୍ତ ଥିବା ୭ ଜଣଙ୍କୁ ଗିରଫ କରିଥିବା ବେଳେ ମୃତକଙ୍କ ନିକଟରୁ ମାଉଜର ସହ ଜୀବନ୍ତ ଗୁଳି ଜବତ ହୋଇଥିବା ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ସେହିପରି ହତ୍ୟା ଘଟଣା ପୂର୍ବରୁ ଗତ କିଛି ମାସ ତଳେ ଜାନକୀ ଓ ତାଙ୍କ ପୁଅ ମିଶି ମିଥୁନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏନେଇ ପୂର୍ବରୁ ଜାନକୀ ଓ ତାଙ୍କ ପୁଅ ଗିରଫ ହୋଇ ଜେଲ୍ ଯାଇଥିଲେ । ଜାମିନ୍‌ରେ ଫେରିବା ପରେ ପ୍ରତିଶୋଧ ପରାୟଣ ହୋଇ ଶେଷରେ ମିଥୁନଙ୍କୁ ହତ୍ୟା କରିବାକୁ ଯୋଜନା କରିଥିବା କୁହାଯାଇଛି । ସେପଟେ ଏହି ଘଟଣା ପରେ ମୃତକଙ୍କ ମାଆ ଗଣମାଧ୍ୟମକୁ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ନେଇ କହିବା ସହ ଜବତ ବନ୍ଧୁକ ଓ ଗୁଳି ତାଙ୍କ ପୁଅର ନୁହେଁ ବୋଲି କହିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.