ETV Bharat / state

ପୋଖରୀରେ ଭାସୁଛି ନିଖୋଜ ନାବାଳିକାର ମୃତଦେହ, ହତ୍ୟା ସନ୍ଦେହ

author img

By

Published : Jan 19, 2020, 10:45 PM IST

minor-girl-dead-body-rescue-in-charampa-of-bhadrak
ଭଦ୍ରକରେ ନାବାଳିକା ମୃତଦେହ ଉଦ୍ଧାର

ଭଦ୍ରକ ଜିଲ୍ଲା ଚରମ୍ପା ନିକଟ ରେଲୱେ ଲାଇନ କଡରେ ଥିବା ଏକ ପୋଖରୀରୁ ଭାସୁଥିବା ଅବସ୍ଥାରେ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି।

ଭଦ୍ରକ: ନାବାଳିକାଙ୍କ ମୃତଦେହ ଉଦ୍ଧାର । ଭଦ୍ରକ ଜିଲ୍ଲା ଚରମ୍ପା ନିକଟ ରେଲୱେ ଲାଇନ କଡରେ ଥିବା ଏକ ପୋଖରୀରୁ ଭାସୁଥିବା ଅବସ୍ଥାରେ ଜଣେ ନାବାଳିକାଙ୍କ ମୃତ ଦେହ ଉଦ୍ଧାର ହୋଇଛି।

ଭଦ୍ରକରେ ନାବାଳିକା ମୃତଦେହ ଉଦ୍ଧାର

ସୂଚନା ଅନୁଯାୟୀ ନାବାଳିକା ଜଣଙ୍କ ତିନିଦିନ ତଳେ ଘରୁ ନିଖୋଜ ହୋଇଯାଇଥିଲେ । ଏନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ମୃତ ନାବାଳିକା ଜଣକ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରମ୍ଭିଳା ଗ୍ରାମର ବୋଲି ଜଣାପଡିଛି।

ସ୍ଥାନୀୟ ଲୋକ ପୋଖରୀରେ ଏକ ମୃତଦେହ ଭାସୁଥିବା ସହ ପୋଖରୀ ହୁଡ଼ାରେ ଜୋତା ଓ ପର୍ସ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ତେବେ ଏନେଇ ପରିବାର କି ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ସହ ପୁଲିସର ତଦନ୍ତ ପରେ ଏହି ଘଟଣାର ଚିତ୍ର ସ୍ପଷ୍ଟ ହେବ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : MINOR GIRL DEATH
FORMAT : AVO
REPORT : DEBASIS MOHAPATRA / BHADRAK
DATE : 19.01.2020

ANCHOR : ଭଦ୍ରକ ଜିଲ୍ଲା ଚରମ୍ପା ନିକଟ ରେଲୱେ ଲାଇନ କଡରେ ଥିବା ଏକ ପୋଖରୀରୁ ଭାସୁଥିବା ଅବସ୍ଥାରେ ଜଣେ ନାବାଳିକା ଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ନାବାଳିକା ଜଣକ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରମ୍ଭିଳା ଗ୍ରାମର ବୋଲି ଜଣାପଡିଛି। ନାବାଳିକା ଜଣଙ୍କ ତିନିଦିନ ତଳେ ଘରୁ ନିଖୋଜ ହୋଇଯାଇଥିଲେ। ଏନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ନାବାଳିକା ଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିବା ଜଣାପଡିଛି। Body:ଆଜି ସ୍ଥାନୀୟ ଲୋକ ପୋଖରୀରେ ଏକ ମୃତ ଦେହ ଭାସୁଥିବା ସହ ପୋଖରୀ ହୁଡ଼ାରେେ ଜୋତା ଓ ପର୍ସ ଦେଖିବା ପରେ ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ତେବେ ଏନେଇ ପରିବାର କି ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ସହ ପୁଲିସର ତଦନ୍ତ ପରେ ଏହି ଘଟଣାର ଚିତ୍ର ସ୍ପଷ୍ଟ ହେବ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.