ETV Bharat / state

ବେବନ୍ଦୋବସ୍ତ ସମ୍ପତ୍ତିକୁ ଚକ୍ରାନ୍ତ କରି କରଧାର୍ଯ୍ୟ ଅଭିଯୋଗ, ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଗ୍ରାମବାସୀ

author img

By

Published : May 6, 2022, 10:36 PM IST

ବେବନ୍ଦୋବସ୍ତ ସମ୍ପତ୍ତିକୁ ଚକ୍ରାନ୍ତ କରି କରଧାର୍ଯ୍ୟ ବିବାଦ
ବେବନ୍ଦୋବସ୍ତ ସମ୍ପତ୍ତିକୁ ଚକ୍ରାନ୍ତ କରି କରଧାର୍ଯ୍ୟ ବିବାଦ

ଜିଲ୍ଲାର ତିହିଡି ତହସିିଲ ବିଲଣା ଆରଆଇ ସାର୍କଲ ଅଧିନ ବିଲଣା ଜେନା ସାହିରେ ବେବନ୍ଦୋବସ୍ତ ଥିବା ବିଭିନ୍ନ ପ୍ଲଟ ମଧ୍ୟରୁ ୨ଟି ପ୍ଲଟକୁ କରଧାର୍ଯ୍ୟ ନକରି, ଶତାଧିକ ବର୍ଷ ଧରି ଦଖଲ କରିଆସୁଥିବା ଉକ୍ତ ଜମିକୁ ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ରଖିବା ଲାଗି ଦାବି କରାଯାଇଛି । ଅଧିକ ପଢନ୍ତୁ

ଭଦ୍ରକ: ଜିଲ୍ଲାର ତିହିଡି ତହସିିଲ ବିଲଣା ଆରଆଇ ସାର୍କଲ ଅଧିନ ବିଲଣା ଜେନା ସାହିରେ ବେବନ୍ଦୋବସ୍ତ ଥିବା ବିଭିନ୍ନ ପ୍ଲଟ ମଧ୍ୟରୁ ୨ଟି ପ୍ଲଟକୁ କରଧାର୍ଯ୍ୟ ନକରି, ଶତାଧିକ ବର୍ଷ ଧରି ଦଖଲ କରିଆସୁଥିବା ଉକ୍ତ ଜମିକୁ ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ରଖିବା ଲାଗି ଦାବି କରାଯାଇଛି । ଜମିଦାରୀ ଉଚ୍ଛେଦ ପ୍ରକ୍ରିୟା ପରେ ଏହି ପଞ୍ଚାୟତର ବିଭିନ୍ନ ଜମି ବେବନ୍ଦୋବସ୍ତ ଭାବେ ରହିଛି । ଏହି ଜେନା ସାହିରେ ମଧ୍ୟ କେତେକ ପ୍ଲଟ ପଡିଥିବା ବେଳେ ତନ୍ମଧ୍ୟରୁ ୨ଟି ପ୍ଲଟ (୮ ଓ ୧୮ ଡିସିମିଲ୍ ପରିମିତ ଜାଗା)କୁ ଏହି ଗ୍ରାମବାସୀ ବ୍ୟବହାର କରିଆସୁଛନ୍ତି । ସେଥିରେ କେତେକ ବାସଗୃହ କରି ମଧ୍ୟ ରହୁଛନ୍ତି । ମଧ୍ୟ ସ୍ଥଳରେ ଏକ ବହୁ ପୂରାତନ ବରଗଛ ମୂଳରେ ମା’ ମଙ୍ଗଳାଙ୍କ ଏକ ଭବ୍ୟ ମନ୍ଦିର ସ୍ଥାପିତ ହୋଇଛି । ଗ୍ରାମଦେବତୀ ସମେତ କିର୍ତ୍ତନ ମଣ୍ଡପ ଓ ଅଘି ଜଳା କୁଣ୍ଡ ମଧ୍ୟ ବିଦ୍ୟମାନ ।

ବେବନ୍ଦୋବସ୍ତ ସମ୍ପତ୍ତିକୁ ଚକ୍ରାନ୍ତ କରି କରଧାର୍ଯ୍ୟ ବିବାଦ

ଏଥିସହ ୨ଟି ସରକାରୀ ନଳକୂପ, ବ୍ୟକ୍ତିଗତ ଭାବେ ଜଣେ ଦୋକନଗୃହ କରି ପରିବାର ପୋଷଣ କରୁଛନ୍ତି । ସର୍ବୋପରି ମୁଖ୍ୟ ଜାଗାରେ ଗ୍ରାମ ମଧ୍ୟକୁ ସରକାରୀ ରାସ୍ତା ମଧ୍ୟ ରହିଛି । ପୁରୁଷାନୁକ୍ରମେ ଏହି ଗ୍ରାମବାସୀ ଉକ୍ତ ବେବନ୍ଦୋବସ୍ତ ଜାଗାକୁ ବ୍ୟବହାର କରିଆସୁଥିବା ବେଳେ ଏହି ସମ୍ପତ୍ତିକୁ ଚକ୍ରାନ୍ତ କରି କରଧାର୍ଯ୍ୟ କରିବା ଲାଗି ଜଣେ ଆବେଦନ କରିଛନ୍ତି । କରଧାର୍ଯ୍ୟ କରିବା ପରେ ଏହାକୁ ଅନ୍ୟଲୋକଙ୍କୁ ବିକ୍ରି କରିବା ଲାଗି ମସୁୁଧା ମଧ୍ୟ ଚଳାଉଥିବା ସେମାନେ ଜାଣିବାକୁ ପାଇଛନ୍ତି । ଯାହାକୁ ନେଇ ଏହି ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପର୍ଯ୍ୟାୟକ୍ରମେ ଉକ୍ତ ଜାଗାରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟ ହେଉଥିବା, ଏପରିକି ସରକାରୀ ଟଙ୍କାରେ ମଧ୍ୟ କେତେକ କାର୍ଯ୍ୟ କରାଯାଇଥିବା ମଧ୍ୟ କୁହାଯାଇଛି ।

ଉକ୍ତ ଜମିକୁ କରଧାର୍ଯ୍ୟ କଲେ ଗ୍ରାମର ୭୦ରୁ ଉର୍ଦ୍ଧ୍ବ ପରିବାରର ଅଦ୍ଭୁତପୂର୍ଣ୍ଣ କ୍ଷତି ହେବ ବୋଲି ଭଦ୍ରକ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ୍ ହୋଇଛନ୍ତି । ଜମି ମାଲିକଙ୍କ ପକ୍ଷରୁ ଆଗତ କରଧାର୍ଯ୍ୟ ମାମଲାରେ ଉପଯୁକ୍ତ ତଦନ୍ତ କରାଯାଇ ପ୍ରକୃତ ସତ୍ୟ ରିପୋର୍ଟ ଦାଖଲ କରାଗଲେ ଏହି ଗ୍ରାମବାସୀ ଉପକୃତ ହୋଇପାରିବେ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ଏ ସମ୍ପର୍କରେ ଉପଜିଲ୍ଲାପାଳ ମନୋଜ କୁମାର ପାତ୍ରଙ୍କୁ ପଚାରିବାରୁ ଜେନାସାହିବାସୀଙ୍କ ଅଭିଯୋଗକୁ ଭିତ୍ତିକରି ନିରପେକ୍ଷ ତଦନ୍ତ କରାଯିବ ବୋଲି ସୂଚନା ଦେଇଥିବା ବେଳେ ଏନେଇ କୌଣସି ପ୍ରତିକ୍ରିୟାରେ ପ୍ରକାଶ କରିନାହାନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.