ETV Bharat / state

ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା 5 ବଖରା ଘର

author img

By

Published : Nov 22, 2020, 9:04 PM IST

ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ
ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ କିସ୍ମତ କୃଷ୍ଣପୁର ନାୟକ ସାହିରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ 5 ବଖରା ଘର ଜଳିପୋଡି ପାଉଁଶ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ଭଦ୍ରକ: ଅଗ୍ନିକାଣ୍ଡରେ ଜଳିଗଲା 5 ବଖରା ଘର । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ କିସ୍ମତ କୃଷ୍ଣପୁର ନାୟକ ସାହିରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ 5 ବଖରା ଘର ଜଳିପୋଡି ପାଉଁଶ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ଗ୍ରାମର ଭଗବାନ ନାୟକଙ୍କ ଘରେ ରବିବାର କୌଣସି କାରଣରୁ ହଠାତ୍ ନିଆଁ ଲାଗି ଯାଇଥିଲା । ନିଆଁ ଦେଖି ଘରଲୋକଙ୍କ ଚିତ୍କାର ଣୁଣି ଗ୍ରାମବାସୀ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ନିଆଁକୁ ଆୟତ କରିବାରେ ବିଫଳ ହୋଇଥିଲେ । ଖବର ପାଇ ବାସୁଦେବପୁରରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ

ଏପଟେ ଗ୍ରାମବାସୀ ଆସବାବପତ୍ର ବାହାର କରୁଥିବା ବେଳେ ନିଆଁରେ ଜଣେ ମହିଳା ଆହତ ହୋଇଥିବା ଜଣାଯାଇଛି । ଚିକିତ୍ସା ପାଇଁ ମହିଳା ଜଣଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଗ୍ନି ବିପନ୍ନ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.