ETV Bharat / state

ଓଲଟିଲା ଯାତ୍ରୀବାହି ଅଟୋ, ୭ ଯାତ୍ରୀ ସଙ୍କଟାପନ୍ନ

author img

By

Published : Apr 16, 2022, 8:38 PM IST

ଓଲଟିଲା ଯାତ୍ରୀବାହି ଅଟୋ, ୭ ଯାତ୍ରୀ ସଙ୍କଟାପନ୍ନ
ଓଲଟିଲା ଯାତ୍ରୀବାହି ଅଟୋ, ୭ ଯାତ୍ରୀ ସଙ୍କଟାପନ୍ନ

ବୈତରଣୀ ନଦୀ ବନ୍ଧ ଉପରେ ଅଘଟଣ । ଅଟୋ ଓଲଟି ସାତ ଜଣ ଗୁରୁତର । ସମସ୍ତ ଆହତଙ୍କୁ ମେଡିକାଲରେ କରାଯାଇଛି ଭର୍ତ୍ତି । ଅଧିକ ପଢ଼ନ୍ତୁ

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୁଷୁରୀ ଥାନା ଅନ୍ତର୍ଗତ ଅର୍ଜୁନପୁର ପଞ୍ଚାୟତ ଦେଇ ପ୍ରବାହିତ ବୈତରଣୀ ନଦୀ ବନ୍ଧ ଉପରେ ଅଟୋ ଓଲଟି ସାତ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ ଅର୍ଜୁନପୁର ପଞ୍ଚାୟତ ନିକଟସ୍ଥ ବାଲିପାଟଣା ଗ୍ରାମଦେଇ ଯାଇଥିବା ବୈତରଣୀ ନଦୀ ବନ୍ଧ ଉପରେ ଏକ ଯାତ୍ରୀବାହି ଅଟୋ ଯାଉଥିଲା । ହେଲେ କୌଣସି କାରଣରୁ ଅଟୋଟି ଭାରସାମ୍ଯ ହରାଇ ନଦୀ ବନ୍ଧ ତଳକୁ ଓଲଟି ପଡିଥିଲା । ଫଳରେ ସେଥିରେ ଥିବା 5 ଜଣ ମହିଳା, ଜଣେ ଛୋଟ ପିଲା ସହ ଡ୍ରାଇଭରକୁ ମିଶାଇ ମୋଟ 7ଜଣ ଗୁରୁତର ଭାବେ ଆହତ ହୋଇଥିଲେ ।

ଓଲଟିଲା ଯାତ୍ରୀବାହି ଅଟୋ, ୭ ଯାତ୍ରୀ ସଙ୍କଟାପନ୍ନ

ଏହାଦେଖି ସ୍ଥାନୀୟ ଲୋକେ ସମସ୍ତ ଗୁରୁତର ଆହତ ମାନଙ୍କୁ ଉଦ୍ଧାର କରି ପ୍ରଥମେ ଧୁଷୁରୀ ପ୍ରାଥମିକ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ତେବେ ସେଠାରେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ, ସମସ୍ତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଦୁଇ ଜଣଙ୍କ ଅବସ୍ଥା ଶୋଚନୀୟ ଥିବାରୁ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.