ETV Bharat / state

କୋଇଲା ବୋଝେଇ ଟ୍ରେନରେ ନିଆଁ, ଆୟତ୍ତ କଲା ଦମକଳ ବାହିନୀ

author img

By

Published : Nov 23, 2019, 9:13 PM IST

କୋଇଲା ବୋଝେଇ ଟ୍ରେନରେ ନିଆଁ, ଆୟତ୍ତ କଲା ଦମକଳ ବାହିନୀ

ସମ୍ବଲପୁରରୁ ବରଗଡ଼ ପଟକୁ ଆସୁଥିବା କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ । ଗୋଡଭଗା ଷ୍ଟେସନରେ ପହଞ୍ଚି ନିଆଁକୁ ଆୟତ୍ତ କଲା ଦମକଳ ବାହିନୀ । କାରଣ ଅସ୍ପଷ୍ଟ । ଅଧିକ ପଢ଼ନ୍ତୁ...

ବରଗଡ: ବଲାଙ୍ଗୀର ସମ୍ବଲପୁର ରେଳପଥରରେ ସମ୍ବଲପୁରରୁ ବରଗଡ଼ ପଟକୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରେନର ଗୋଟିଏ ବଗିରେ ନିଆ ଲାଗିଯାଇଥିଲା । ଏଥିପାଇଁ ବରଗଡ଼ ଜିଲ୍ଲା ଗୋଡ଼ଭଗା ଷ୍ଟେସନରେ ଏହି ମାଲବାହୀ ଟ୍ରେନଟି ଅଟକି ରହିଥିଲା । ଖବର ପାଇ ଅଗ୍ନିଶମ ବିଭାଗ ଗୋଡଭଗା ଷ୍ଟେସନରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

କୋଇଲା ବୋଝେଇ ଟ୍ରେନରେ ନିଆଁ, ଆୟତ୍ତ କଲା ଦମକଳ ବାହିନୀ

ସମ୍ବଲପୁର ଡିଭିଜନରୁ ବିଜୟଓ୍ବାଡା ଯାଉଥିବା ଏହି ଟ୍ରେନରେ ନିଆଁ ଲାଗିଥିବା ଖବର ପାଇ ଗୋଡ଼ଭାଗା ଷ୍ଟେସନ ମାଷ୍ଟର ଆଶିଷ ବିଶ୍ବାଳ ଏହାକୁ ଅଟକାଇ ବୁର୍ଲା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତେବେ ବିଦ୍ୟୁତ ସଂଯୋଗ କଟାଯାଇ ପାରି ନ ଥିବାରୁ 3 ଘଣ୍ଟା ପରେ ଉଚ୍ଚ କର୍ତ୍ତୃପକ୍ଷ ପହଞ୍ଚି ବିବ୍ୟୁତ ସଂଯୋଗ କାଟିଥିଲେ । ଯାହା ପରେ ନିଆଁକୁ ଆୟତ୍ତ କରାଯାଇଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ ବଗିରେ ନିଆ ଲାଗିଥିଲା ତାହା ସ୍ପଷ୍ଟ ହୋଇ ନାହିଁ ।

ଟ୍ରେନଟି ଯାଉଥିବା ବେଳେ ବଗିରୁ ପ୍ରଥମେ ଧୂଆଁ ବାହାରୁଥିବା ଲୋକେ ଦେଖିଥିଲେ ପରେ ଏହି ବଗିରୁ ଧୂଆଁର ପରିମାଣ ବଢି଼ ଚାଲିଥିଲା । ଲୋକେ ରେଳବାଇ କର୍ତ୍ତୃପକ୍ଷଙ୍କୁ ଖବର ଦେବାରୁ ଗୋଡଭଗା ଷ୍ଟେସନରେ ଟ୍ରେନଟିକୁ ଷ୍ଟେସନ ମାଷ୍ଟର ଅଟକାଇ ଦମକଳ ବିଭାଗକୁ ଡକାଇଥିଲେ ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Intro:କୋଇଲା ବୋଝେଇ ଏକ ମାଲବାହୀ ଟ୍ରେନରେ ନିଆ ଲାଗିଯାଇଥିଲା | ବଲାଙ୍ଗୀର ସମ୍ବଲପୁର ରେଳପଥରରେ ସମ୍ବଲପୁରରୁ ବରଗଡ ପଟକୁ ଆସୁଥିବା ଏହି କୋଇଲା ବୋଝେଇ ଟ୍ରେନର ଏକ ବଗିରେ ନିଆ ଲାଗିଥିବା ଖବରପାଇବା ପରେ ବରଗଡ ଜିଲ୍ଲା ଗୋଡ଼ଭାଗା ଷ୍ଟେଶନରେ ଏହି ମାଲବାହୀ ଟ୍ରେନ୍‌ଟି ଅଟକିରହିଥିଲା ଏବଂ ଅଗ୍ନିଶମ ବିଭାଗ ପହଞ୍ଚିବା ପରେ ନିଆକୁ ଆୟତ୍ତ କରାଯାଇଥିଲା |
Body:ସମ୍ବଲପୁର ଡିଭିଜନ୍‌ରୁ ବିଜୟଓ୍ବାଡା ଯାଉଥିବା ଏହି ଟ୍ରେନ୍‌ରେ ନିଆଁ ଲାଗିଥିବା ଖବର ପାଇ ଗୋଡ଼ଭାଗା ଷ୍ଟେଶନ ମାଷ୍ଟର ଆଶିଷ ବିଶ୍ୱାଳ ଏହାକୁ ଅଟକାଇ ବୁର୍ଲା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତେବେ ବିଦ୍ୟୁତ ସଂଯୋଗ କଟାଯାଇ ପାରି ନ ଥିବାରୁ ୩ ଘଣ୍ଟା ପରେ ଉଚ୍ଚ କର୍ତ୍ତୃପକ୍ଷ ପହଞ୍ଚି କରେଣ୍ଟ ବିଚ୍ଛିନ୍ନ କରିବା ପରେ ନିଆଁକୁ ଆୟତ୍ତ କରାଯାଇଥିବା ସୂଚନା ମିଳିଛି | ତେବେ କେଉଁ କାରଣରୁ ବଗିରେ ନିଆ ଲାଗିଥିଲା ତାହା ଜଣାପଡିନାହି | ଟ୍ରେନଟି ଯାଉଥିବା ବେଳେ ବଗିରୁ ପ୍ରଥମେ ଧୂଆଁ ବାହାରୁଥିବା ଲୋକେ ଦେଖିଥିଲେ ପରେ ଏହି ବଗିରୁ ଧୂଆଁର ପରିମାଣ ବଢିଚାଲିଥିଲା ଲୋକେ ରେଳବାଇ କର୍ତୃପକ୍ଷ ଙ୍କୁ ଖବର ଦେବାରୁ ଗୋଡଭାଗା ଷ୍ଟେସନ ଠାରେ ଟ୍ରେନଟିକୁ ଷ୍ଟେସନ ମାଷ୍ଟର ଅଟକାଇ ଦମକଳ ବିଭାଗକୁ ଡକାଇଥିଲେ |Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.